ବନ୍ଧୁକ ଦେଖାଇ ଘରୁ ନେଇଗଲେ ୨୦ହଜାରେ ଓ କାନଫୁଲ

0 336

ବାରଙ୍ଗ,୩/୧୨(ଏସଏସନିୟୁଜ)ମଂଚେଶ୍ୱର ଥାନା ଅର୍ନ୍ତଗତ ଟାଙ୍ଗିବନ୍ତଗ୍ରାମମୁଣ୍ଡରେ ଥିବା ଏକୁଟିଆ ଘରୁ ଗୁରୁବାର ବିଳମ୍ଭିତରାତିରେ ଡକାୟତି ହୋଇଛି ।ଡକାୟତମାନେ ଘରର ତାଲାଭାଙ୍ଗି ଭିତରକୁ ପଶି ବନ୍ଧୁକ ଦେଖାଇ ଭୟଭିତ କରି ୨୦ହଜାରେଟଙ୍କା, ହଳେସୁନାକାନଫୁଲ ନେଇ ପଳାଇଯାଇଛନ୍ତି ।ଶୁକରବାର ସକାଳେ ଖବର ପାଇ ମଂଚେଶ୍ୱରଥାନାପୋଲିସ ଆସି ନିକଟରେ ଥିବା ସିସଟିଭିଫୁଟେଜ ଯାଂଚ କରିଫେରିଛି ।
ପ୍ରକାସ ଯେ,ଢେଙ୍କାନାଳ ଅଂଚଳର ବିଜୟକୁମାରମିଶ୍ର ନାମକ ବ୍ୟକ୍ତି ଗତ୩ମାସ ହେବ ଜାଗାକିଣି ଟାଙ୍ଗିବନ୍ତ ଗ୍ରାମମୁଣ୍ଡ ସୁନାଦେଇ ରୋଡରେ ଶଶ୍ମାନ ପାଖରେ ଏକୁଟିଆ ଘରକରି ସପରିବାରେ ରହୁଥିଲେ ।ଗୁରୁବାରରାତିରେ ପରିବାରସହ ଭିତରପଟୁ କବାଟ ଦେଇ ଶୋଇଥିବାବେଳେ ୪ଜଣ ଦୁର୍ବୁତ ମୁଖ୍ୟଫାଟକର ତାଲାଭାଙ୍ଗି ଭିତରକୁ ପଶି ସେମାନଙ୍କ ବେଡରୁମରେ ପଶିଥିଲେ ।ରମେଶ ଓ ତାଙ୍କ ପରିବାର ଲୋକ ଉଠିବାପରେ ସେମାନଙ୍କୁ ବନ୍ଧୁକ ଦେଖାଇ ମାରିଦେବାକୁ ଭୟଭିତ କରି ୨୦ହଜାରେଟଙ୍କା,ହଳେକାନଫୁଲ ନେଇ ପଳାଇଯାଇଛନ୍ତି ।ଶୁକ୍ରବାର ସକଳେ ଖବରପାଇ ମଂଚେଶ୍ୱରଥାନା ପୋଲିସ ଆସି ତଦନ୍ତ କରିଫେରିଛି ।ପୋଲିସ ଘରଠାରୁ କିଛିଦୁରରେ ଥିବା ଦୁଇଟି ସିସଟିଭି ଯାଂଚ କରି ଫୁଟେଜ ନେଇ ଯାଇଛି ।ଏହି ଫୁଟେଜରେ ୪ଜଣ ବ୍ୟକ୍ତି ପାଖାପାଖି ସାଢେ୨ଟାରାତିରେ ଯାଉଥିବାର ଜଣାପଡିଛି ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.