ମାର୍ଚ୍ଚ ଏପ୍ରିଲରେ ପଞ୍ଚାୟତ ଭୋଟ୍‌

ଭୁବନେଶ୍ୱର,୫।୯(ଏସଏସନିଉଜ)ଆସନ୍ତା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ହୋଇପାରେ ପଞ୍ଚାୟତ ନିର୍ବାଚନ ବୋଲି ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ।ଏନେଇ କମିଶନ ଜୋରସୋରରେ ପ୍ରସ୍ତୁତି ଚଳାଇଥିବା ନେଇ ସୂଚନା ଦେଇଚନ୍ତି।ପଞ୍ଚାୟତ ନିର୍ବାଚନ ପାଇଁ ସ୍ବତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତ କରାଯିବ।ଅକ୍ଟୋବର ୨୪ରୁ ନଭେମ୍ବର ୭ ଯାଏ ଘରକୁ ଘର ସର୍ଭେ କରାଯିବ।ସର୍ଭେ ପରେ ଭୋଟର ତାଲିକା ନେଇ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ।ଫେବ୍ରୁଆରୀ ଦ୍ବିତୀୟ ସପ୍ତାହ ସୁଦ୍ଧା ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।ବର୍ତ୍ତମାନ ଜନଗଣନା ପ୍ରକ୍ରିୟା ଚାଲିଥିବାରୁ ଏହା ସରିବା ପରେ ଘୋଷଣା କରାଯିବ।ଅର୍ଥାତ ମାର୍ଚ୍ଚ ୫ପରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ।ବର୍ତ୍ତମାନ ପଞ୍ଚାୟଗୁଡ଼ିକର ଅବଧି ଫେବ୍ରୁଆରୀରେ ସରୁଛି।ଜନଗଣନା ପାଇଁ ପଞ୍ଚାୟତ ନିର୍ବାଚନ ମାସେ ବିଳମ୍ବ ହେବ।ପଞ୍ଚାୟତ ନିର୍ବାଚନ ସରିବାର ପ୍ରାୟ ମାସେ ପରେ ପୌର ନିର୍ବାଚନ ହେବ ବୋଲି ସୂଚନା ଦେଇଛନ୍ତି।

- Advertisement -

Leave A Reply

Your email address will not be published.