ମାଟ୍ରିକ୍‍ ପାସ୍‌ କଲେ ଦାନ ମାଝୀଙ୍କ ଝିଅ

ଆଜିର ଖବର,ତାରିଖ–୨୬-୦୬-୨୦୨୧(ଶନିବାର)

0 347

୧. କିସ୍‍ରୁ ମାଟ୍ରିକ୍‍ ପାସ୍‌ କଲେ ଦାନ ମାଝୀଙ୍କ ଝିଅ ।
୨. ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ : ଦୁଇଟି ୟୁନିଟରୁ ୪୦ମେଗାୱାଟ ବିଦ୍ୟୁତ ଉତ୍ପାଦନ ଆରମ୍ଭ ।
୩. ଆବର୍ଜନାରେ ଔଷଧ ଫିଙ୍ଗା ମାମଲା : ରାଜ୍ୟ ବାହାରକୁ ନା ଜିଲା ବାହାରକୁ ଚାଲାଣ !
୪. ବ୍ୟାଟସମ୍ୟାନଙ୍କୁ ବିରାଟ କୋହଲିଙ୍କ କଡା ସନ୍ଦେଶ- ରନ କର, କ୍ରିଜରେ କେବଳ ଛିଡା ହୁଅ ନାହିଁ ।
୫. ଆଗାମୀ ଟି୨୦ ବିଶ୍ୱକପ୍‌ ଭାରତରେ ହେବ ନାହିଁ। ୧୬ ଦଳକୁ ନେଇ ଖେଳାଯିବାକୁ ଥିବା ଇଭେଣ୍ଟ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଖେଳାଯିବ। ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ମଧ୍ୟରେ ଏହି ବିଶ୍ୱକପ୍‌ ଖେଳାଯିବ ବୋଲି ସୂତ୍ରରୁ ଜଣାପଡ଼ିଛି ।
୬. ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌)ରେ ଶୁକ୍ରବାର ମଲ୍ଟି ବ୍ୟାରେଲ ରକେଟ୍‌ ଲଞ୍ଚର (ଏମ୍‌ବିଆର୍‌ଏଲ୍‌)ରୁ ପରିବର୍ଦ୍ଧିତ ରେଞ୍ଜ ୧୨୨ଏମ୍‌ଏମ୍‌ କାଲିବର ରକେଟ୍‌ ‘ପିନାକ’ର ସଫଳ ପରୀକ୍ଷଣ ହୋଇଛି ।
୭. ଏକାମ୍ର କ୍ଷେତ୍ରର ‘ଦେବୀପାଦଧରା’ ପାଇଁ ଏନଏମଏ ଚିଠା ବାଇଲ’ ।
୮. ରିଲାଏନ୍ସ ରିଟେଲ୍ ୩ ରୁ ୫ ବର୍ଷ ଭିତରେ ୩ ଗୁଣା ବୃଦ୍ଧି ସହ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ: ମୁକେଶ ଅମ୍ବାନି ।
୯. ସମ୍ପୂର୍ଣ୍ଣ ପ୍ରସ୍ତୁତ ରୁହ… ଲଦାଖ ସୀମାରେ ମୁତୟନ ଓ୍ବେଷ୍ଟର୍ଣ୍ଣ ଏୟାର କମାଣ୍ଡକୁ ବାୟୁସେନା ମୁଖ୍ୟଙ୍କ ନିର୍ଦ୍ଦେଶ ।
୧୦. ଚିନ୍ତା ବଢାଇଲା ଡେଲ୍‌ଟା ପ୍ଲସ୍ ଭେରିଏଣ୍ଟ, ଏହି ୮ ରାଜ୍ୟକୁ ତୁରନ୍ତ ଆକ୍ସନ ନେବାକୁ କହିଲା କେନ୍ଦ୍ର ସରକାର । ତାମିଲନାଡୁ, ଗୁଜରାଟ, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, ପଞ୍ଜାବ, ଜମ୍ମୁ-କଶ୍ମୀର ଓ ହରିୟାଣାକୁ କଣ୍ଟେନମେଣ୍ଟ ଏବଂ କଣ୍ଟାକ୍ଟ ଟ୍ରେସିଂ ପରି ଉପାୟ ଆପଣେଇବାକୁ କହିଛନ୍ତି।
୧୧. ଆଭାସି ମାଧ୍ୟମରେ ପିପିଲି ପଞ୍ଚାୟତ ସମିତି ବୈଠକ : ୬ଟି ଉଚ୍ଚ ବିଦ୍ୟାଳୟର ହେବ ଆଧୁନିକୀକରଣ । ପିପିଲିର ଗୋବିନ୍ଦପୁର ହାଇସ୍କୁଲ, ପିପିଲି ହାଇସ୍କୁଲ, ପଦ୍ମାବତୀ ହାଇସ୍କୁଲ, ଉତ୍ତରାୟଣୀ ବିଦ୍ୟାପୀଠ, ହାଟସାହି ହାଇସ୍କୁଲ ଓ ତେଇସିପୁର ହାଇସ୍କୁଲରେ ଏହି ଯୋଜନାରେ ଅତ୍ୟାଧୁନିକ ଶ୍ରେଣୀଗୃହ, ଆଧୁନିକ ପ୍ରୟୋଗଶାଳା, ଆଧୁନିକ ଖେଳପଡ଼ିଆ ଆଦି ନିର୍ମାଣ କରାଯିବା ସଂପର୍କରେ ପିପିଲି ପଞ୍ଚାତୟ ସମିତି ବୈଠକରେ ବିଡିଓ ଶ୍ରୀମତୀ ନାଥ ସୂଚନା ଦେଇଛନ୍ତି ।
୧୨. ମହାମାରୀ ସମୟରେ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସରକାରଙ୍କ ସର୍ବାଧିକ ପ୍ରାଥମିକତା: ନବୀନ ପଟ୍ଟନାୟକ ।
୧୩. ଇନ୍ଦୋର ଓ ସୁରତ ଦେଶର ସ୍ମାର୍ଟ ସହର, ଭୁବନେଶ୍ୱରକୁ ଦୁଇଟି ପୁରସ୍କାର ।
୧୪. ବିଗତ ୮ ଦିନରେ ୩ଟି ମାର୍କେଟକୁ ସିଲ କଲାଣି ବିଏମସି । ଚାରି ନମ୍ବର ମାଛ ମାର୍କେଟ, ବାପୁଜୀ ନଗର ମାର୍କେଟ ପରେ ଆଜି ଏକ ନମ୍ବର ପରିବା ହାଟ କୁ ସମ୍ପୂର୍ଣ ସିଲ କରିଛି ବିଏମସି । ୧ ତାରିଖ ଯାଏଁ ହାଟରେ ବିକ୍ରିବଟା ଉପରେ ଲଗାଯାଇଛି ରୋକ ।
୧୫. ଡେଲଟା ପ୍ଲସ୍‌କୁ ନେଇ ଭୟଭୀତ ହୁଅନ୍ତୁନି । ରାଜ୍ୟରେ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ପରେ ଏକଥା କହିଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡା ।
୧୬. ଡେଲଟା ପ୍ଲସ ଭାରିଏଣ୍ଟ ଦେଶରେ ବଢ଼ାଉଛି ଚିନ୍ତା । ଏ ଯାଏଁ ଦେଶରେ ୪୮ ମାମଲା ଚିହ୍ନଟ । ମହାରାଷ୍ଟ୍ର ଡେଲଟା ପ୍ଲସ ଭାରିଏଣ୍ଟର ସର୍ବାଧିକ କେସ୍ ।
୧୭. ପୁଣି ୩ ମାସ ବଢିଲା ପାନ୍ କାର୍ଡ ସହ ଆଧାର ଲିଙ୍କ୍ ଅବଧି । ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏଁ ଏହି ଅବଧିକୁ ବଢାଇ ଦିଆଯାଇଛି ।
୧୮. ଓଡ଼ିଶାର ଦେବଗଡ଼ ଜିଲ୍ଲାରେ ଚିହ୍ନଟ ହେଲା ଡେଲଟା ପ୍ଲସ୍ ଭାରିଆଣ୍ଟ । ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ନିର୍ଦ୍ଦେଶକ ଦେଲେ ସୂଚନା । କେତେ ସଂକ୍ରାମକ ଏହି ଭାରିଆଣ୍ଟ ଚାଲିଛି ଅନୁଧ୍ୟାନ ।
୧୯. ଆସିଲା ରେଜଲ୍ଟ, ଜୁଲାଇ ୫ରେ ଇମପ୍ରୁଭମେଣ୍ଟ ପରୀକ୍ଷା ପାଇଁ ଫର୍ମ ପୂରଣ ।
ଆସନ୍ତା ଜୁଲାଇ ୫ରେ ଇମପ୍ରୁଭମେଣ୍ଟ ପରୀକ୍ଷା ହେବା ସହ ଅଗଷ୍ଟ ମାସ ସୁଦ୍ଧା ଏହାର ରେଜଲ୍ଟ ବାହାରିବ ବୋଲି କୁହାଯାଇଛି ।
୨୦. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩ ହଜାର ୬୪୪ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ ।
୨୧. ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶିତ: ପାସ୍ ହାର ୯୭.୮୯ ପ୍ରତିଶତ ।
୨୨. ଅନଲାଇନରେ ୟୁଜି ଓ ପିଜି ଫାଇନଲ ପରୀକ୍ଷା ।
୨୩. ଜୁଲାଇରେ ୧୫ ଦିନ ବ୍ୟାଙ୍କ ବନ୍ଦ ।
୨୪. ମ୍ୟାଲେରିଆ ଶୂନ୍ୟ ରାଜ୍ୟ ଦିଗରେ ଓଡ଼ିଶା ।
କରୋନା ଟିପ୍ସ୍:ମାନିବା ଲକଡାଉନ୍,ମାନିବା ସଟଡାଉନ୍ନ୍ । ଘରେ ରହିବା ,ଭାଙ୍ଗିବା କରୋନା ଚେନ-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡିଶା ସରକାର ।ଶୁଭସକାଳ , GOOD MORNING ଶୁଭ ସକାଳ,ସୁପ୍ରଭାତ।

Leave A Reply

Your email address will not be published.