ମୋବାଇଲ ଚୋରକୁ ଧରିଲା ଜଟଣୀ ପୋଲିସ

0 243

ମୋବାଇଲ ଚୋରକୁ ଧରିଲା ଜଟଣୀ ପୋଲିସ
ଜଟଣୀ,୨୭/୪(ଏସ ଏସ ଏସ ନିଉଜ)ଏକ ଛିନତାଇ ମାମଲାରେ ଜଟଣୀ ପୋଲୁସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ସେମାନେ ହେଲେ ହାସିମ ଅହମଦ ଓ ଅବଦୁଲ ସାଜିଦ ଖାନ।ତାଙ୍କୁ ଗିରଫ କରିବା ସହିତ ଆଜି କୋର୍ଟ ଚାଲାଣ କରିଛି ପୋଲିସ । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।
ପ୍ରକାସ ଯେ, ଅଭିଯୋଗ କାରିଣୀ ଗତ ତା ୦୬.୦୩. ୨୦୨୨ ରିଖରେ ତାଙ୍କ ଝିଅଙ୍କ ସହିତ ସଂସ୍କୃତି ଡ୍ୟାନ୍ସ ଏକାଡ଼େମୀରୁ ନିଜ ଘରକୁ ଫେରୁଥିବା ସମୟରେ ନିମ୍ନୋକ୍ତ ୨ ଜଣ ଅଭିଯୁକ୍ତ ବ୍ୟକ୍ତି ଆଶା ସ୍କୁଲ ପାଖରେ ତାଙ୍କର ପଛପଟୁ ଆସି ଗୋଡ଼ିଏ ମନି ପର୍ସ ଓ ଗୋଟିଏ ମୋବାଇଲ ଫୋନ ଝାମ୍ପି ନେଇ ତଳଖେତା ରୋଡ଼ ଦେଇ ପଳାଇଥିଲେ। ଅଭିଯୋଗକାରିଣୀ ଏନେଇ ଜଟଣୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଟୀମ ତଦନ୍ତ ଆରମ୍ଭ କରି ଆଜି ସକାଳେ ବିଶେଷ ସୂତ୍ରରୁ ଖବର ଜାଣିବାକୁ ପାଇଥିଲେ ଯେ, ୨ ଜଣ ଯୁବକ ସନ୍ଦେହ ଜନକ ଭାବରେ କୁଡିଆରୀ ବଜାରରେ ଗୋଟିଏ ଲାଲ ଓ କଳା ରଙ୍ଗର ପଲସର ମୋଟରସାଇକେଲରେ ବୁଲୁଛନ୍ତି। ଏହି ଖବର ପାଇବା ପରେ ପୁଲିସ ଟୀମ ତୁରନ୍ତ ଉକ୍ତ ସ୍ଥାନକୁ ଯାଇ ସେମାନଙ୍କୁ କାବୁ କରିଥିଲେ ଓ ପରିପ୍ରଶ୍ନ ସମୟରେ ଉଭୟେ ଗତ ୦୬.୦୩.୨୦୨୨ ରିଖରେ ଉକ୍ତ ଅପରାଧ କରିଥିବା ମାନିଥିଲେ। ଜଟଣୀ ପୁଲିସ ଟୀମ ଅଭିଯୁକ୍ତଙ୍କ ହେପଜାତରୁ ଚୋରୀରେ ବ୍ୟବହୃତ ହୋଇଥିବା ମୋଟରସାଇକେଲଟିକୁ ଜବତ କରିବା ସହିତ ୩ ଟି ଚୋରୀ ମୋବାଇଲ ଫୋନ ଜବତ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ।
ତଦନ୍ତରୁ ଜଣା ପଡିଛି ଯେ, ନିମ୍ନୋକ୍ତ ଅଭିଯୁକ୍ତ ମାନେ ଟ୍ରାଫିକ କଲୋନୀ ଏବଂ କୁଦିଆରୀ ବଜାରରୁ ମଧ୍ୟ ସମାନ ଢଙ୍ଗରେ ଲୁଟ କରିବା ସହିତ ଜଟଣୀର ବିଭିନ୍ନ ଅଞ୍ଚଳରୁ ମଧ୍ୟ ଲୁଟପାଟ କରିଛନ୍ତି। ଅଭିଯୁକ୍ତ ଅବଦୁଲ ସାଜିଦ ଖାନଙ୍କ ନାମରେ ପୂର୍ବରୁ ପିପିଲି ଥାନାରେ ଏକ ଚୋରୀ ମାମଲା ରୁଜୁ ହୋଇସାରିଛି।

Leave A Reply

Your email address will not be published.