ଭୁବନେଶ୍ୱର,୧୬/୧୨(ଏସଏସନିଉଜ) ମୃତ୍ୟୁର ୧୮ ବର୍ଷ ପରେ ବିଧବା ପତ୍ନୀଙ୍କୁ ସହାୟତା ମିଳିଛି । ମୋଟର ଦୁର୍ଘଟଣା ଜନିତ ମାମଲାର ବିଚାର କରି କୋର୍ଟଙ୍କ ନିର୍ଦ୍ଦେଶରେ ଦୀର୍ଘବର୍ଷପରେ ଆଜି ମୃତକଙ୍କ ପରିବାରକୁ ଅତିରିକ୍ତ ଜିଲ୍ଲାପାଳ ୨୧ ଲକ୍ଷ ୮୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ୨୦୦୪ ରେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ହାଟସାହିର କଟକ ଅବକାରୀ ବିଭାଗରେ କାର୍ଯ୍ୟରତ ପର୍ଶୁରାମ ମହାନ୍ତି ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟର ଭର୍ତ୍ତି ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ନିଆଯାଉଥିଲାା ତେବେ ପୁରୀ-ଭୁବନେଶ୍ବର ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ ହେବାରୁ ଘଟଣାସ୍ଥଳରେ ପର୍ଶୁରାମଙ୍କ ମୃତ୍ୟୁ ଘଟିଥିଲା।
