ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ମେସେଜ

0 227

ଭୁବନେଶ୍ୱର,୪/୫(ସତ୍ୟସନ୍ଧାନଡେସ୍କ) ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଛି ଜୀବନରୁ ମାରିଦେବାକୁ ଧମକ । ଉତ୍ତର ପ୍ରଦେଶ ପୋଲିସ କଣ୍ଟ୍ରୋଲ ରୁମର ହ୍ୱାଟ୍ସଆପ୍ ଏମରଜେନ୍ସି ନମ୍ବର ‘୧୧୨’ କୁ ଧମକପୂର୍ଣ୍ଣ ହତ୍ୟା ମେସେଜ ଆସିଛି ।ଏହାପରେ ସୁଶାନ୍ତ ଗୋଲ୍ଫ ସିଟି ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି । ଏହି ମେସେଜରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୫ ଦିନ ମଧ୍ୟରେ ଜୀବନରୁ ମାରି ଦିଆଯିବ। ତେଣୁ ୪ ଦିନରେ ଯାହା କରିବା କଥା କର ବୋଲି ସମ୍ପୃକ୍ତ ବ୍ୟକ୍ତି ଜଣକ ଧମକ ଦେଇଥିବାର ଜଣାପଡିଛି ।

Leave A Reply

Your email address will not be published.