ମୁକ୍ତାକାଶକୁ ଆସିଲେ ନୁଆ କଏଦୀ

0 183

ମେଣ୍ଢାଶାଳ,୨୧/୮(ଏସଏସନିୟୁଜ)ପୁଣି ବଢିଲା ଜାମୁଝରିସ୍ଥିତ ବିଜୁପଟ୍ଟନାୟକ ମୁକ୍ତାକାଶ କାରାଶ୍ରମରେ କଏଦୀଙ୍କ ସଂଖ୍ୟା ।ଆଜି ଦୁଇଜଣ ଆସି ପହଁଚିବାପରେ କଏଦୀ ସଂଖ୍ୟା ବୃ୍‌ଦ୍ଧିପାଇଛି । ବଣାଇଗଡ ସ୍ପେଶାଲ ସବ୍‌ଜେଲରୁ ୧୨ବର୍ଷ ସଜା ଭୋଗିସାରିବାପରେ ନରସିଂହମୁଣ୍ଡା ଓ ସୁରେନ୍ଦ୍ରମୁଣ୍ଡାନାମକ ଦୁଇଜଣ କଏଦୀ ଏଠାକୁ ଆସିଛନ୍ତି ।ଏହି ଦୁଇଜଣ କଏଦୀ ଆସିବାପରେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ଏବେ ୨୯ରେ ପହଁଚିଛି । କୋଭିଡ କଟକଣା ପାଇଁ କାରାଶ୍ରମର ୨୨ଜଣ କଏଦୀ ୩ମାସିଆ ଛୁଟିରେ ଘରକୁ ଯାଇଛନ୍ତି ।ଫଳରେ କାରାଶ୍ରମରେ ସର୍ବମୋଟ କଏଦୀ ସଂଖ୍ୟା ୫୧ରେ ପହଁଚିଥିବାର ଦାୟିତ୍ୱରେ ଥିବା ଅଧିକ୍ଷକ ସ୍ମିତାମହାନ୍ତି ସୁଚନା ଦେଇଛନ୍ତି ।(ପଦ୍ମଚରଣବଡଜେନାଙ୍କରିପୋର୍ଟ)

Leave A Reply

Your email address will not be published.