ରାଶି ଅନୁସାରେ ବାନ୍ଧନ୍ତୁ ରାକ୍ଷୀ, ଚମକିବ ଭାଇର ଭାଗ୍ୟ

0 287

ସମ୍ପର୍କର ପ୍ରତୀକ ରାକ୍ଷୀ । ଭାଇ-ଭଉଣୀଙ୍କ ସମ୍ପର୍କକୁ ଆହୁରି ଦୃଢ କରିଥାଏ ରାକ୍ଷୀ ।ରବିବାର ଗହ୍ମା ପୂର୍ଣ୍ଣିମା ଅର୍ଥାତ ରାକ୍ଷୀବନ୍ଧନ । ସଭିଏଁ ଏହି ଦିନକୁ ଆଗ୍ରହ ସହ ଅପେକ୍ଷା କରିଥାନ୍ତି । ରାକ୍ଷୀ ପାଇଁ ବଜାରକୁ ଆସିଛି ଭିନ୍ନ ଭିନ୍ନ ରଙ୍ଗର ଡିଜାଇନ୍ ରାକ୍ଷୀ । ସବୁ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧିବେ । ତାଙ୍କ ସୁଭବିଷ୍ୟତ ପାଇଁ ପ୍ରାର୍ଥନା କରିବା ସହ ଭାଇମାନେ ଭଉଣୀକୁ ରକ୍ଷା କରିବା ନେଇ ସଂକଳ୍ପ ନେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ରାକ୍ଷୀ ରାଶି ହିସାବରେ ଭାଇଙ୍କୁ ପିନ୍ଧାଇବା ଦ୍ବାରା ଶୁଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ରାଶି ଅନୁସାରେ ଭାଇଙ୍କୁ କେଉଁ ରାକ୍ଷୀ ପିନ୍ଧାଇବା ଶୁଭ ।
ମେଷ ରାଶି– ଯଦି ଭାଇର ରାଶି ମେଷ ହୋଇଥାଏ ତେବେ ରାକ୍ଷୀ ପୂର୍ଣ୍ଣିମା ଦିନ ଲାଲ ରଙ୍ଗର ରାକ୍ଷୀ ପିନ୍ଧାଇବା ଉଚିତ୍ । କାହିଁକି ନା ଏହି ରଙ୍ଗର ରାକ୍ଷୀ ବାନ୍ଧିବା ଦ୍ବାରା ସେ ସଦା ସର୍ବଦା ଶକ୍ତିଶାଳୀ ସହ ଜୀବନରେ ସମୃଦ୍ଧି ଲାଭ କରିବେ ।
ବୃଷ ରାଶି –ତେବେ ବୃଷ ରାଶିଙ୍କୁ ଧଳା ରଙ୍ଗର ରାକ୍ଷୀ ବାନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ସହିତ ସେମାନଙ୍କୁ କ୍ଷୀରରେ ପ୍ରସ୍ତୁତ ମିଠା ଖାଇବାକୁ ଦେଲେ ଶୁଭ ହେବ ।
ମିଥୁନ ରାଶି – ଯଦି ଭାଇର ରାଶି ମିଥୁନ ହୋଇଥାଏ ତେବେ ତାଙ୍କୁ ସବୁଜ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଏହି ରଙ୍ଗ ବାନ୍ଧିବା ଦ୍ବାରା ତାଙ୍କୁ ସମସ୍ତ ବିଦପ ସଙ୍କଟରୁ ରକ୍ଷା କରିବ ।
କର୍କଟ ରାଶି-କର୍କଟ ରାଶିରଙ୍କୁ ଧଳା କିମ୍ବା ହଳଦିଆ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଏହି ରଙ୍ଗ ସେମାନଙ୍କ ଜୀବନରେ ସୁଖ-ଶାନ୍ତି ଆଣିଥାଏ ।
ସିଂହ ରାଶି- ଯଦି ସିଂହ ରାଶି ହୋଇଥାଏ ତେବେ ତାଙ୍କୁ ଲାଲ୍ କିମ୍ବା ହଳଦିଆ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଉଭୟ ରଙ୍ଗ ଥିବା ରାକ୍ଷୀ ଏହି ରାଶିର ଲୋକଙ୍କ ପାଇଁ ଶୁଭ ହୋଇଥାଏ ।
କନ୍ୟା ରାଶି- କନ୍ୟା ରାଶିର ଲୋକଙ୍କ ପାଇଁ କମଳା ରଙ୍ଗର ରାକ୍ଷୀ ବାନ୍ଧିଲେ ଶ୍ରେଷ୍ଠ ବୋଲି ମନେ କରାଯାଏ । ଏହି ରଙ୍ଗର ରାକ୍ଷୀ ବାନ୍ଧିବା ଦ୍ବାରା ତାଙ୍କ ଜୀବନରେ ସାହାସ ଓ ଉତ୍ସାହ ସୃଷ୍ଟି ହୋଇଥାଏ ।
ତୁଳା ରାଶି- ତୁଳା ରାଶିର ଲୋକଙ୍କ ପାଇଁ ଧଳା ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଏହା ସହ ଧଳା ରଙ୍ଗର ମିଠା ଖାଇବାକୁ ଦେଲେ ଶୁଭ୍ ହୋଇଥାଏ ।
ବିଛା ରାଶି- ଏହି ବିଛା ରାଶିର ଲୋକମାନଙ୍କ ହାତରେ ଲାଲ୍ ରଙ୍ଗ ଓ ଗୋଲାପୀ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ ।
ଧନୁ ରାଶି- ଧନୁ ରାଶିର ଭାଇମାନଙ୍କ ହାତରେ ହଳଦିଆ କିମ୍ବା ସୁନେଲି ରଙ୍ଗର ରାକ୍ଷୀ ବାନ୍ଧିବା ସହ ହଳଦିଆ ରଙ୍ଗର ମିଠା ଖାଇବାକୁ ଦେଲେ ଶୁଭ ହୋଇଥାଏ । ଏହା ଦ୍ବାରା ଭାଇର ଧନ ବୃଦ୍ଧି ହୋଇଥାଏ ।
ମକର ରାଶି- ଏହି ରାଶିର ଲୋକମାନଙ୍କୁ ନୀଳ ରାଖି ବାନ୍ଧିବା ଦ୍ବାରା ତାଙ୍କୁ ଲାଭଦାୟକ ହୋଇଥାଏ ।
କୁମ୍ଭ ରାଶି – ଏହି ରାଶିର ଭାଇମାନଙ୍କ ପାଇଁ ସେମାନଙ୍କ ଭଉଣୀମାନେ ନୀଳ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ । ଏହା ବାନ୍ଧିବା ଦ୍ବାରା ସେମାନଙ୍କ ଜୀବନରେ ଶୁଭଫଳ ମିଳିବ
ମୀନ ରାଶି – ଏହି ରାଶିର ଭାଇମାନଙ୍କୁ ହଲଦିଆ କିମ୍ବା ସୁନେଲି ରଙ୍ଗର ଏକ ସୁନ୍ଦର ରାକ୍ଷୀ ବାନ୍ଧିବା ଶୁଭ ବୋଲି କୁହାଯାଏ । ରାକ୍ଷୀ ପୂର୍ଣ୍ଣିମା ଦିନ ଭଉଣୀମାନେ ଭାଇଙ୍କୁ ହଳଦିଆ ରଙ୍ଗର ମିଠା ଖୁଆନ୍ତୁ ।
ଜ୍ୟୋତିଷମାନେ କହିଛନ୍ତି ଯେ ରାକ୍ଷୀ ବନ୍ଧନ(Raksha Bandhan ୨୦୨୧) ଉପରେ ଏପରି ଦୁର୍ଲଭ ମହାସଂଯୋଗ ୪୭୪ ବର୍ଷ ପରେ ବନୁଅଛି। ଏହାପୂର୍ବରୁ ୧୧ ଅଗଷ୍ଟ ୧୫୪୭ ର ଗ୍ରହମାନଙ୍କର ଏପରି ସ୍ଥିତି ସୃଷ୍ଟି ହୋଇଥିଲା। ଏହି ବର୍ଷ ଶୁକ୍ର ବୁଧ ଗ୍ରହର ସ୍ୱାମୀତ୍ୱ ବାଲି ରାଶି କନ୍ୟା ରାଶିରେ ଅବସ୍ଥିତ କରିବେ। ଫଳରେ ଭାଇ ଏବଂ ଭଉଣୀ ପାଇଁ ଅତ୍ୟନ୍ତ ଲାଭକାରୀ ଏବଂ କଲ୍ୟାଣକାରୀ ରହିବ। ଏହି ସମୟରେ କୁମ୍ଭ ରାଶିରେ ବୃହସ୍ପତିଙ୍କର ଗତି ଉପସ୍ଥିତ ରହିବ ଏବଂ ଏହା ସହିତ ଚନ୍ଦ୍ର ମଧ୍ୟ ସେଠାରେ ଉପସ୍ଥିତ ରହିବେ। ଏହା ରହିବ ରାକ୍ଷୀର ଶୁଭ ସମୟ।ଏଥର ରାକ୍ଷୀ ବନ୍ଧନ ସକାଳ ୫.୫୦ରୁ ସନ୍ଧ୍ୟା ୬.୦୩ ପର‌୍ୟ୍ୟନ୍ତ ଶୁଭ ସମୟ ଅଟେ । ଏଥର ରାକ୍ଷୀ ଉପରେ ଭଦ୍ରାଙ୍କ ଛାଇ ବି ରହିବ ନାହିଁ ଯେଉଁ କାରଣରୁ ଭଉଣୀମାନେ ଦିନସାରା ରାକ୍ଷୀ ନିଜ ଭାଇଙ୍କ ହାତରେ ବାନ୍ଧି ପାରିବେ।

 

 

Leave A Reply

Your email address will not be published.