ମିଶନଶକ୍ତି ମହିଳାଙ୍କ ଶୋଭାଯାତ୍ରା

0 197

କଟକ,୬/୧୧(ଏସଏସନିଉଜ)ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଦୁର୍ନୀତି ମୁକ୍ତ ସମୃଦ୍ଧ ରାଷ୍ଟ୍ର ଗଠନର ବାର୍ତ୍ତାକୁ ପ୍ରଚାର ଓ ପ୍ରସାର କରିବାର ଲକ୍ଷ୍ୟ ନେଇ ଆଜି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଶନଶକ୍ତି କାର୍ଯ୍ୟାଳୟ ଆନୁକୂଲ୍ୟରେ ସଚେତନତା ନିମନ୍ତେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ଶିବୋ ଟୋପୋ ସ୍ଥାନୀୟ ସାରଳା ଭବନ ଠାରେ ପତାକା ଦେଖାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।ଉକ୍ତ ଶୋଭାଯାତ୍ରାରେ ମିଶନଶକ୍ତିର ପ୍ରାୟ ଦୁଇସହରୁ ଉର୍ଦ୍ଧ ମହିଳା ଯୋଗଦେଇ ଦୁର୍ନୀତି ନିବାରଣ ନିମନ୍ତେ ବିଭିନ୍ନ ସ୍ଲୋଗାନମାନ ଦେଇ ସହର ପରିକ୍ରମା କରିଥିଲା। ବିକାଶଶୀଳ ରାଷ୍ଟ୍ର ଓ ସମାଜ ଗଠନରେ ଦୁର୍ନୀତି ମୁକ୍ତ ରାଷ୍ଟ୍ରର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ ଏହି ଶୁଭାରମ୍ଭ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଟୋପୋ କରିଥିଲେ।ଜିଲ୍ଲା ମିଶନଶକ୍ତି ପ୍ରକଳ୍ପ ସଂଯୋଜିକା ସ୍ୱାଗତିକା ପରିଡା ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ,ଆଇ ସି ଡ଼ି ଏସ କର୍ମକର୍ତ୍ତାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.