ଆଜିର ରାଶିଫଳ

0 224

ମହାପ୍ରଭୁଙ୍କ ଲଷ୍ମୀନୃସିଂହବେଶ,କେଦାର ବ୍ରତ ଓ ଶ୍ରୀଶ୍ରୀ ମହାପ୍ରଭୁଙ୍କର ଡାଳକିଆବେଶ ,୨୦୨୨ମସିହା ନଭେମ୍ବରମାସ ୦୭ତାରିଖ (ସୋମବାର)କାର୍ତିକମାସ –ଶୁକ୍ଳପକ୍ଷ ,ତିଥି-ଚତୁର୍ଦ୍ଦଶୀ,ସୁର୍ୟୋଦୟ ପ୍ରାତଃ ଘ୦୫/୫୪/୨୫ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୬/୪୦ ,ମିଥୁନରାଶିର ଘାତବାର ,ମେଷରାଶିର ଘାତଚନ୍ଦ୍ର ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ବିରି ଦିବା ଘ୪/୧୬ ଗତେ ସ୍ତ୍ରୀ ତୈଳବର୍ଜନ, ମାଛ, ମାଂସ ଭକ୍ଷଣ ନିଷେଧ ।
ମେଷ-କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବନ୍ଧୁ ସହାୟତାରୁ ଉପକୃତ ହେବେ । ସ୍ୱଚ୍ଛ ଆୟର ସୂଚନା ମିଳୁଛି । ବ୍ୟବସାୟ ସୁରୁଖୁରୁରେ ଚାଲିବ । ସୁସ୍ଥ ଓ ନିରାମୟ ରହିବେ ।
ବୃଷ-ଆକସ୍ମିକ ଆବଶ୍ୟକତା ପୂରଣ ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିବେ ।କାର୍ଯ୍ୟ ସହଜ ସୁଲଭ ହେବ । କୁଳ ଉଦ୍ଧାରକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ଯଶସ୍ୱୀ ହେବେ । ପରିବାର ପ୍ରତି ସ୍ନେହ ଭାବ ରହିବ ।
ମିଥୁନ-ପରିସ୍ଥିତିର ଭାରସାମ୍ୟ ରକ୍ଷା କରିବାକୁ ମିଥ୍ୟାଳାପ କରିବାକୁ ପଡିପାରେ । କାର୍ଯ୍ୟକୁ ଶୃଙ୍ଖଳିତ କରିପାରନ୍ତି । ଭ୍ରମଣରୁ ସୁଫଳ ମିଳିବ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସ-ବ୍ୟସନରେ କଟାଇ ପାରନ୍ତି ।
କର୍କଟ-ଖଳ ଲୋକଙ୍କ କଥାରେ ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଭୁଲ୍ ଧାରଣା ପୋଷଣ କରିବ । ପାରିବାରିକ ଅଶାନ୍ତି ଦେଖାଦେଇ ପାରେ । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଶତ୍ରୁମାନଙ୍କ ଉପରେ ନଜର ରଖିବାକୁ ପଡିବ ।
ସିଂହ-କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ଓ ଶିଳ୍ପ, ଏଜେନ୍‌ଶିପ, ସାମ୍ବାଦିକତାରୁ ଖୁସି ରହିବେ ।ଅନ୍ୟମନସ୍କ ହେଲେ କ୍ଷତିଗ୍ରସ୍ତ ହେବେ । ମିତ୍ର ଲାଭର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବୀ ହେବେ ।
କନ୍ୟା-ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ବଢିଯାଇପାରେ । ଅଭାବ ଦୂର ହେବ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । କେବଳ ସାମାନ୍ୟ ଚକ୍ଷୁପୀଡା ଅନୁଭବ କରିବେ ।
ତୁଳା-ସକାଳୁ ବନ୍ଧୁଙ୍କ ନିକଟରୁ ଶୁଭ ଖବର ପାଇ ମନ ଖୁସି ହୋଇଯିବ ।କାର୍ଯ୍ୟ କରିବାକୁ ହେଲେ ପୂର୍ବରୁ ପରାମର୍ଶ ଗ୍ରହଣ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି ।
ବିଛା-ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନ ହୋଇଯିବାର ଆଶା ରହିଛି ।କଳହ ଠାରୁ ଦୂରେଇ ରହିବାକୁ ପଡିବ । ଉଦାର ପ୍ରକୃତିର ହେବେ । ଦାମ ଧର୍ମକୁ ଆପଣେଇ ନେବେ । ସୁଖ ଭୋଗୀ ହେବେ ।
ଧନୁ-ଆର୍ଥିକ ଅନଟନ ଲାଗି ରହିବା କାରଣରୁ ସାମୟିକ ମାନସିକ ଅସ୍ଥିରତା ଦେଖା ଦେବ ।କାର୍ଯ୍ୟ ସଫଳତା ଲାଭ କରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ହୋଇପାରନ୍ତି । ମିଷ୍ଟଭାଷୀ ହେବେ । ଥଣ୍ଡା କଫରେ ସାମାନ୍ୟ ପୀଡା ଅନୁଭବ କରିବେ ।
ମକର-ସମ୍ପର୍କୀୟମାନେ ସମ୍ମୁଖରେ ଭଲ ଭଲ କଥା କହି ପରୋକ୍ଷ ଶତ୍ରୁତା କରିବା ଯୋଗୁଁ ବିଚଳିତ ବୋଧ କରିବେ ।ଧନଲାଭର ସୁଯୋଗ ଅଛି । ସ୍ୱାଧୀନ କିଛି ନ କରି ଅନ୍ୟର ସହାୟତା ନେଇ ପାରନ୍ତି । ପରମ ଭାଗ୍ୟଶାଳୀ ହେବେ । ମିତ୍ର ସୁଖ ମିଳିବ ।
କୁମ୍ଭ-ଆଜି ଆକସ୍ମିକ ଭାବରେ ଦୂର ଯାତ୍ରା କରିବାକୁ ବାଧ୍ୟ ହେବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ସାମାନ୍ୟ ଅଧିକ ହେବ । ବନ୍ଧୁ ଓ ସରକାରୀ ସହାୟତା ମିଳିବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ ।
ମୀନ-ତରବରିଆ ଭାବେ କୌଣସି କାମ କଲେ ସବୁ ଓଲଟପାଲଟ ହୋଇ ଯାଇପାରେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ଚେଷ୍ଟିତ ହେବେ । ନେତ୍ର ପୀଡା ଉପୁଜି ପାରେ । ମଧୁରଭାଷୀ ହେବେ । ଧାର୍ମିକ ପ୍ରବୃତ୍ତିର ହେବେ ।

ନିତୀବାଣୀ-ଭାଗ୍ୟ ସମସ୍ତଙ୍କ ଦ୍ୱାରକୁ ଯାଇ କବାଟ ବାଡ଼େଇ ଥାଏ,କିନ୍ତୁ ତାର ଶବ୍ଦ ବହୁତ କମ୍ ଲୋକଙ୍କୁ ଶୁଭିଥାଏ।
ବାସ୍ତୁଟିପ୍ପଣୀ-ପୂଜାକରିବା ସମୟରେ ମିଳୁଛି ଏହି ୪ଟିସଂକେତ କି ? ଅଳ୍ପଦିନ ମଧ୍ୟରେ ବଦଳିବ ଆପଣଙ୍କ ଭାଗ୍ୟ
ମଣିଷର ପ୍ରକୃତି ଯେପରିବି ହୋଇଥାଉନା କାହିଁକି, ସମସ୍ତଙ୍କମଧ୍ୟରେ ଭଗବାନଙ୍କ ପ୍ରତି ଭକ୍ତିଭାବ ଏବଂ ଅଧ୍ୟାତ୍ମିକଭାବ ରହିବା ଉଚିତ। ମଣିଷ ଦିନକଭିତରେ ଅତିକମରେ ଥରୁଟିଏ ଭଗବାନଙ୍କୁ ପ୍ରାର୍ଥନାକରିବା ଉଚିତ। କଥାରେଅଛି ନିର୍ମଳ ହୃଦୟରୁ ଭକ୍ତିଭାବର ସହିତଡାକିଲେ ଭଗବାନମଧ୍ୟ ଶୁଣିଥାନ୍ତି। ତେବେ, ପୂଜାକରିବାସମୟରେ ଏଭଳିମଧ୍ୟ କିଛିଘଟଣା ଘଟିଥାଏ ଯାହାକି ଭଗବାନଙ୍କର ଆମ୍ଭଉପରେ ଥିବା କୃପାଦୃଷ୍ଟିକୁ ଦର୍ଶାଇଥାଏ।
ପୂଜାକରିବା ସମୟରେ ଯଦି ଆପଣ ଜଳିଥିବାଦୀପଟିର ଶିଖା ଉପରକୁଉଠିବାକୁ ଲାଗିଥାଏ। ତେବେ, ଆପଣଙ୍କ ଉପରେ ଭଗବାନଙ୍କର କୃପାଦୃଷ୍ଟି ରହିଥିବା ଭାବିନେବା ଉଚିତ।
ସେହିପରି ପୂଜା କରୁଥିବାସମୟରେ ଯଦିକେହି ଆପଣଙ୍କପାଇଁ କୌଣସି ଶୁଭଖବର କିମ୍ବା ଉପହାରନେଇ ଅସୁଥାନ୍ତି ତେବେ,ତାହା ମଧ୍ୟ ଏକପ୍ରକାରର ଶୁଭସଂକେତ ଅଟେ।
ପୂଜାକରୁଥିବା ସମୟରେ ଯଦି ଭଗବାନଙ୍କୁ ଅର୍ପଣକରିଥିବା ଫୁଲଟି ଆପଣଙ୍କଉପରେ ଖସିପଡେ ତେବେ ଆପଣଙ୍କର ମନୋସ୍କାମନା ଅବଶ୍ୟ ପୁରଣ ହେବ।
ପୂଜାକରୁଥିବା ସମୟରେ ବ୍ରାହ୍ମଣ ବା ଭିକାରି ଘରକୁଆସିଲେ ଏହାମଧ୍ୟ ଏକ ଶୁଭସଂକେତ ହୋଇଥାଏ। ଏଭଳି ଲୋକଙ୍କୁ ଖାଲିହାତରେ ଯିବାକୁଦେବା ଉଚିତନୁହେଁ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.