ମଟନରେ ଗୋମାଂସ, ଭାଇରାଲ ହେଲା ଭିଡିଓ

ସାକ୍ଷୀଗୋପଳ,୧୨।୩(ଏସଏସନିୟୂଜ) ବହୁଚର୍ଚ୍ଚିତ ସାକ୍ଷୀଗୋପାଳର କଲେଜ ଛକ ନିକଟରେ ଥିବା ଜୟା ହୋଟେଲରେ ବିକ୍ରୟ କରାଯାଉଥିବା ମଟନରେ ଗୋମାଂସ ମିଶ୍ରଣ କରାଯାଉଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।ଏହାକୁ ନେଇ ସାଧାରଣରେ ଚର୍ଚ୍ଚା କମିବାର ନାଁ ଧରୁନାହି।
ଏହି ଘଟଣାରେ ପୋଲିସ ସାକ୍ଷୀଗୋପାଳର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲଣ କରିଛି।

ଅନ୍ୟପକଟେ ବେଆଇନ ଗୋ ଚାଲଣ ସମୟରେ ଧରାପଡି ଲହୁଲୁହାଣ ହୋଇଥିବା ଯୁବକ ଏବେ ଏକ ବେସରକାରୀ ମେଡିକାଲରେ ଚିକିତ୍ସାଧୀନ ରହିଛି । ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ଦୁଇଟି ମାମଲା ରୁଜୁ କରିଜୟା ହେଟେଲକୁ ସିଲ କରିବା ସହ ହୋଟେଲରେ ବିକ୍ରି କରାଯାଉଥିବା ମଟନକୁ ଜବତ କରି ଲାବେଟେରିକୁ ପଠାଇଛି।ଏହାସହ ପୁରୀରେ ଥିବା ଏକ ହୋଟେଲକୁ ମଧ୍ୟ ପୋଲିସ ସିଲ କରିଥିବା ଜଣାପଡିଛି।ଏହି ଘଟଣା ଭିତରେ ଜୟା ହୋଟେଲରୁ ମାଂସ ଖାଇଥିବା ବ୍ୟକ୍ତିବିଶେଷ ମାନେ ପ୍ରାୟଶ୍ଚିତ କରିବା ପାଇଁ ପୁରୀ ଯାଇଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।ଏସବୁ ଘଟଣାପରେ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାପାଇଁଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।ସତ୍ୟବାଦୀ ପଞ୍ଚାୟତସମିତି ସଭାଗୃହ ପରିସରରେ ଏଡିଏମ ଶରତ ଚନ୍ଦ୍ର ବେହେରାଙ୍କକ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ଗଠନ କରାଯାଇଛି।ଏଥିରେ ବିଭିନ୍ନ ଦଳୀୟ କର୍ମକର୍ତ୍ତାମାନଙ୍କ ସହ ସାମ୍ବାଦିକମାନେ ଯୋଗଦେଇ ନିଜ ନିଜ ମତ ରଖିଛନ୍ତି।

- Advertisement -

Leave A Reply

Your email address will not be published.