ନକଲି ନୋଟ୍ କାରଖାନାର ହେଲା ପର୍ଦ୍ଦାଫାସ

0 339

ଭୁବନେଶ୍ବର, ୭/୭(ଏସଏସନିଉଜ) ଏସ୍‌ଟିଏଫ୍ ବରଗଡ଼ ଜିଲ୍ଲା ପୁଲିସ ସହାୟତାରେ ନକଲି‌ ନୋଟ୍ କାରଖାନାର ପର୍ଦ୍ଦାଫାସ୍ କରିବା ସହ ୧୪ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି। ଏହି ଘଟଣାରେ ଉତ୍ତର ପ୍ରଦେଶର ପଟ୍ଟୁ ଯାଦବ (୫୩) ଓ ବଳରାମ ମେହେର ନାମକ ଦୁଇଜଣଙ୍କୁ ଗିରଫ କରିଛି ।ଏହାସହ ସେମାନଙ୍କଠାରୁ ବ୍ୟାପକ ପରିମାଣରେ ଜାଲ୍ ନୋଟ୍ ସହ ମେସିନ ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି।

Leave A Reply

Your email address will not be published.