ବାପା ପୁଅକୁ କଲା ଗୁଳି, ଟଳିପଡିଲେ ବଡ଼ପୁଅ

0 778

ବାରଙ୍ଗ,୧୦/୯(ଏସ ଏସ ନିୟୁଜ) ବାରଙ୍ଗଥାନା ଅଧିନସ୍ଥ ବେଂଟୁଆ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଗୁଳିକାଣ୍ଡ ହୋଇଛି । ବାପାର ଗୁଳିମାଡରେ ପୁଅର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତ୍ୟୁବରଣ କରିଥିବା ପୁଅର ନାମ ଶିବଶଙ୍କରମୁଣ୍ଡା(୨୪) । ବାଇଗଣ ବିକ୍ରି ଟଙ୍କାକୁନେଇ ଏଭଳି ଅଭାବନୀୟ ଘଟଣା ଘଟିଛି ବୋଲି ଜଣାପଡିଛି ।
ପ୍ରକାସ ଯେ,ଗାଁ ପାଖ ଜଙ୍ଗଲରେ ବାପ ଯଦୁମଣି ମୁଣ୍ଡା ଓ ପୁଅ ଶିବମୁଣ୍ଡା ମିଶି ବାଇଗଣ ଚାଷ କରିଥିଲେ । ଶୁକ୍ରବାର ସକାଳୁ ବାଇଗଣ ତୋଳିବା ସହ ବଜାରରେ ନେଇ ବିକ୍ରି କରିଥିଲେ । ବାଇଗଣ ବିକ୍ରିରେ ରୋଜଗାର ହୋଇଥିବା ଟଙ୍କାକୁନେଇ ଦ୍ୱିହିପହରରେ ବାପା ପୁଅର ପାଟିତୁଣ୍ଡ ଆରମ୍ଭ ହୋଇଥିଲା ।ଏହି ବିବାଦ ପାଟିତୁଣ୍ଡରୁ ଆରମ୍ଭ ହୋଇ ଉଗ୍ରରୁପ ଧାରଣ କରିଥିଲା । ପଡୋଶିମାନେ ଆସି ବୁଝାସୁଜା କରିବାପରେ ପରିସ୍ଥିତି ଶାନ୍ତ ହୋଇଥିଲା । କିନ୍ତୁ ସନ୍ଧ୍ୟାରେ ଯଦୁମଣି ମଦ୍ୟପାନ କରି ଘରକୁ ଫେରି ପୁଅ ସହ ପାଟିତୁଣ୍ଡ ଓ ମାରପିଟ ଆରମ୍ଭ କରିଥିଲେ । ଉଭୟଙ୍କ ଯୁକ୍ତିତର୍କରେ ଉତକ୍ଷିପ୍ତ ହୋଇ ଯଦୁମଣି ଘରେ ରଖିଥିବା ଦେଶୀବନ୍ଧୁକ ଆଣି ପୁଅ ଉପରକୁ ଦୁଇରାଉଣ୍ଡ ଗୁଳି ଚଳାଇଥିଲେ । ଗୁଳି ପୁଅର ଛାତିରେ ବାଜିଥିବାରୁ ପ୍ରବଳ ରକ୍ତଶ୍ରାବ ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା ।ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଯଦୁମଣି । ଖବରପାଇ ବାରଙ୍ଗ ଥାନା ପୋଲସି ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.