ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିନା ଦର୍ଶକରେ ହେବ ଖେଳ

ସକାଳର ଖବର,ତାରିଖ :-୧୬-୦୩-୨୦୨୧, ମଙ୍ଗଳବାର

0 254

୧-କରୋନାକୁ ନେଇ ବଡ ନିଷ୍ପତ୍ତି, ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିନା ଦର୍ଶକରେ ଖେଳାଯିବ ବାକି ତିନି ଟି-୨୦ ମ୍ୟାଚ୍।
୨-‘କୃଷି ଓଡ଼ିଶା-୨୦୨୧’କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ : ଚାକିରି ଛାଡ଼଼ି ଯୁବକମାନେ ଚାଷକୁ ଫେରିବା ଖୁସିର ଖବର ।
୩-ଆଜି ଶିମିଳିପାଳ ଆସି ସ୍ଥିତି ଅନୁଧ୍ୟାନ କରିବେ ଟାସ୍କଫୋର୍ସ ସଦସ୍ୟ..! ନିଆଁ ସମ୍ପୂର୍ଣ୍ଣ ଆୟତରେ ଥିବା ଟାସ୍କଫୋର୍ସର ଦାବି।
୪-ଏଣିକି ଗୋଟିଏ କ୍ଲିକ୍‌ରେ ହେବ ପାସ୍‌ପୋର୍ଟ ଯାଞ୍ଚ,ଓଡ଼ିଶା ପୁଲିସ୍ ୫ଟି କାର୍ଯ୍ୟକ୍ରମ ଆଧାରରେ ‘ଏମ୍ ପୁଲିସ’ ମୋବାଇଲ ଆପ୍ଲିକେସନ୍ ଜରିଆରେ ।
୫-୨୦୧୯ ଏପ୍ରିଲରୁ ଦେଶରେ ୨୦୦୦ ଟଙ୍କିଆ ନୋଟ ଛପା ବନ୍ଦ ରହିଛି । ଏନେଇ ଅର୍ଥ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଗତକାଲି ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି। କଳାଧନ କାରବାର ଓ ଟଙ୍କା ମହଜୁଦ ରୋକିବା ଲାଗି ଏହି ପଦକ୍ଷେପ ନିଆଯାଇଛି ।
୬-ପୁରୀ ବସ୍‌ଷ୍ଟାଣ୍ଡରେ ଭୟାନକ ଅଗ୍ନିକାଣ୍ଡ, ଜଳିଗଲା ୪ ବସ୍ । ଗତକାଲି ବସ୍‌ଷ୍ଟାଣ୍ଡ୍‌ରେ ଥିବା ଶହ ଶହ ବସ୍‌ରେ ନିଆଁ ଲାଗିବା ପୂର୍ବରୁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
୭-ଜୋମାଟୋର ଡେଲିଭରି ବୟ ଏବଂ ମହିଳା ଗ୍ରାହକଙ୍କ ମଧ୍ୟରେ। ହୋଇଥିବା ମାରପିଟ୍ ମାମଲାରେ ଏବେ ଆସିଛି ନୂଆଁ ଟ୍ଵିଷ୍ଟ୍। ଏପର୍ଯ୍ୟନ୍ତ ପୀଡିତା ସାଜିଥିବା ଯୁବତୀଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି। ଡେଲିଭରି ବୟଙ୍କୁ ମାଡ ମାରିବା ଅଭିଯୋଗରେ ମହିଳାଙ୍କ ବିରୋଧରେ ଥାନାରେ ଏତଲା ଦାୟର ହୋଇଛି।
୮-ସାଇବର ସେଲ୍‌କୁ ଦୁଇ ମାସ: ରାଜଧାନୀରୁ ସାଇବର ଠକ ଲୁଟିଛନ୍ତି କୋଟିଏ ୩ ଲକ୍ଷ ।
୯-କ୍ୟାପିଟାଲ୍ ହସ୍ପିଟାଲ୍ ର ଭିଡ଼ କମାଇବାକୁ ନିର୍ମାଣ ହେବ ନୂଆ ଟିକେଟ୍ କାଉଣ୍ଟର୍ ।
୧୦-୪୧ ଥରରେ ମାଟ୍ରିକ ପାସ୍ କରିଥିଲେ, ଦ୍ବାଦଶ ଉତ୍ତୀର୍ଣ୍ଣ ପାଇଁ ଲାଗିଥିଲା ୧୪ ବର୍ଷ, ଏବେ ଆଇନ୍‌ରେ‌ ଏମ୍ଏ କରିବେ ଢେଙ୍କାନାଳର ୬୫ ବର୍ଷ ବୟସର ତ୍ରିଲୋଚନ ।
୧୧-ଛତୁ ଫ୍ୟାକ୍ଟ୍ରି ନାଁରେ ପ୍ରସ୍ତୁତ ହେଉଥିଲା ଗୁଟଖା । ସଦର ଥାନା ଅନ୍ତର୍ଗତ ଜଗଦଳପୁର ସ୍ଥିତ ଛତୁ ଫେକ୍ଟ୍ରିରେ ଏହି ବେଆଇନ୍ ଗୁଟଖକ୍ଷ କାରଖାନା ଚାଲିଥିବା ସୂଚନା ମିଳିଛି । ଏନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ଭି କୀର୍ତ୍ତୀଭାସନ ଖବରପାଇ ଅତର୍କିତ ଭାବେ ଛତୁ ଫେକ୍ଟ୍ରି ଉପରେ ଚଢ଼ାଉ କରିଥିବା ଜଣାପଡ଼ିଛି ।
୧୨-ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଜାରକା ପଂଚାୟତ ଦକ୍ଷିଣ ଶାସନ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକାକୀ ରହୁଥିବା ଏକ ବିଧବା ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ସ୍ବର୍ଗତ କୃଷ୍ଣ ମଳିକଙ୍କ ପତ୍ନୀ କାଞ୍ଚନ ମଳିକ ହୋଇଥିବା ଜଣାପଡ଼ିଛି ।
୧୩-ଗତକାଲି ନୀଳଗିରି ଅବକାରୀ ବିଭାଗ ତିନୋଟି ପୃଥକ ସ୍ଥାନରେ ଚଢ଼ାଉ କରି ୩୯ ଲିଟର ଦେଶୀ ମଦ ଜବତ କରିଥିବା ଜଣାପଡ଼ିଛି ।ଏଥିସହ ତିନି ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।
୧୪-ଭାରତୀୟ ସେନାର ଯବାନ ଓ ଅନ୍ୟ ସୁରକ୍ଷାକର୍ମୀଙ୍କୁ ଆହୁରି ସଶକ୍ତ କରିବାକୁ ଭାରତରେ ନିର୍ମାଣ ହେଲା ୧ ମିନିଟରେ ୬୦୦ ଗୁଳି ବର୍ଷାଉଥିବା ଘାତକ ବନ୍ଧୁକ ।
୧୫-ଉତ୍ତରପ୍ରଦେଶର ଆଗ୍ରାରେ ଦେଖିବାକୁ ମିଳିଛି ଏକ ଅଭବ ନିୟ ଘଟଣା । ଯେଉଁଠାରେ କି ନଣନ୍ଦ ଏବଂ ଭାଉଜ ମଧ୍ୟରେ ଝଗଡ଼ା ଏତେ ବଢ଼ି ଯାଇଥିଲା ଯେ, ଭାଉଜ ନିଜ ନଣନ୍ଦର ଫଟୋ ଏବଂ ମୋବାଇଲ୍ ନମ୍ୱର ଅଶ୍ଲୀଳ ୱେବ୍‌ସାଇଟ୍‌ରେ ଅପଲୋଡ୍ କରିଦେଇଥିଲା । ଖାଲି ଏତିକି ନୁହେଁ ବେଶ୍ୟାବୃତ୍ତି ପାଇଁ ମଧ୍ୟ ସେ ଉପଲବ୍ଧ ଥିବା ଏଥିରେ ଦର୍ଶାଇ ଦେଇଥିଲେ ।
୧୬-ପରିବା କିଣିବା ବେଳେ ଯୁବତୀଙ୍କଠୁ ଲୁଟେରା ଝାମ୍ପି ନେଲେ ସୁନା ଚେନ। ଚେନ୍ ଛଡାଇ ନେବା ବେଳେ ଗୋଡ଼ାଇ ଧରିଲେ ସ୍ଥାନୀୟ ଲୋକେ । ବହେ ମାଡ଼ ଖାଇବା ପରେ ଉଦ୍ଧାର କଲା ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହର ବନ୍ତ ଛକରେ।
୧୭-ଟିମ୍ ଇଣ୍ଡିଆକୁ ଜରିମାନା;ଦ୍ବିତୀୟ ଟି-୨୦ରେ ଧିମା ଓଭର ପାଇଁ ଟିମ୍ ଇଣ୍ଡିଆକୁ ମ୍ୟାଚ୍ ଫି’ ର ୨୦ ପ୍ରତିଶତ ଜରିମାନା ଦେବାକୁ ପଡିବ ।
୧୮-ବୁର୍ଲା ଲାୟନ୍ସ କ୍ଲବ୍ ଆନୁକୂଲ୍ୟରେ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ, କଳାକୃତି ମାଧ୍ୟମରେ ସମାଜକୁ ନିଆରା ବାର୍ତ୍ତାଦେଲେ ଚିତ୍ରଶିଳ୍ପୀ ।
୧୯-ଗତକାଲି ଲୋକସଭାରେ ମାନିଲେ ସରକାର, ପ୍ରତି ଲିଟର ପେଟ୍ରୋଲରେ ୩୩ ଟଙ୍କା ଏବଂ ଡିଜେଲରେ ୩୨ଟଙ୍କା ହେଉଛି ଲାଭ ।
୨୦-ରାଜ୍ୟରେ ନକଲି ଟଙ୍କା କାରବାର ବଢିବାରେ ଲାଗିଛି। ନକଲି ନୋଟ୍ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବଜାରରେ ଦେଖିବାକୁ ମିଳିଛି। ନକଲି ଟଙ୍କା କାରବାର କରୁଥିବାବେଳେ ଜଣେ ମହିଳାଙ୍କୁ ହିନ୍ଦୋଳ ପୋଲିସ ଗିରଫ କରିଛି । ମହିଳାଙ୍କ ଠାରୁ ପୁଲିସ ୧୧ହଜାର ୩ଶହ ଟଙ୍କା ଜବତ କରିଛି ।
୨୧-ଚିନ୍ତା ବଢାଇଲା କରୋନା ! ପୁଣି ଥରେ ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ମାର୍ଚ୍ଚ ୧୭ ମଧ୍ୟାହ୍ନ ୧୨ଟା ୩୦ରେ ରାଜ୍ୟର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।
୨୨-ପ୍ରତି ବର୍ଷ ବିଜୁ ଜୟନ୍ତୀକୁ ‘କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ’ ଭାବେ ପାଳନ କରିବ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ।
୨୩-ପିଆଇବି ମୁଖ୍ୟ ଭାବେ ଦାୟିତ୍ୱ ନେଲେ ରାଜିନ୍ଦର ଚୌଧୁରୀ।
୨୪-ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ଏନସିବି, ଗୁରୁବାର ହେବ ଶୁଣାଣି।
୨୫-ରାଜସ୍ଥାନର ଯୋଦ୍ଧପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମଦ ପିଇବା ପାଇଁ ଟଙ୍କା ନଦେବାରୁ ସ୍ବାମୀ କାଟି ଦେଲା ସ୍ତ୍ରୀର ନାକ ଓ ଓଠ; ହସ୍ପିଟାଲରୁ ମହିଳା ଫୋନ କରି ପୁଲିସକୁ କଲେ ଅଭିଯୋଗ ।
୨୬-ସୁପ୍ରିମ୍ କୋର୍ଟଙ୍କୁ ଜଣାଇଲେ କେନ୍ଦ୍ର ସରକାର; ଟିକାକରଣରେ ଆଇନଜୀବୀ, ବିଚାରପତିଙ୍କୁ ପ୍ରାଧାନ୍ୟ ଦେଇହେବନି।
୨୭-ଟାଟା ଷ୍ଟିଲ୍ ଓ ଟାଟା ଷ୍ଟିଲ୍ ମାଇନିଂକୁ ସମ୍ମାନଜନକ କଳିଙ୍ଗ ସୁରକ୍ଷା ପୁରସ୍କାର ୨୦୧୯ ।
୨୮-ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା ଦ୍ବାରା ମିଳିତ ସହଯୋଗରେ ପ୍ରସ୍ତୁତ ହୋଇଥିବା‌ ଟିକା ଜର୍ମାନୀ-ଫ୍ରାନ୍ସ-ଇଟାଲି ଏହି ଟିକାର ବ୍ୟବହାର ବନ୍ଦ କରିଥିବା ଘୋଷଣା କରିଛନ୍ତି।
୨୯-ସଂକ୍ରମଣ ବଢ଼ିବାପରେ ଦେଶରେ ଟିକାକରଣ ପ୍ରକ୍ରିୟା‌ ତ୍ବରାନ୍ବିତ ହୋଇଛି। ଟିକାକରଣ ପାଇଁ ଏବେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ। ତେଣୁ ଆମେରିକା ପରେ ଭାରତ ଏବେ ବିଶ୍ବରେ ଦ୍ବିତୀୟ ରାଷ୍ଟ୍ର ଭାବେ ସର୍ବାଧିକ ଟିକାକରଣ କରିଛି।
୩୦-ଅସୁବିଧାରେ ପଡିଥିବା ବିହାର ତୀର୍ଥଯାତ୍ରୀଙ୍କ ସହାୟତା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ୍ କରି ଧନ୍ୟବାଦ ଜଣାଇଲେ ବିହାର ଉପମୁଖ୍ୟମନ୍ତ୍ରୀ ।
୩୧-ପ୍ରତି କରୋନା ରୋଗୀର ଚିକିତ୍ସା ପାଇଁ ଖର୍ଚ୍ଚ ହେଉଛି ୧୬ ହଜାରରୁ ଅଧିକ ଟଙ୍କା । ୩୩ ଘରୋଇ ହସପିଟାଲରେ ୪୮୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟମନ୍ତ୍ରୀ କଟକ ମହାନଗରର କୋଭିଡ୍ ଖର୍ଚ୍ଚର ହିସାବ ଦେବା ବେଳେ ଏହି କଥା ସାମନାକୁ ଆସିଛି।
୩୨-ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର ଯଶପ୍ରୀତ ବୁମରା । ଧରିଲେ ଜୀବନସାଥୀ ସଞ୍ଜନାଙ୍କ ହାତ ।
୩୩-ଜାତୀୟ ଜୁନିୟର ମହିଳା ହକି ସେମିରେ ଓଡ଼ିଶା ।
ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା । ଶୁଭ ସକାଳ,ସୁପ୍ରଭାତ ।

Leave A Reply

Your email address will not be published.