ନିକଟତମ ହେବ ଶନି

ସକାଳର ଖବର, ୦୨-ଅଗଷ୍ଟ-୨୦୨୧,ସୋମବାର

➡️୧-ଆଜିଠାରୁ ଖୋଲିବ ସୂର୍ଯ୍ୟମନ୍ଦିର, ଏକକାଳୀନ ଗୋଟିଏ ଦିନରେ ସର୍ବାଧିକ ଦୁଇହଜାର ପର୍ଯ୍ୟଟକ ଅନଲାଇନ ରେ ଟିକେଟ କାଟି ମନ୍ଦିର ବୁଲି ପାରିବେ ।
➡️୨-ଆଜି ପ୍ରଧାନମନ୍ତ୍ରୀ ମୋଦୀ ଆଭାସୀ ମାଧ୍ୟମରେ ବ୍ୟକ୍ତି ଏବଂ ଅଭିପ୍ରାୟ କୈନ୍ଦ୍ରିକ ଡିଜିଟାଲ୍‌ ସଲ୍ୟୁସନ୍‌ e-RUPI କରିବେ ଶୁଭାରମ୍ଭ ।
➡️୩-ଆସନ୍ତା ୧୬ରୁ ନବମ ପିଲାଙ୍କ ପାଇଁ ଖୋଲିବ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ତର୍ଜମା କରାଯିବା ପରେ ନିଆଯିବ ନିଷ୍ପତ୍ତି। ଗାଇଡଲାଇନ ମାନି ଖୋଲିବାକୁ ମିଳିଲା ଅନୁମତି ।
➡️୪-ଇତିହାସ ରଚିବେ ମୋଦି, ଦେଶ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ବୈଠକରେ କରିବେ ଅଧ୍ୟକ୍ଷତା ।
➡️୫-ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ପୃଥିବୀର ନିକଟତମ ହେବ ଶନି ଗ୍ରହ । ଏ ନେଇ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକଙ୍କ ସୂଚନା ।
➡️୬-ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ପ୍ରବେଶ ଦ୍ଵାରରେ ଲାଗିବ ଫୁଟ୍ କାଉଣ୍ଟ, ଗଣିବ ଗ୍ରାହକଙ୍କ ସଂଖ୍ୟା ।
➡️୭-ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହିତାଧିକାରୀଙ୍କ ସହିତ ଆଲେଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
➡️୮-ଆସନ୍ତା ୫ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ । ଏ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ।
➡️୯-ଜୁଲାଇରେ ବଢ଼ିଲା ଜିଏସଟି ପରିମାଣ ଆଦାୟ, ୧ ଲକ୍ଷ ୧୬ ହଜାର ୩୯୩ କୋଟିରେ ହେଲା ଆଦାୟ ।
➡️୧୦-ନାଇଟ୍ କର୍ଫ୍ୟୁ ରଖିଲେ, ଯାତ୍ରାକୁ ଅନୁମତି ଦେଲେ । କେତେବେଳେ ଦୁଲୁକିବ ରଙ୍ଗମଞ୍ଚ, ସରକାରଙ୍କୁ ପ୍ରଶ୍ନ କଲେ କଳାକାର
➡️୧୧-ଆସନ୍ତାକାଲି ଠାରୁ ଖୋଲିବ ମା’ ସମଲେଶ୍ୱରୀ ମନ୍ଦିର, ନିଷ୍ପତ୍ତି ନେଲା ପରିଚାଳନା କମିଟି ।
➡️୧୨-ଆସନ୍ତାକାଲି ଠାରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ମିଳିବ ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ପ୍ରବେଶ କରିବାକୁ ଅନୁମିତି ।
➡️୧୩- ଅଗଷ୍ଟ ୩୧ ଯାଏଁ ଗୃହ ଋଣ ପାଇଁ ପ୍ରୋସୋସିଂ ଫି ଛାଡ କଲା SBI ।
➡️୧୪-ଉମରକୋଟରେ ପ୍ରତିଷ୍ଠା ହେବ ଇଥାନ୍‍ଲ ପ୍ଳାଣ୍ଟ, ଖର୍ଚ୍ଚ ହେବ ୫୦୦କୋଟି ବ୍ୟୟ ସହିତ ୨୪୦ଜଣଙ୍କୁ ମିଳିବ ପ୍ରତ୍ୟକ୍ଷ ନିଯୁକ୍ତି ।
➡️୧୫-ଜାପାନରେ ବଢ଼ୁଛି କରୋନା ସଂକ୍ରମଣ: ଅଗଷ୍ଟ ୩୧ ଯାଏଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ସରକାର ।
➡️୧୬-ଟୋକିଓ ଅଲିମ୍ପିକ୍ସ: ଭାରତ-ବ୍ରିଟେନ ହକି ମ୍ୟାଚ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭାରତୀୟ ଦଳକୁ ଜଣାଇଲେ ଶୁଭେଚ୍ଛା ।
➡️୧୭-ଅଲିମ୍ପିକ୍ସରେ ଭାରତ ପାଇଲା ଦ୍ୱିତୀୟ ମେଡାଲ୍, ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ପଦକ ଜିତିଲେ ପିଭି ସିନ୍ଧୁ ।
➡️୧୮-ପହରଦିନ ଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ୍ ସିରିଜ୍ । ଏଥିପାଇଁ ଜୋରଦାର ଅଭ୍ୟାସ କରୁଛି ଟିମ୍ ଇଣ୍ଡିଆ
➡️୧୯-ଟୋକିଓ ଅଲିମ୍ପିକ୍ସ ପୁରୁଷ ହକିରେ ସେମିଫାଇନାଲରେ ଭାରତ । ବ୍ରିଟେନକୁ ୩-୧ ଗୋଲରେ ହରାଇ ସେମିଫାଇନାଲରେ ପହଞ୍ଚିଲା ଭାରତ। ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସ ସେମିରେ ପ୍ରବେଶ କଲା ଭାରତ ।
➡️୨୦-ଟୋକିଓ ଅଲିମ୍ପିକ : ଆଜି ୨୦୦ ମିଟରରେ ଦୌଡ଼ିବେ ଦୂତୀ, ସଫଳ ହେବା ନେଇ ଆଶାୟୀ ଅଛନ୍ତି ଦୂତୀ ।
➡️ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ, ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।।ଶୁଭ ସକାଳ,ସୁପ୍ରଭାତ ।।

- Advertisement -

Leave A Reply

Your email address will not be published.