ନାଚଗୀତରେ କମ୍ପିଲା ମୁକ୍ତାକାଶ କାରାଶ୍ରମ

ମେଣ୍ଢାଶାଳ,୩୧।୧୧(ଏସଏସନିଉଜ) ଇସ୍କନ ସଂଗଠନ ଦ୍ଵାରା ଜମୁଝରି ମୁକ୍ତାକାଶ କାରାଶ୍ରମ ପରିସରରେ ସାମାଜିକ କାର୍ଯ୍ୟ କର୍ମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜେଲ୍ ଅନ୍ତେବାସୀ ମାନଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ରହି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ନାଚ ଗୀତରେ ବିମୋହର ହୋଇଥିଲେ।ଏହାସହ ବାକି ଜୀବନକୁ ସରସ ସୁନ୍ଦର କରି ଗଢି ତୋଳିବା ପାଇଁ ଦିଆଯାଇଥିବା ଆଧ୍ୟାତ୍ମିକପ୍ରବଚନ ବେଶ୍ ଆଦୃତ ହୋଇଥିଲା।ପରେ ସମସ୍ତେ ମିଶି ପ୍ରସାଦ ସେବନ କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମକୁ ଜେଲ୍ ଅଧିକ୍ଷକ ସ୍ମିତା ମହାନ୍ତି ଓ ସହକାରି ଅଧିକ୍ଷକ ସ୍ବାଗତ ରଞ୍ଜନସାହୁଙ୍କ ତତ୍ତ୍ଵାବଧାନରେ ସୁଚାରୁରୂପେ ଅନୁଷ୍ଠିତ ହୋଇଯାଇଥିଲା।ଇସ୍କନ ସଂସ୍ଥାର ସଦସ୍ୟମାନଙ୍କ ଦ୍ଵାରା ଭାଗବତପୁସ୍ତକ କାରାଗାରର ଅନ୍ତେବାସୀ ମାନଙ୍କୁ ବଣ୍ଟନ କରାଯାଇଥିଲା।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.