ରାଜଧାନୀରେ ବଧୂହତ୍ୟା ଅଭିଯୋଗ

ଭୁବନେଶ୍ୱର,୧ା୧୧(ଏସଏସନିଉଜ)ରାଜଧାନୀରେ ପିଟି ପିଟି ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ନନ୍ଦନକାନନଥାନାରେ ଅଭିଯୋଗ କରିଛନ୍ତି। ଘଟଣା ଘଟିଛି ନନ୍ଦନକାନନ ଥାନା ରଘୁନାଥପୁରଗ୍ରାମ ସୋମନାଥ ନଗରରେ। ମୃତମହିଳା ଜଣକ ହେଲେ ଏହିଥାନା ଅଧିନସ୍ଥ କଲ୍ୟାଣପୁର ଗ୍ରାମର ରାଜନନ୍ଦିନି ସ୍ୱାଇଁ, ବୟସ ୨୮ ବର୍ଷ। ରାଜନନ୍ଦିନୀ ୧୦ ବର୍ଷ ତଳେ ବୈଦିକ ରିତିରେ ରଘୁନାଥପୁର ଗ୍ରାମର ଶ୍ରୀଧର ରାଉତଙ୍କୁ ବିବାହ କରିଥିଲେ।ତାଙ୍କର ଗୋଟିଏ ପୁଅ ରହିଛି। ଆଜି ସକାଳୁ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକେ ମାଡ଼ମାରି ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଶନିବାର ଅଭିଯୋଗ ଆଣିଛନ୍ତି।

- Advertisement -

Leave A Reply

Your email address will not be published.