ଓଡ଼ିଶା ମାଟିରେ ଆନ୍ଧ୍ରର ଦାଦାଗିରି

ଆଜିର ଖବର,ତାରିଖ–୧୦-୦୯-୨୦୨୧(ଶୁକ୍ରବାର)

0 237

୧. କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଗୁରୁବାର ଆୟକର ଦାଖଲର ଅବଧିକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
୨. ୧୮ ବେଳକୁ ଆଉ ଏକ ଲଘୁଚାପ ; ୧୧ ରୁ ୧୩ ପ୍ରବଳ ବର୍ଷା ।
୩. ଓଡ଼ିଶା ମାଟିରେ ଆନ୍ଧ୍ରର ଦାଦାଗିରି ; ଓଡ଼ିଶା ମାଟିରେ ଆନ୍ଧ୍ର ମନ୍ତ୍ରୀଙ୍କ ଧମକ ।
୪. ଓଡ଼ିଶା ସିଭିଲି ସର୍ଭିସ-୨୦୧୯ ମେନ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି । ଏନେଇ ଲୋକସେବା ଆୟୋଗ(ଓପିଏସସି)ଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
୫. ସେନାକୁ ଶକ୍ତିଶାଳୀ କରୁଛି ଚୀନ । ଭାରତ ସୀମାରେ ନିର୍ମାଣ ହେଉଛି ୩୦ ଏୟାରପୋର୍ଟ ।
୬. ୧୪ରେ ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ, ୫ଦିନ ଧରି ଡେରା ପକାଇବେ ୧୭ରୁ ଅଧିକ ମନ୍ତ୍ରୀ ।
୭. ଆସନ୍ତା ୧୧ ତାରିଖରେ ଆମେରିକାର ଟ୍ବିନ ଟାଓ୍ବାର ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରିପାରେ ତାଲିବାନ୍‌ । କିଛି ରିପୋର୍ଟ ଅନୁଯାୟୀ, ଉତ୍ସବ ଲାଗି ଚାଇନା, ତୁର୍କୀ, ପାକିସ୍ତାନ, ଇରାନ, କାତାର, ଭାରତ ଓ ଆମେରିକାକୁ ଆମନ୍ତ୍ରଣ କରାଯାଇ ସାରିଛି ତାଲିବାନ୍‌ ।
୮. ଟେଷ୍ଟ,ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳିବାକୁ ଦକ୍ଷିଣ ଆଫ୍ରିକା ଯିବ ଭାରତ, ଜାରି ହେଲା ମ୍ୟାଚ୍‌ସୂଚୀ । ଘୋଷଣା ଅନୁଯାୟୀ, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ଟେଷ୍ଟ, ୪ ଟି-୨୦ ଓ ୩ଟି ଦିକିଆ ମ୍ୟାଚ୍‌ ଖେଳାଯିବ ।
୯. ସାବଧାନ ! କରୋନାରୁ ସୁସ୍ଥ ହେବା ପରେ ପିଲାଙ୍କ ଠାରେ ଦେଖାଯାଉଛି ଏସବୁ ସମସ୍ୟା । ସେହି ରୋଗଟିର ନାଁ ହେଉଛି ଏମଆଇଏସ-ସି ଅର୍ଥାତ ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିନଡ୍ରୋମ ।
୧୦. ପ୍ରଦେଶ ଛାତ୍ର କଂଗ୍ରେସ ସଭାପତିଙ୍କୁ ହତ୍ୟା ଧମକ : ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଛାତ୍ର କଂଗ୍ରେସ ପକ୍ଷରୁ ମାମଲା ଦାଏର
୧୧. ପୁଣିଥରେ ଜୋର୍ ଧରିଲା ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣ ସୀମା ୫୦%ରୁ ବଢ଼ାଇବା ଦାବି । ଏସ୍‌ସି-ଏସ୍‌ଟି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ସଂକଳ୍ପ ଆଗତ କରିଥିଲେ ।
୧୨. ଚଳିତ ବର୍ଷର ଯୁକ୍ତ ୩ ନାମଲେଖା ପାଇଁ ଗୁରୁବାର କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି ।
୧୩. ‘କୋଭିଡ୍ ସଂକ୍ରମିତ ପିଲାଙ୍କ ମଧ୍ୟରେ ବଢ଼ୁଛି ଏମଆଇ ସିଣ୍ଡ୍ରୋମ, ଡାକ୍ତର ପରାମର୍ଶ ଜରୁରୀ’ ।
୧୪. ଆଫଗାନର ମହିଳା କ୍ରିକେଟ୍‌ ଟିମ୍‌କୁ ଅନୁମତି ନଦେଲେ ଖେଳିବନି ଅଷ୍ଟ୍ରେଲିଆ, ସହଜରେ ତାଲିବାନ୍‌କୁ ସ୍ୱୀକୃତି ଦେବେ ନାହିଁ ବିଭନ୍ନ ଦେଶ ।
୧୫. କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଜୟସାଲମେରରେ ଭାରତୀୟ ବାୟୁସେନା (ଆଇଏଏଫ)କୁ ମିସାଇଲ ଏୟାର ଡିଫେନ୍ସ ସିଷ୍ଟମ ‘ଏମଆର ସାମ’ ଅର୍ପିତ କରିଛନ୍ତି ।
୧୬. ସିଏଜି ଧରିଲେ ରାଜ୍ୟରେ ଉଚ୍ଚଶିକ୍ଷାର ବିକଟାଳ ଚିତ୍ର: ଶିକ୍ଷକ,ଭିତ୍ତିଭୂମି,ନିଯୁକ୍ତି ସବୁରେ ଫେଲ୍‌ ।
୧୭. ବିଶପ କହିଲେ -କେରଳରେ ଅଣ-ମୁସଲମାନମାନଙ୍କୁ ଲଭ ଜିହାଦ, ନାରେକୋଟିକ୍ସ ଜିହାଦ୍‌ ରେ ଫସାଇ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର କରାଯାଉଛି ।
୧୮. ତାଲିବାନର ସରକାର ଗଠନ ପରେ ପ୍ରଥମଥର କାବୁଲରୁ ଉଡ଼ିଲା ବିମାନ ।
୧୯. ଟ୍ରେନ ସମ୍ଭଧୀୟ ଗୁରୁତ୍ୱପୂର୍ଣ ସୂଚନା : ଆଧୁନିକ ଏଲଏଚବି କୋଚ୍ ସହିତ ହିରାଖଣ୍ଡ ଏକ୍ସପ୍ରେସ ଚଳାଚଳକୁ ଶୁକ୍ରବାର ଦିନ ଶୁଭାରମ୍ଭ କରାଯିବ ।
୨୦. ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍ : ଓଡ଼ିଶାରେ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ବଜାୟ ରଖିଲା ସୋଆ ।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)ଶୁଭସକାଳ , GOOD MORNING ।।

Leave A Reply

Your email address will not be published.