ଓଡିଶାରେ୨୪ଘଂଟାରେ ୮ ହଜାର ସଂକ୍ରମଣ

0 189

ଭୁବନେଶ୍ୱର, ୩୦/୪ (ଏସଏସନିୟୁଜ) ଓଡିଶାରେ ୨୪ଘଂଟାରେ ୮ ହଜାର ଟପିଛି କରୋନାଆକ୍ରାନ୍ତଙ୍କ ସଂଖ୍ୟା ।ଆଜି ୮,୬୮୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରେ ଏମାନଙ୍କ ଭିତରୁ ୪୯୪୮ଜଣ ସଂଗରୋଧ କେନ୍ଦ୍ରରୁ ରହିଥିବା ବେଳେ ୩୭୩୩ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।ନୁଆ ପଜିଟିଭ ଚିହ୍ନଟ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୪୦୮ ,ସୁନ୍ଦରଗଡରୁ ୭୪୫, କଟକରୁ ୫୭୦, ପୁରୀରୁ ୫୧୪, ବଲାଙ୍ଗିରରୁ ୪୫୯, ବରଗଡରୁ ୨୪୩, ଅନୁଗୁଳୁରୁ ୪୧୯, ଝାରସୁଗୁଡାରୁ ୪୧୧, ସମ୍ବଲପୁରରୁ ୪୧୦, ନବରଙ୍ଗପୁରରୁ ୩୬୮, ଯାଜପୁରରୁ ୩୨୧, ନୂଆପଡାରୁ ୩୦୪, ଷ୍ଟେଟପୁଲରୁ ୨୭୭, ମୟୂରଭଞ୍ଜରୁ ୨୨୦, ଗଞ୍ଜାମରୁ ୧୯୮, କଳାହାଣ୍ଡିରୁ ୧୯୫, ନୟାଗଡରୁ ୧୬୦, ବାଲେଶ୍ୱରରୁ ୧୫୫, ରାୟଗଡାରୁ ୧୫୧, କେନ୍ଦୁଝରରୁ ୧୪୮, ଗଜପତିରୁ ୧୨୫, କୋରାପୁଟରୁ ୧୧୩, ଭଦ୍ରକରୁ ୧୦୩, ଦେବଗଡରୁ ୧୦୨, ସୁବର୍ଣ୍ଣପୁରରୁ ୯୮, କେନ୍ଦ୍ରାପଡାରୁ ୮୫, ବୌଦ୍ଧରୁ ୫୭, କନ୍ଧମାଳରୁ ୫୪, ମାଲକାନଗିରିରୁ ୩୪, ଢେଙ୍କାନାଳରୁ ୩୩, ଜଗତସିଂହପୁରରୁ ୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତ ଚିହ୍ନଟ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ହୋଇଛନ୍ତି । ସେହିପରି ରାଜ୍ୟରେ ଗତ ୨୪ଘଂଟା ଭିତରେ ୧୪ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.