ଓଡ଼ିଶାରୁ ୨୪ ଘଣ୍ଟାରେ ୮୭୩୫ ପଜିଟିଭ୍, ୩୭ମୃତ

0 173

ଭୁବନେଶ୍ୱର, ୧/୬(ଏସଏସନିୟୁଜ) ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮ହଜାର ୭୩୫ ନୂଆ ଆକ୍ରାନ୍ତ । ସେଥିମଧ୍ୟରେ କ୍ୱାରେଣ୍ଟାଇନରୁ ୪ହଜାର ୮୯୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୮୪୩ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୨୨୨, ଅନୁଗୋଳରୁ ୪୫୬, ବାଲେଶ୍ୱରରୁ ୫୬୬, ବରଗଡରୁ ୧୯୩, ଭଦ୍ରକରୁ ୧୪୭, ବଲାଙ୍ଗୀରରୁ ୪୯, ବୌଦ୍ଧରୁ ୧୩୭, କଟକରୁ ୬୭୩, ଦେବଗଡରୁ ୬୩, ଢେଙ୍କାନାଳରୁ ୫୦୩, ଗଜପତିରୁ ୮୦, ଗଞ୍ଜାମରୁ ୧୫୬, ଜଗତ୍‌ସିଂହପୁରରୁ ୩୮୨, ଯାଜପୁରରୁ ୫୦୭, ଝାରସୁଗୁଡାରୁ ୧୫୭, କଳାହାଣ୍ଡିରୁ ୧୭୭, କନ୍ଧମାଳରୁ ୬୫, କେନ୍ଦ୍ରାପଡାରୁ ୩୮୭, କେନ୍ଦୁଝରରୁ ୧୭୯, କୋରାପୁଟରୁ ୨୫୫ ,ମାଲକାନଗିରିରୁ ୯୬, ମୟୂରଭଞ୍ଜରୁ ୩୪୨, ନବରଙ୍ଗପୁରରୁ ୨୬୪, ନୟାଗଡରୁ ୨୮୫, ନୂଆପଡାରୁ ୪୦, ପୁରୀରୁ ୪୬୭, ରାୟଗଡାରୁ ୯୦, ସମ୍ବଲପୁରରୁ ୧୭୭, ସୋନପୁରରୁ ୧୫୬, ସୁନ୍ଦରଗଡରୁ ୨୪୪ ଏବଂ ଷ୍ଟେଟ ପୁଲ୍‌ରୁ ଚିହ୍ନଟ ହୋଇଛନ୍ତି ୨୨୦ ଜଣ କରୋନା ଆକ୍ରାନ୍ତ। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୭ଲକ୍ଷ ୭୩ହଜାର ୭୩୨କୁ ବୃଦ୍ଧି ପାଇଥିବାବେଳେ ୬ଲକ୍ଷ ୮୦ହଜାର ୯୩୨ ସୁସ୍ଥ ହୋଇଛନ୍ତି ।ସେହିଭଳିଭାବେ ଗତ ୨୪ ଘଣ୍ଟାରେ ୧୫ ଜିଲ୍ଲାରୁ ଆଉ ୩୭ ଜଣ ଆକ୍ରାନ୍ତ ଙ୍କ ମୃତ୍ୟୁ ଘଟିଛି ।ମୃତକଙ୍କ ମଧ୍ୟରେ କଟକ ଓ କଳାହାଣ୍ଡି ଜିଲ୍ଲାରୁ ୪ ଜଣ ଲେଖାଏ, ଝାରସୁଗୁଡ଼ା, ଖୋର୍ଦ୍ଧା, ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ୩ ଜଣ ଲେଖାଏ.ସୁବର୍ଣ୍ଣପୁର, ରାୟଗଡ଼ା, କେନ୍ଦ୍ରାପଡ଼ା ଜିଲ୍ଲାରୁ ଦୁଇ ଜଣ ଲେଖାଏ, ବଲାଙ୍ଗିର, ଗଜପତି, ଗଞ୍ଜାମ, କୋରାପୁଟ ଜିଲ୍ଲାରୁ ଆଉ ଜଣେ ଲେଖାଏ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ।ଯାହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୨୭୯୧ ପହଁଚିଛି।

 

Leave A Reply

Your email address will not be published.