ମେଣ୍ଢାଶାଳ,୧।୯(ଏସଏସନିଉଜ )ଚନ୍ଦକାଥାନା ଅନ୍ତର୍ଗତ କଣ୍ଟାବାଡ ବଜାର ନିକଟରେ ମଙ୍ଗଳବାର ରାତିରେ ଏକ ପିକ୍କଅପ ଭ୍ୟାନ ମଡ଼େଇ ଦେବାରୁ ଜଣେ ସ୍କୁଟି ଚାଳକଙ୍କ ସମେତ ଅନ୍ୟଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇ ଏକ ଘରୋଇ ଡାକ୍ତରଖାନରେ ଚିକିତ୍ସା ହେଉଛନ୍ତି ।
ପ୍ରକାଶ ଯେ,ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଏକ ପିକ୍କଅପ ଭ୍ୟାନଟି ଚନ୍ଦକା ପଟୁ ଆସୁଥିଲା । ସେହି ସମୟରେ ମେଣ୍ଢାଶାଳ ପଟୁ ଏକ ସ୍କୁଟି ଓ ଏକ ମଟର ସାଇକେଲରେ ଦୁଇ ଜଣ ଆସୁଥିଲେ ।ରାସ୍ତାରେ ଗୋରୁ ଠିଆ ହୋଇଥିବା ବେଳେ ଗାଡି ଚାଳକ ଜଣକ ଜାଣି ପାରିନଥିଲେ ।ଯାହାଫଳରେ ଗାଡିଟିକୁ ଡାହାଣ ପଟକୁ କାଟିଦେବା ଦ୍ୱାରା ସ୍କୁଟି ଚାଳକ ଉପରେ ଗାଡି ମାଡିଯାଇଥିଲା ଓ ମଟର ସାଇକେଲରେ ଆସୁଥିବା ସ୍ଵାମୀ ଓ ସ୍ତ୍ରୀ ଧକ୍କାରେ ତଳେ ପଡିଯାଇଥିଲେ ।ସ୍ଥାନୀୟ ଲୋକଙ୍କ ଦ୍ୱାରା ସ୍କୁଟି ଚାଳକଙ୍କୁ ସାଙ୍ଗେ ସାଙ୍ଗେ ଏକ ଘରୋଇ ଡାକ୍ତରଖାନାକୁ ନିଆ ଯାଇଥିଲା। ପିକ୍କଅପ ଭ୍ୟାନ ଚାଳକକୁ ଲୋକମାନେ ଏକ ଘରେ ଚାବି ଦେଇ ରଖିଥିଲେ ।ଖବର ପାଇ ଚନ୍ଦକା ପୋଲିସ ଘଟଣା ସ୍ଥଳରେ ପଂହଁଚି ଚାଳକକୁ ଉଧାର କରିବାସହ ଦୁର୍ଘଟଣା ଘଟାଇଥିବା ଗାଡିକୁ ଥାନାକୁ ଆଣିଥିଲେ ।(ପଦ୍ମଚରଣ 6ବଡ଼ଜେନାଙ୍କ ରିପୋର୍ଟ)
