ପୋଲିସ ହେବ ତ ଏମିତି !

0 332

କେନ୍ଦ୍ରାପଡା,୧୩/୨(ଏସ ଏସ ନିୟୁଜ )ଖାକିର ମାନବିକତା ଦେଖାଇଲେ ପୋଲିସ କର୍ମଚାରୀ । ଯାହାକୁ ନେଇ କେନ୍ଦ୍ରାପଡାରେ ଚର୍ଚ୍ଚା ଜୋର ଧରିଛି । ସିଏ ହେଉଛନ୍ତି କେନ୍ଦ୍ରାପଡାର ପୋଲିସ ହାବିଲଦାର ଏନ ଏନ ସୋରେନ । ରାତିରେ ପାଟ୍ରୋଲିଂ ବେଳେ ଧରାପଡ଼ିଥିଲେ ଜଣେ ମଦୁଆ ଡ୍ରାଇଭର । ପ୍ରଚୁର ମାତ୍ରାରେ ମଦ ପିଇ ଗାଡ଼ି ଚଲାଉଥିଲେ ଡ୍ରାଇଭର । ନିଜର ହିତାହିତ ଜ୍ଞାନ ଭୁଲି ଯାଇଥିଲେ । ପାଟ୍ରୋଲିଂ ବେଳେ ତାଙ୍କୁ ଅଟକାଇଥିଲେ ପୋଲିସ କର୍ମଚାରୀ । ହେଲେ କୌଣସି ଫାଇନ କାଟିନଥିଲେ !ଗାଡି ଅଟକାଇବା ବେଳେ ଜାଣିବାକୁ ପାଇଥିଲେ ଯେ, ପଛ ସିଟ୍‌ରେ ତିନି ଜଣ ଛୋଟ ପିଲା ବସିଛନ୍ତି । ମାନବିକତା ଦେଖାଇ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ଏନ ଏନ ସୋରେନ୍ ଗାଡି ଡ୍ରାଇଭରକୁ ପାଖ ସିଟ୍‌ରେ ବସାଇ ନିଜେ ଗାଡ଼ି ଚଲାଇଥିଲେ । ଯୁବକଙ୍କ ଘର ଠିକଣା ପଚାରି, ସୁରକ୍ଷିତ ଭାବେ ଘରେ ଛାଡିଥିଲେ । ତିନି ଛୋଟ ଶିଶୁଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ହାବିଲଦାର ସୋରେନ୍ । କୌଣସି ଅଘଟଣ ପୂର୍ବରୁ ସମସ୍ତଙ୍କୁ ସୁରକ୍ଷିତ ଭାବେ ଘରେ ପହଁଚାଇଥିଲେ ଏନ ଏନ ସୋରେନ୍ । ପୋଲିସ କର୍ମଚାରୀଙ୍କ ଏଭଳି ମହାନତାକୁ ସବୁଠି ପ୍ରଶଂସା କରାଯାଉଛି । ପରିବାର ଲୋକ କହୁଛନ୍ତି ପୋଲିସ ହେବ ତ ଏମିତି !

Leave A Reply

Your email address will not be published.