ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା

0 141

ବାଲିଗୁଡା,୨୫/୧୦(ଏସଏସ ନିଉଜ)ପୋଲିସ ଓ ମାଓବାଦୀ ଗୁଳିବିନିମୟ ରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ନିକଟଜଙ୍ଗଲରେ ଜଣେ ମହିଳା ମାଓବାଦୀ ମୃତ୍ୟୁବରଣ କରିଛନ୍ତି ।ଏହି ଘଟଣାର ଦଶ ଦିନ ପରେ ପୋଲିସ ଇନଫରମର ସନ୍ଦେହରେ ବାଲିଗୁଡାଥାନା ଅନ୍ତର୍ଗତ ଟିକରବାଜୁ ଗ୍ରାମର ନୀଳକଣ୍ଠ ନାମକ ଜଣଙ୍କୁ ନିର୍ମମ ଭାବେ ମାଓବାଦୀ ହତ୍ୟା କରିଛନ୍ତି ।ଏହାପରେ ଜାର୍ଗୀ ନିକଟରେ ଠିକା ସଂସ୍ଥାଦ୍ୱାରା ହେଉଥିବା ରାସ୍ତାକାମରେ ବ୍ୟବହାର ହୋଇଥିବା ଗୋଟିଏ ଜେସିବି ଏବଂ ଗୋଟିଏ ଟ୍ରାକ୍ଟର ପୋଡି ଦେଇଛନ୍ତି l ଯିବାବେଳେ ମାଓବାଦୀମାନେପୋଷ୍ଟର ଛାଡ଼ିଯାଇଛନ୍ତି ।

Leave A Reply

Your email address will not be published.