ପଲ୍ୟୁସନ ସାର୍ଟିଫିକେଟ ଯନ୍ତ୍ରଣା

ନିଷ୍ପତି ପ୍ରତ୍ୟାହାର ନହେଲେ ରାଜ ରାସ୍ତାରେ ଥୁଆ ହେବ ଗାଡି

ଭୁବନେଶ୍ୱର,୨୯ା୧୨(ଏସଏସନିଉଜ)ଓଡ଼ିଶାରେ ସବୁଜ ଷ୍ଟିକର ଏବଂପଲ୍ୟୁସନ ପ୍ରମାଣପତ୍ର ଯନ୍ତ୍ରଣାକୁ ଦୃଢ଼ ବିରୋଧ କରି ତୁରନ୍ତ ଏସବୁ ବନ୍ଦ କରିବାକୁ ସୋମବାର ପରିବହନସଚିବ ଉଷା ପାଢୀଙ୍କୁ ଖାରବେଳଭବନରେ ଭେଟି ଦାବୀ ଜଣାଇଛି ଆମ ଜନତା ଅଧିକାର । ସଂଗଠନର ଆବାହକ ମନୋଜ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଭେଟି ଆଲୋଚନା କରିଥିଲେ ।ବିଶେଷକରି ନିମ୍ନ ଏବଂ ମଧ୍ୟବିତ୍ତ ପରିବାରମାନେ ଦୈନନ୍ଦିନ ଯାତାୟାତ ଏବଂ ଜୀବିକାପାଇଁ ବ୍ୟକ୍ତିଗତ ଯାନବାହନ ଉପରେ ନିର୍ଭର କରିଥାନ୍ତି । ଫେବୃଆରୀରୁ ସମସ୍ତ ଯାନବାହନ ପାଇଁ ସବୁଜଷ୍ଟିକର ବାଧ୍ୟତାମୂଳକ ଓ ସାର୍ଟିଫିକେଟ ବିନା ପେଟ୍ରୋଲ ବନ୍ଦ ନିୟମ ଲାଗୁ କରିବା ଘୋଷଣାପାଇଁ ବର୍ତମାନ ସାରାରାଜ୍ୟରେ ହାହାକାର ସ୍ଥିତି ଉପୁଜିଛି । ଯାନବାହନ ପ୍ରଦୂଷଣ ରୋକିବା ଏବଂ ମୋଟରଯାନ ଆଇନର ପାଳନ ଆଳରେ ଓଡ଼ିଶାର ସାଧାରଣଜନତା ବିଶେଶତଃ ଆର୍ଥିକଦୃଷ୍ଟିରୁ ଦୁର୍ବଳବର୍ଗର ଲୋକଙ୍କ ଉପରେ ଅଯଥା କଷ୍ଟ ଏବଂ ହଇରାଣ ଲଦିଦେବା ଅନୁଚିତ। ମୋଟରଯାନ ନିର୍ଗତଧୂଆଁ ଯୋଗୁଁ ଓଡ଼ିଶାରେ ବାୟୁପ୍ରଦୂଷଣ କ୍ଷେତ୍ରରେ ସାମାନ୍ୟ ।ଭାରିନିର୍ମାଣ କାର୍ଯ୍ୟକଳାପରୁ ଧୂଳି, ଖୋଲା ଖଣିଖନନ, ଅନିୟନ୍ତ୍ରିତ ବାଲିପରିବହନ, ପାୱାରପ୍ଲାଣ୍ଟ ବା ବୃହତଶିଳ୍ପର ଧୂଆଁ,ପାଉଁଶ ପୋଖରୀ ଏବଂ ବର୍ଜ୍ୟବସ୍ତୁ ପୋଡ଼ିବାକୁ ସରକାର ପ୍ରାଧାନ୍ୟନଦେଇ ସାଧାରଣ ଗରିବଲୋକଙ୍କ ବ୍ୟକ୍ତିଗତ ଯାନବାହନ ମାଲିକମାନଙ୍କୁ ୧୩୦୦କୋଟିର ରାଜସ୍ବ ଆଦାୟପାଇଁ ଟାର୍ଗେଟ କରିବା ନିନ୍ଦନୀୟ ବୋଲି ଏହି ପ୍ରତିନିଧିଦଳ ଅଭିଯୋଗ ଆଣିଛନ୍ତି। ଯଦି ଫିଟନେସ ସରକାର ଦେଉଛନ୍ତି ପେଟ୍ରୋଲ ସରକାରୀ ଟାଙ୍କିରୁ ଆସୁଛି ତେବେ ଲୋକଙ୍କ ପଲ୍ୟୁସନ ଯନ୍ତ୍ରଣା ଦେଇ ହଇରାଣ କରିବାକୁ ସଂଗଠନ ନାପସନ୍ଦ କରିଛି । ସେପଟେ ସରକାର ନିଜେ ପ୍ରସ୍ତୁତ ନାହାନ୍ତି ଏପର୍ଯ୍ୟନ୍ତ ଗ୍ରୀନଷ୍ଟିକର ଆଣିନାହାନ୍ତି । ଯିଏ ବର୍ତମାନ ପଲ୍ୟୁସନ ସାର୍ଟିଫିକେଟ କରିସାରିଛି ସିଏ କଣ ଆଉଥରେ ଗ୍ରୀନଷ୍ଟିକର ପାଇଁ ଲାଇନରେ ଆସି ଛିଡା ହେବ ? ତେଣୁ ପୁନର୍ବିଚାର କରି ତୁରନ୍ତ ନିଷ୍ପତି ପ୍ରତ୍ୟାହାରକରିବାକୁ ଆମଜନତା ଅଧିକାର ଉଷାପାଢ଼ୀଙ୍କୁ ଦାବୀ କରିଛି ।
କେନ୍ଦ୍ର ସରକାରଙ୍କ ମୋଟରଯାନ ନିୟମ ଅନୁଯାଇ ଏହା ଲାଗୁ ହୋଇଛି । ଏହା ସାଧାରଣ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ଲାଗୁ ହୋଇଛି । ଯେହେତୁ ଲୋକମାନେ ଟିକେ ଢିଲା ହୋଇଥିଲେ ତେଣୁ ଅସୁବିଧା ହେଉଛି । ଧରାପଗଡ଼ ନହେଲେ ଲୋକେ ହେୟଜ୍ଞାନ କରୁଛନ୍ତି । ତଥାପିବି ଏହି ସଂକ୍ରାନ୍ତରେ ସରକାର ସାଧାରଣଲୋକଙ୍କ ହିତପାଇଁ ଯାହା ଆବଶ୍ୟକ ତାର ପର୍ଯ୍ୟାଲୋଚନା କରି ପଦକ୍ଷେପ ନେବାକୁ ସଚିବ କହିଛନ୍ତି । ଯଦି ନିଷ୍ପତି ପ୍ରତ୍ୟାହାର ନହୁଏ ତେବେ ହଜାରହଜାର ସାଧାରଣଲୋକ ଗାଡ଼ି ଆଣି ରାଜରାସ୍ତାରେ ଥୋଇ ଜୋରଦାର ଆନ୍ଦୋଳନ କରିବ ବୋଲି ଆମଜନତା ଅଧିକାର କହିଛି ।

- Advertisement -

Leave A Reply

Your email address will not be published.