ପୋଟେରୁ ଫାଣ୍ଡିରେ ଯବାନଙ୍କ ଆତ୍ମହତ୍ୟା

ମାଲକାନଗିରି, ୪/୧୨(ଏସଏସନିୟୁଜ) ପୋଟେରୁ ଫାଣ୍ଡିରେ ଦୁର‌୍ୟ୍ୟୋଧନ ମାଝୀ ନାମକ ଯବାନ ଆତ୍ମହତ୍ୟା କରିଥିବାର ଖବର ମିଳିଛି। ଗତକାଲି ରାତି ଡ୍ୟୁଟି ସାରି ସକାଳେ ଫାଣ୍ଡି ପରିସରରେ ଥିବା କ୍ବାର୍ଟରକୁ ଆସି ନିଜ ସର୍ଭିସ୍ ରିଭଲଭରରୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ଦୁର‌୍ୟ୍ୟୋଧନଙ୍କ ଘର ବରଗଡ଼ ଜିଲ୍ଲାରେ ହୋଇଥିବାବେଳେ କିଛି ଦିନ ତଳେ ବିବାହ କରିଥିଲେ । ଆତ୍ମହତ୍ୟାର ପକୃତ କାରଣ ଜଣାପଡିନଥିବାବେଳେ ଗୁଳି ଶବ୍ଦ ଶୁଣି ଫାଣ୍ଡି କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚିବାସହ କାଲିମେଳା ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି ।

- Advertisement -

Leave A Reply

Your email address will not be published.