ପୁଣି ପ୍ରବଚନ ଦେବେ ସାରଥୀ !

0 284

ଖବର ଆଜିର,ତାରିଖ ୧୭-୦୨-୨୦୨୧ ବୁଧବାର
୧-ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ : ରାଉରକେଲାରେ ଆନ୍ତର୍ଜାତିକ ମାନର ହକି ଷ୍ଟାଡିଅମର ଶିଳାନ୍ୟାସ ,, ଷ୍ଟାଡିଅମକୁ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କଲେ ।
୨-ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ କାଠ ଅନୁକୂଳ । ୩ଖଣ୍ଡ ୧୨ ଫୁଟିଆ ଧଉରା କାଠ ଅନୁକୂଳ କଲେ ରାଜପୁରୋହିତ ।
୩– ଶୁକ୍ରବାର ସୁପ୍ରିମକୋର୍ଟରେ ହେବ କୋଟିଆ ବିବାଦର ଶୁଣାଣୀ .
୪-ଟୁଲକିଟ୍ ମାମଲା ; ପୋଲିସ ରିମାଣ୍ଡରେ ଥାଇ ପରିବାର ଲୋକଙ୍କ ସହ ମିଶି ପାରିବେ ଦିଶା ରବି । କୋର୍ଟ ଦେଲେ ନିର୍ଦ୍ଦେଶ ।
୫-ମଧ୍ୟ ପ୍ରଦେଶ ସିଧିରେ ବସ କେନାଲକୁ ବସ ଖସିବା ଘଟଣାରେ ୪୫ଜଣ ପ୍ରାଣ ହରାଇଛନ୍ତି। ଘଟଣା ପରେ ଦେଶରେ ଶୋକର ଛାୟା ଖେଳି ଯାଇଛି।
୬-ମଧ୍ୟ ପ୍ରଦେଶ ବସ୍ ଦୁର୍ଘଟଣା: ଶୋକ ପ୍ରକାଶ କଲେ ମୋଦି, ମୃତକଙ୍କ ପରିବାରକୁ ପିଏମ୍ କୋଷରୁ ମିଳିବ ୨ ଲକ୍ଷ ଟଙ୍କା କ୍ଷତିପୂରଣ ।
୭-ମଧ୍ୟ ପ୍ରଦେଶ ସରକାର ଶିବରାଜ ସିଂହ ଚୌହାନ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି।
୮-ଚୀନ ଓ ୟୁକେ ପରେ ଏବେ ଭାରତରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ୍ କରୋନା, ୪ ସଂକ୍ରମିତ ଚିହ୍ନଟ ।
୯-ପୁଣି ପ୍ରବଚନ ଦେଇପାରିବେ ସାରଥୀ, ହାଇକୋର୍ଟ ଦେଲେ ଅନୁମତି ।
୧୦-ସରିଲା ସସ୍‌ପେନ୍ସ: ଏଥର ମାତ୍ର ୩୦ ଦିନ ହେବ ମହାକୁମ୍ଭ ମେଳା, ଏପ୍ରିଲ ୧ରୁ ଆରମ୍ଭ ।
୧୧-ଗଜପତି ସଡ଼କ ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।
୧୨-୨୦୧୬ ଜେଏନୟୁ ମାମଲା । କହ୍ନେୟା କୁମାରଙ୍କ ସମେତ ୯ ଜଣଙ୍କୁ କୋର୍ଟଙ୍କ ସମନ । ମାର୍ଚ୍ଚ ୧୫ ରେ ହାଜର ହେବାକୁ ନିର୍ଦ୍ଦେଶ ।
୧୩–୮୯ ବର୍ଷରେ ଇଂଲଣ୍ଡ ବିପକ୍ଷରେ ଭାରତର ସର୍ବବୃହତ ବିଜୟ, କୋହଲିଙ୍କ ନାଁରେ ଯୋଡି ହେଲା ଅନେକ ରେକର୍ଡ ।
୧୪-ଲାଏ ଡିଟେକ୍ସନ ବେଳେ ପରୀକୁ ହତ୍ୟା ସଂପର୍କରେ କହିଥିଲା ଅଭିଯୁକ୍ତ । ଅଡିଓ ଭିଜୁଆଲ ମାଧ୍ୟମରେ ରେକର୍ଡ ହୋଇ ରହିଛି ସଂପୂର୍ଣ୍ଣ ସ୍ୱୀକାରୋକ୍ତି । ପ୍ରମାଣ ଭାବେ କୋର୍ଟରେ ଦାଖଲ କରିବ ଏସଆଇଟି ।
୧୫-ମହାରାଷ୍ଟ୍ରରେ ବଢିଲା କରୋନା କେସ୍, ଲକ୍‌ଡାଉନ୍ ଲଗାଇବାକୁ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।
୧୬-LAC ରୁ ସେନା ପ୍ରତ୍ୟାହାର କଲେ ଉଭୟ ଭାରତ ଓ ଚୀନ୍ ।
୧୭-ମହାପ୍ରଭୁଙ୍କୁ ୪ କେଜି ୮୫୮ ଗ୍ରାମ ସୁନା ଓ ୩ କେଜି ୮୭୬ ଗ୍ରାମ ରୁପା ଦାନ କଲେ ଜଣେ ଦାତା।
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.