ରେଡ୍ ଜୋନକୁ ଗଲା ୨ ଜିଲ୍ଲା

0 219

ଭୁବନେଶ୍ୱର, ୮/୧(ଏସଏସନିୟୁଜ) ରାଜ୍ୟରେ କରୋନା ଧୀରେଧୀରେ ତାର କାୟାବିସ୍ତାର କରିଚାଲିଛି । ଆଜି ୩୬୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୧୮୪ ଓ ସ୍ଥାନୀୟ ଅଞ୍ଚଳରୁ ୧୫୩୧ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୩୮୪ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୬ ହଜାର ୧୫୫ରେ ପହଞ୍ଚିଛି ।ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ତେବେ ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଦିନ ମାମଲା ସଂଖ୍ୟା ବୃଦ୍ଧି ପାଇବାସହ ସଂକ୍ରମଣ ହାର ସର୍ବାଧିକ ରହୁଛି ।ଏଣୁ ଏହି ଦୁଇଟି ଜିଲ୍ଲାକୁ ଜିଲ୍ଲା ରେଡ୍ ଜୋନରେ ସାମିଲ କରାଯାଇଛି ।ସେହିଭଳିଭାବେ ସମ୍ବଲପୁର ଓ ଦେବଗଡ଼ ୟେଲୋ ଜୋନରେ ରହିଛି ।

Leave A Reply

Your email address will not be published.