ବାରଙ୍ଗ,୭।୧ (ଏସଏସନିଉଜ) ଶୁକ୍ରବାରଦିନ ପ୍ରାଣିଉଦ୍ୟାନ ନନ୍ଦନକାନନରେ ଜନ୍ମଗ୍ରହଣ କରିଥିବା ଧଳାବାଘୁଣି ରୁପାର ତିନଟିଶାବକ ମଧ୍ୟରୁ ଗୋଟିକର ମୃତ୍ୟୁ ଘଟିଛି ।ଗତକାଲି ବିଳମ୍ଭିତ ରାତିରେ ରୁପା ଜନ୍ମଦେଇଥିବା ସାଧାରଣରଙ୍ଗର ପ୍ରଥମଶାବକଟି ମରିପଡିଥିବାର ଶନିବାର ସକାଳେ ଜଣାପଡିଛି ।ଶନିବାର ଦିନତମାମ ମଲାଛୁଆଟିକୁ ପାଖରେ ରଖି ରହିଥିବାରୁ ରୁପାପାଖରୁ ମଲାଛୁଆକୁୁ ଅଲଗା କରିବାପାଇଁ ଜନ୍ତୁବିଭାଗର କର୍ମଚାରୀମାନେ ଚେଷ୍ଟାକରି ବିଫଳ ହୋଇଛନ୍ତି ।ଅନ୍ୟଦୁଇଟିଛୁଆକୁ ରୁପା ପାଖରେ ରଖିବାସହ ଖାଇବାକୁ କ୍ଷୀର ଦେଉଥିବାର ଜଣାପଡିଛି ।ତେବେ ରୁପା କୁଦିଦେବାଯୋଗୁ ଛୁଆଟିର ମୃତ୍ୟୁ ହୋଇଥିବାର ଜଣାପଡିଛି ।ରୁପା ଗର୍ଭଧାରଣ କରିବା ସହ ତାର ଦ୍ୱତୀୟଗର୍ଭସ୍ଥ ସନ୍ତାନକୁ ଜନ୍ମଦେବାର ଜଣାପଡିବାପରେ ଉପନିର୍ଦ୍ଦେଶକ ଡ.ସଞିତକୁମାରଙ୍କ ନିର୍ଦ୍ଦେଶମୁତାବକ ୨୧ନଂ ଏନ୍କ୍ଲୋଜରରେ ରୁପାକୁ ଅଲଗାକରି ରଖାଯାଇଥିଲ।।ଏନକ୍ଲୋଜରରେ ସିସିକ୍ୟାମେରା ଲଗାଯାଇ ରୁପାର ଗତିବିଧିକୁ ଲକ୍ଷକରାଯାଇଥିଲା ।ଶୁକ୍ରବାର ଅପରାହ୍ନରେ ୨ଟା ଓ ସନ୍ଧ୍ୟାରେ ଆଉ ଗୋଟିଏଶାବକକୁ ରୁପା ଜନ୍ମଦେବାପରେ ସମସ୍ତଙ୍କ ପାଇଁ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା ।ରୁପା ଜନ୍ମଦେଇଥିବା ପ୍ରଥମଶାବକର ମୃତ୍ୟୁପରେ ନନ୍ଦନକାନନରେ ବାଘସଂଖ୍ୟାହ୍ରାସପାଇ ୨୭ରେ ପହଁଚିଛି ।
