କଟକ,୨୧।୫( ଏସଏସନୀୟୁଜ) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ+୨ ପରୀକ୍ଷାରେ କଟକ ବାରଙ୍ଗସ୍ଥିତ ବେଲଗଛିଆ ଠାରେ ଥିବା ଘରୋଇ ସରସ୍ଵତୀ ଉଚ୍ଚ ମାଧ୍ୟମିକ ବିଜ୍ଞାନ ମହାବିଦ୍ୟାଳୟ ଚଳିତ ବର୍ଷ ବାଜିମାତ କରିଛି। ରାଜ୍ୟର ସବୁ ମହାବିଦ୍ୟାଳୟ ଗୁଡ଼ିକୁ ପଛରେ ପକାଇ ଏହି ବିଦ୍ୟାଳୟର ଛାତ୍ର ବିନିତ୍ ମହାନ୍ତି ୯୭.୬୬% ଅର୍ଥାତ୍ ୫୮୬ ନମ୍ବର ରଖି ରାଜ୍ୟର ଟପ୍ପର ହୋଇଛନ୍ତି । ତାଙ୍କର ଏହି ଗୌରବ ମହାବିଦ୍ୟାଳୟ ପରିସରର ଖୁସିର ଲହରି ଖେଳାଇ ଦେଇଛି। ତାଙ୍କର ଏହି ସଫଳତା ପଛରେ ମହାବିଦ୍ୟାଳୟର ଶୈକ୍ଷିକ ପରିବେଶ ଅନୁକୂଳ ହୋଇଥିବା ସେ କହିଛନ୍ତି । ବିଶେଷ କରି ମହାବିଦ୍ୟାଳୟର ଚେୟାରମ୍ୟାନଙ୍କ ଅନୁଶାସନ, ପିତାମାତାଙ୍କ ଆଶିର୍ବାଦ କଠିନ ପରିଶ୍ରମ ଏହି ସଫଳତା ଆଣି ଦେଇଛି ବୋଲି ଛାତ୍ର ବିନୀତ କହିଛନ୍ତି। ସରସ୍ଵତୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମୋଟ ୪୦୨ଜଣ ଛାତ୍ରୀଛାତ୍ର ଚଳିତବର୍ଷ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଦେଇଥିବା ବେଳେ ଶତପ୍ରତିଶତ ପାସ ହୋଇଛନ୍ତି।ସେଥିମଧ୍ୟରୁ ୩୪୯ଜଣ ପ୍ରଥମ ଶ୍ରେଣୀ,୫୦ଜଣ ଦ୍ବିତୀୟ ଶ୍ରେଣୀ ଓ ୩ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସସରସ୍ୱତୀ ଗ୍ରୁପ୍ ଅଫ୍ ଇନଚିଚ୍ୟୁଟର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଡ.ଦେବଦତ୍ତ ସ୍ୱାଇଁ ମହାବିଦ୍ୟାଳୟର ଶତ ପ୍ରତିଶତ ରେଜଲ୍ଟ ପାଇଁ ଖୁସି ବ୍ୟକ୍ତ କରିବା ସହ ବିଦ୍ୟାଳୟର ଅଧ୍ୟାପନା ଦାୟିତ୍ଵ ତୁଲାଉ ଥିବା ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଶୁଭେଚ୍ଛା ଜଣାଇ ଅଭିଭାବକ ମାନଂକ ସହଯୋଗ କୁ ତାରିଫ କରିଛନ୍ତି।
