ସରପଞ୍ଚଙ୍କ ସମେତ ୧୫ ଜଣଙ୍କ ନାଁରେ ଥାନାରେ ମାମଲା

0 226

ବାଲେଶ୍ବର, ୯/୭(ଏସଏସନିଉଜ) ଗତକାଲି ଖନ୍ତାପଡ଼ା ଥାନା ଇଞ୍ଚୁଡ଼ି ଗ୍ରାମର ଜଣେ ଯୁବକ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛି ।ଏହାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ଦେଖାଦେବାସହ ମନ୍ଦିରଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।ଏହାସହ ହତ୍ୟାକାଣ୍ଡରେ ସମ୍ପୃକ୍ତ ସ୍ଥାନୀୟ ସରପଞ୍ଚ ଙ୍କ ସହ ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।
ଗୁରୁବାର ସକାଳେ ସ୍ଥାନୀୟ ପାହି ଅଞ୍ଚଳରେ ଏକ ଚିଙ୍ଗୁଡ଼ିଘେରିରୁ ଇଞ୍ଚୁଡ଼ି ଗ୍ରାମର କୁନା ଦଳେଇ ଲୁହାରଡ୍ ଚୋରି କରିଥିବା ନେଇ ଘେରି ମାଲିକ ସ୍ଥାନୀୟ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିଥିଲେ। ଗତକାଲି ରାତି୮ଟାରେ କିଛିଲୋକଙ୍କୁ ସାଙ୍ଗରେ ନେଇ ସରପଞ୍ଚକୁନାଙ୍କୁ ଘରୁ ଟେକିଆଣି ଗ୍ରାମର ମନ୍ଦିରଛକ ନିକଟରେ ଏକ ଗଛରେ ବାନ୍ଧି ଚୋରି ସମ୍ପର୍କରେ ପଚରାଉଚୁରା କରିବା ସହ ନିସ୍ତୁକ ମାଡ଼ ମାରିଥିଲେ ।ଏହାପରେ ଏକ ଅଟୋରେ ଥାନାରେ ଜିମାଦେବାକୁ ଆଣିଥିବାବେଳେ କୁନାର ଅବସ୍ଥାଦେଖି ତାକୁ ଡାକ୍ତରଖାନାକୁ ନେବାକୁ ପୋଲିସ କହିଥିଲା ।
ଆକ୍ରମଣକାରୀମାନେ ଗୁରୁତରଅବସ୍ଥାରେ ଯୁବକଙ୍କୁ ପ୍ରଥମେ ଖନ୍ତାପଡ଼ା ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ କୁନାଙ୍କର ମୃତ୍ୟୁ ହୋଇ ଯାଇଥିଲା।ଏହାଜଣାପଡିବାପରେ ଗାଁରେ ଉତେଜନା ଦେଖାଦେଇଥିଲା ।ଫଳରେ ଉତ୍ୟକ୍ତ ଗ୍ରାମବାସୀ ମୃତକଙ୍କ ପରିବାରକୁ ନ୍ୟାୟ ଦାବୀରେ ମନ୍ଦିରଛକ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ନ୍ୟାୟ ଦାବିରେ ଧାରଣାରେ ବସି ରହିଛନ୍ତି।ଅନ୍ୟପଟେ କୁନାଙ୍କ ପରିବାର ଲୋକେ ଖନ୍ତାପଡ଼ା ଥାନାରେ ସରପଞ୍ଚ ରମଣୀରଞ୍ଜନ ମହାଳିକ ଓ ଅନ୍ୟ ୧୫ଜଣ ‌ସହଯୋଗୀଙ୍କ ନାମରେ ଅଭିଯୋଗ କରିଥିବାର ଜଣାପଡିଛି ।

Leave A Reply

Your email address will not be published.