ଆଜିର ରାଶିଫଳ

0 403

ବାହୁଡ଼ା ଯାତ୍ରା,୨୦୨୨ ମସିହା ଜୁଲାଇ ମାସ ୦୯ ତାରିଖ (ଶନିବାର)ଆଷାଢ଼ ମାସ -ଶୁକ୍ଳପକ୍ଷ, ତିଥି-ଦଶମୀ ଦିବା ଘ୪/୪୨ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ, ସୁର୍ୟୋଦୟ ପ୍ରାତଃ ଘ୦୫/ ୧୭/୩୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୩୫,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କଳମ୍ବୀ(କଳମ ଶାଗ ) ଦିବା ଘ୪/୪୨ ଗତେ ସିମ୍ବିକା(ଶିମ୍ବ) ଭକ୍ଷଣ ନିଷେଧ।
🐏ମେଷ👉 ଠାକୁରଙ୍କ ଦର୍ଶନ ଲାଭକରି ଖୁସି ହୋଇ ପାରନ୍ତି। ଆଶାବାଦୀ ହେବେ। ପରମ ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିବ।
🐮ବୃଷ👉ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଐଶ୍ବର୍ଯ୍ୟଯୁକ୍ତ ହେବେ। ରଣାଙ୍ଗନ ବୀରତ୍ବ ପ୍ରଦର୍ଶନ କରି ପ୍ରଶଂସାର ପାତ୍ର ହେବେ। ମୋକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ। ଧନଲାଭ ହେବ।
👩‍❤️‍👨ମିଥୁନ👉 ଦ୍ରବ୍ୟ ଲାଭର ସୂଚନା ମିଳୁଛି। ପଥରୋଧ ହୋଇପାରେ। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫ ଜନିତ ସାମାନ୍ୟ କ୍ଳେଶ ଅନୁଭବ କରି ପାରନ୍ତି। କଥାବାର୍ତ୍ତାର ମାଧୁର୍ଯ୍ୟ ରେ ଅନ୍ୟମାନେ ମୋହିତ ହୋଇପାରନ୍ତି। ଜ୍ଞାନ- ଗରିମା, ସାହସୀ ଓ ଗୁଣଜ୍ଞ ହେବେ।
🦀କର୍କଟ👉 କାର୍ଯ୍ୟଭାର ଲାଘବ ହେବ। ରୋଜଗାର ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରି ପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଗୃହ ଓ ଯାନବାହନ ସୁଖ ମିଳିବ।
🦁ସିଂହ👉ପରିବେଶ ଆପଣଙ୍କ ପାଇଁ ଲାଭଦାୟକ ହେବ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ସରକାରଙ୍କ କୃପାପାତ୍ର ହେବେ।
🙎‍♀️କନ୍ୟା👉 ଉଚ୍ଚକର୍ତ୍ତୃପକ୍ଷଙ୍କ ଦ୍ବାରସ୍ଥ ହୋଇପାରନ୍ତି। ପରୋ ପକାର କରି ଆତ୍ମସ ନ୍ତୋଷ ଲାଭ କରିବେ। ଭାଗ୍ୟ ଶାଳୀ ହେବେ। ଭୋଗ- ବିଳାସ କରିପାରନ୍ତି। ସୁଖ- ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଦାମ୍ପ ତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ବାନ୍‌ ଓ ସାହସୀ ହେବେ।
⚖️ତୁଳା👉 ଦାୟିତ୍ବରେ ପରିବର୍ତ୍ତନ ଘଟିବ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଈର୍ଷାଳୁ ସ୍ବଭାବର ହୋଇପାରନ୍ତି। ସ୍ବାଭିମାନୀ ହେବେ। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ।
🦂ବିଛା👉ଅର୍ଜନ କରିଥିବା ପୂର୍ବର ଅଭିଜ୍ଞତା କାର୍ଯ୍ୟରେ ଲଗାଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟ ବାନ୍‌ ହେବେ। ପତ୍ନୀଙ୍କ ପରାମ ର୍ଶରେ କାର୍ଯ୍ୟ କଲେ ସଫଳତା ଅବଶ୍ୟ ମିଳିବ।
🏹ଧନୁ👉ବିଭିନ୍ନ କାରଣରୁ ବ୍ୟଥିତ ହୋଇପାରନ୍ତି। ସମ୍ମାନ କୁ ଜଗି ଚଳିବାକୁ ପଡ଼ିବ। ଭାଇ ମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବ ନଯାପନ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇ ପାରନ୍ତି। ଚାକି ରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
🐊ମକର👉ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନ ଲାଭ ହୋଇପାରେ। ତନ୍ତ୍ର- ମନ୍ତ୍ରା ଦି ଗୁପ୍ତବିଦ୍ୟା ପାଇଁ ଆଗ୍ରହୀ ହେବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସା ୟରେ ପ୍ରଚୁର ଧନଲାଭ ହେବ। ପତ୍ନୀଙ୍କ ସହାୟତା ମିଳିବ।
🏺କୁମ୍ଭ👉 ବିପଦକୁ ଏଡ଼ାଇ ଆଗକୁ ବଢ଼ିପାରନ୍ତି। ଉଦାର ସ୍ବଭାବର ହେବେ। ଦାନ- ଧର୍ମ ରେ ଦୀକ୍ଷିତ ହୋଇପାରନ୍ତି। ବ୍ୟକ୍ତି ବିଶେଷ ଭାବେ ପ୍ରତିଷ୍ଠା ଅର୍ଜନ କରିପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ। କୃଷିକର୍ମ ଉପରେ ଆଲୋକପାତ କରିପାରନ୍ତି।
🐟ମୀନ👉ଅଘଟଣ ଘଟିବ। ପୂର୍ବରୁ ସତର୍କ ହେବେ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫରେ ଆକ୍ରାନ୍ତ ହେବେ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃ ସ୍ନେହ ରହିବ।
!!ସୂର୍ଯ୍ୟଙ୍କ ” ତାପ ” ଆଉ ବାପାଙ୍କ ” ରାଗ ” ସହ୍ୟ କରିବା ଶିଖନ୍ତୁ … କାରଣ ସୂର୍ଯ୍ୟ ବୁଡିଗଲେ ଦୁନିଆଁ ଅନ୍ଧକାର ଆଉ ବାପା ହଜିଗଲେ ଜୀବନ ଅନ୍ଧକାର !!
ବାସ୍ତୁ ଟିପ୍ପଣୀ-ହିନ୍ଦୁ ଧର୍ମ ରେ ପ୍ରକୃତି ରେ ଥିବା ପ୍ରତୋକ ଜିନିଷ ଜୋତିଷ ବାସ୍ତୁ ଶାସ୍ତ୍ର ର ଅଂଶ ହେଇଥାଏ I ଯାହା ଦ୍ୱାରା କି ପ୍ରକୃତି ରେ ଘଟିବାକୁ ଥିବା ଘଟଣା ର କୌଣସି ନା କୌଣସି ସଂକେତ ରହିଥାଏ I ଆଜି ପ୍ରକୃତିର କିଛି ଏପରି ସଂକେତ ବିଷୟରେଜାଣିବା I ଏପରି କିଛି ସଂକେତ ଦେଖି ଆପଣମାନେ ଆଗାମୀ ଜୀବନ ରେ ଘଟିବାକୁ ଥିବା ଅଘଟଣ ବିଷୟରେ ଜାଣିପାରିବେ-
!!ଘରେ କୌଣସି ପକ୍ଷୀ ଆଘାତ ପାଇ ପଡିବା ଦେଇଥାଏ ଦୃଘଟଣାର ସଙ୍କେତ!!
!!ଘର ଉପରେ ଯଦି ପେଚା ବସିବା ଆରମ୍ଭ କରିବ ତେବେ ସେହି ଘରେ ନାନା ସମସ୍ୟା ଆସିଥାଏ I ଧନ ର ଅଭାବ ରହିବ , ଶାରୀରିକ କଷ୍ଟ ଲାଗି ରହିବ !!
!!ଚିଲ ପକ୍ଷୀ ଯଦି ଘର ଉପରେ ବୁଲେ କି ଆସି ବସେ ତେବେ ଏହା ଅଶୁଭ ସଂକେତ ହେଇଥାଏ !!
!!ଘରେ ବୁଢିଆଣୀ ଜାଲ ରହିବା ଉଚିତ ନୁହେଁ I ଏହା ଶୁଭ ଲକ୍ଷ୍ୟଣ ହେଇ ନ ଥାଏ ।
!!ଯେଉଁ ଘରେ କଙ୍କଡା ବିଛା ରହିଥାନ୍ତି ସେହି ଘରେ ମାତା ଲକ୍ଷ୍ମୀ ଙ୍କ ଆଗମନ ହେଇଥାଏ !!
!!ଯେଉଁ ଘରେ କଳା ମୂଷା ଙ୍କ ର ବୃଦ୍ଧି ହେଇଥାଏ ସେହି ଘରେ ଅଚାନକ ରୋଗ ବ୍ୟାଧି ବୃଦ୍ଧି ହେବାର ର ଏହା ସଂକେତ ଅଟେ !!
!!କୌଣସି ପକ୍ଷୀ ଆପେ ଆପେ ଆଘାତ ପାଇ ଆସି ଆପଣ ଙ୍କ ଅଗଣା ରେ ପଡିଯିବା ବହୁତ ବଡ଼ ଅଶୁଭ ସଂକେତ ହେଇଥାଏ । ଏହି ପକ୍ଷୀ ମରିକି ଆସି ପଡିବା ମଧ୍ୟ ଆହୁରି ଅଶୁଭ ହେଇଥାଏ ।
!!ଯେଉଁ ଘରେ ବିଲେଇ ଝଗଡା କରିଥାନ୍ତି , ସେହି ଘରେ ଅଚାନକ କୌଣସି ବିଘ୍ନ ଲାଗି ରହିଥାଏ I ସେହି ଘରେ ବିବାଦ ବୃଦ୍ଧି ହେଇଥାଏ !!
!!ଆପଣ ଙ୍କ ଘର ଆଡ଼ କୁ କେହି କୁକୁର ଅନେକ କାନ୍ଦିବା ଏହା ଅସୁଭତ୍ୱ ର ସଂକେତ ହେଇଥାଏ ।ଏହି ଘର ର କୌଣସି ବ୍ୟକ୍ତିଙ୍କ ର ଆକସ୍ମିକ ମୃତ୍ୟୁର ମଧ୍ୟ ଏହା ସଂକେତ ହେଇଥାଏ !!
!!କୌଣସି ଘର ଛାତ ଉପରେ ଯଦି କୌଣସି କାଉ କିମ୍ବା ପେଚା ବୋବାଇଥାଏ ତେବେ ସେହି ଘର କୁ କୌଣସି ବିପତି ଆସିଥାଏ I ଅଥବା କୌଣସି ବାଧା ସୃଷ୍ଟି ହେଇଥାଏ !!
!! ଘରେ ବାଦୁଡ଼ି ବସା କରିବା ଅଶୁଭ ହେଇଥାଏ !!
!!କଳା କିମ୍ବା ନୀଳ ରଙ୍ଗ ର ଚଢେଇ ଆସି ଘରେ ରହିବା ଦରିଦ୍ରତା ର ସଂକେତ ହେଇଥାଏ I ଯଦି କୋଇଲି ଆପଣ ଙ୍କ ଘର ପାଖ ରେ ବସି ବୋବାଇଥାଏ ତେବେ ଏହା ସୁଖଦ ଜୀବନ ର ସଂକେତ ହେଇଥାଏ I ଯଦି କୋଇଲି ପୂର୍ବ ଓ ଉତ୍ତର ଦିଗ ରେ ବୋବାଇଥାଏ ତେବେ ଏହା ଦ୍ୱାରା ଘର ର ଯଶ ଓ ପ୍ରତିଷ୍ଠା ବୃଦ୍ଧି ପାଇଥାଏ !!
!!ସକାଳୁ ସକାଳୁ ଆସି କାଉ ଚୋବାଇବା କୌଣସି ଅତିଥି ଙ୍କ ର ଆଗମନ ର ସଂକେତ ହେଇଥାଏ I ଯଦି ପୂର୍ବ ଦିଗ ରେ କୌଣସି କାଉ ବୋବାଇଥାଏ ତେବେ କୌଣସି ପ୍ରଭାବଶାଳୀ ବ୍ୟକ୍ତି ଙ୍କ ର ଆଗମନ ହେଇଥାଏ I କିନ୍ତୁ କାଉ ଆସି ଯଦି ଆପଣ ଙ୍କ ଘର ଉପରେ କୌଣସି ହାଡ଼ , ମାଛ , ମାଂସ ପକାଇଥାଏ ତେବେ ଏହା ଶୁଭ ସଂକେତ ହେଇଥାଏ !!
!!ଯଦି କୌଣସି ପାଖି ଦ୍ୱାରା ଘରେ ଚାନ୍ଦି , ତମ୍ବା , ଗହଣା କିମ୍ବା କୌଣସି ଧାତୁ ହାତ ରୁ ଖସିଯାଇଥାଏ ତେବେ ସେହି ବ୍ୟକ୍ତି ଙ୍କୁ ଆକସ୍ମିକ ଧନ ପ୍ରାପ୍ତି ର ଯୋଗ ରହିଥାଏ I କୋଣସି କୋର୍ଟ କଚେରୀ ମାମଲା ରେ ସେମାନେ ସଫଳ ହେଇଥାନ୍ତି !!
!!ମୟୁର ଘରେ ନାଚିବା ଅତ୍ୟନ୍ତ ଶୁଭ ହେଇଥାଏ I ମୟୁର ର ଶବ୍ଦ ମଧ୍ୟ ଆପଣଙ୍କର ଆଗାମୀ ଜୀବନ ର ସୁଖମୟ ହେବାର ସଂକେତ ହେଇଥାଏ I କିନ୍ତୁ ମୟୁର କାନ୍ଦିବା କୌଣସି ଦୁଃଖ ର କାରଣ ହେଇଥାଏ !!
!! ମହୁମାଛି ଘରେ ଆସି ବସା କରିବା ଶୁଭ ହେଇଥାଏ କିନ୍ତୁ ଜନ୍ଦା ଘରେ ବସା ବାନ୍ଧିବା ଦ୍ୱାରା ଘରେ ନାନା ବିବାଦ ଉତ୍ପରଃନ ହେଇଥାଏ !!
!! ଛୋଟ ପାଖି ଏକତ୍ର ହେଇ ପାଟି କରିବାର ଅର୍ଥ ହେଇଥାଏ ସେହି ପାଖରେ କୌଣସି ବିଷାକ୍ତ ଯିବ ରହିଛି Iଘର ଉପରେ ଆସି ଚଢେଇ ଡେଇଁବା ସମ୍ପତି ପ୍ରାପ୍ତି ର ସଂକେତ ହେଇଥାଏ I ସମାଜ ରେ ମାନ ସଂମାନ ମଧ୍ୟ ବୃଦ୍ଧି ପାଇଥାଏ !!
!!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

Leave A Reply

Your email address will not be published.