ସ୍କୁଲରେ ପଶିଲା କରୋନା

0 290

ଭୁୁବନେଶ୍ୱର,୯/୧୨(ଏସଏସନିୟୁଜ) ବିଧାନସଭା ସଚିବ ଦାଶରଥୀ ଶତପଥୀ କରୋନା ମହାମାରୀରେ ସଂକ୍ରମିତ ହୋଇଛି । ସଚିବ ଦାଶରଥୀ ଶତପଥୀ ଓ ତାଙ୍କ ଡ୍ରାଇଭର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ସୁଚନା ମିଳିଛି । ଯାଜପୁର ଜିଲ୍ଲାର ଜଣେ ବଡ଼ଚଣା ଓ ଅନ୍ୟ ଜଣେ ବରୀ ଅଞ୍ଚଳର ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଚିହ୍ନଟ ହେବାପରେ ସେମାନଙ୍କୁ ଟାଟା କୋଭିଡ ମେଡିକାଲରେ ଭର୍ତ୍ତି କରାଯାଇଛି । ନଭେମ୍ବର ୨୬ତାରିଖରେ ସେମାନେ କୁଏତରୁ ଭାରତକୁ ଆସିଥିଲେ । ସେହିଭଳିଭାବେ କ୍ୟାପିଟାଲ ହାଇସ୍କୁଲର ନବମ ଶ୍ରେଣୀର ୨ ଛାତ୍ର କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ୩୭୨ ଛାତ୍ରଙ୍କ ଟେଷ୍ଟ ହୋଇଥିବା ବେଳେ ସେଥିମଧ୍ୟରୁ ୨ ଜଣଙ୍କ ନମୂନା ପଜିଟିଭ୍ ଆସିଥିବାର ଜଣାପଡିଛି ।

Leave A Reply

Your email address will not be published.