ସେଲ୍‌ଫି ହେଲା କାଳ, ଡ୍ୟାମରେ ବୁଡିଗଲେ ୨ ଯୁବକ

0 183

ଭୁବନେଶ୍ୱର, ୭/୬(ଏସଏସନିୟୁଜ) ରାଜଗାଙ୍ଗପୁର କଂଶବାହାଲ ଠାରେ ଏକ ଅଭାବନୀୟ ଘଟଣା ଘଟିଛି । ରାଉରକେଲାରୁ ୫ ଜଣ ସାଙ୍ଗ ଙ୍କ ସହ ବୁଲିବାକୁ ଆସି ଡ୍ୟାମରେ ସେଲ୍‌ଫି ନେବା ବେଳେ ଅସାବଧାନତା ହେତୁ ଡ୍ୟାମରେ ବୁଡି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଡ୍ୟାମ ଦେଖିବା ସହ ସେଲ୍‌ଫି ନେବାବେଳେ ରାଉରକେଲା ଉଦିତନଗର ବାସିନ୍ଦା ପ୍ରମୋଦ ପରିଡ଼ା ଓ ଡିଏଭି ନିକଟରେ ରହୁଥିବା ସୁମନ୍ତ ଦେ ପାଣି ଭିତରକୁ ଖସି ପଡିଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ପାଣି ଭିତରୁ ଉଦ୍ଧାର କରିବା ବେଳେ ଜଣଙ୍କର ମୃତ୍ୟୁଘଟିଥିବାବେଲେ ଅନ୍ୟଜଣଙ୍କୁ ଡାକ୍ତରଖାନାକୁ ନେବାବେଳେ ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.