ଭୁବନେଶ୍ୱର,୬।୧(ଏସଏସନିଉଜ)ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେମଙ୍ଗଳପୁର ନିକଟସ୍ଥ ଜମାଲପୁର ଛକରେମଙ୍ଗଳବାର ଏକ ଘରୋଇ ବସ୍ ସ୍କୁଟିକୁ ଧକ୍କା ଦେଇଛି।ଯାହାଫଳରେ ଜଣେ ମହିଳା ସାମ୍ବାଦିକଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।ମୃତ ମହିଳା ସାମ୍ବାଦିକଙ୍କ ନାମ ଶୀଲା ପଟ୍ଟନାୟକ ବୋଲି ଜଣାପଡ଼ିଥିବାବେଳେ ଅନ୍ୟ ଜଣଙ୍କର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ପ୍ରକାଶଯେ,ଏକ ସ୍କୁଟିରେ ଶୀଲା ପଟ୍ଟନାୟକ ନାମକ ମହିଳା ସାମ୍ବାଦିକ ପୁରୀ ଯାଉଥିଲେ। ଏହିସମୟରେ ଜମାଲପୁର ଛକରେ ସ୍କୁଟିର ଚକ ରାସ୍ତାରେ ଥିବା ଏକ ବାଲି ଗଦା ଯୋଗୁ ସ୍ଲିପ୍ ହୋଇଥିଲା। ଫଳରେ ସ୍କୁଟି ତଳେ ପଡ଼ିଯାଇଥିଲା। ସେହି ସମୟରେ ପଛ ପଟୁ ଆସୁଥିବା ଏକ ବସ୍ ସ୍କଟିକୁ ଧକ୍କା ଦେଇଥିଲା।ଘଟଣାସ୍ଥଳରେଶୀଲାଙ୍କ ମୃତ୍ୟୁ ଘଟିଥିବା ବେଳେଅନ୍ୟ ଜଣଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ପିପିଲି ପୁଲିସ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
Prev Post
Next Post
