ସ୍ଥିତି ଅସମ୍ଭାଳ

ସକାଳର ଖବର, ୧୯-ଅକ୍ଟୋବର-୨୦୨୧,ମଙ୍ଗଳବାର

0 608

➡️୧-ଟିକାକରଣରେ ରାଜ୍ୟ ହାସଲ କଲା ନୂଆ ସଫଳତା । ରାଜ୍ୟରେ ବର୍ତମାନ ସୁଦ୍ଧା ୭୮ ପ୍ରତିଶତ ପ୍ରଥମ ଡୋଜ୍ ଓ ୩୨ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି।
➡️୨-ପ୍ରକାଶ ପାଇଲା ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଟର୍ମ-୧ ପରୀକ୍ଷା ସୂଚୀ । ନଭେମ୍ବର ୩୦ରୁ ଦଶମ ଓ ଡିସେମ୍ବର ୧ ତାରିଖରୁ ଦ୍ୱାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ହେବ ।
➡️୩-କୋଭାକ୍ସିନର ଅନୁମୋଦନ ବିଷୟରେ ବିମର୍ଶ ପାଇଁ ଅକ୍ଟୋବର ୨୬ରେ ବସିବ WHO ର ବୈଠକ ।
➡️୪-ସୁନ୍ଦରଗଡ଼ ଜିଲ୍ଲାରେ ୪୪ମାସ ଭିତରେ ୧୨୦୦ କୋଟିର ଜିଏସ୍‌ଟି ଠକେଇ! ଜାଲ୍‌ ବିଲ୍‌ରେ ଠକି ଚାଲିଛନ୍ତି ଅସାଧୁ ବ୍ୟବସାୟୀ।
➡️୫-ମଞ୍ଚେଶ୍ୱରର ସ୍ଥିତ ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟ ଠାରେ ମେଡିକାଲ୍ ଅକ୍ସିଜେନ୍ ଜେନେରେସନ୍ ପ୍ଲାଣ୍ଟ ଉଦ୍ଘାଟନ ।
➡️୬-ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା, ରାଜ୍ୟରେ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ବନ୍ଦ ରହିବ ବ୍ୟଙ୍କ।
➡️୭-ପଞ୍ଚାୟତ ନିର୍ବାଚନ ସଂରକ୍ଷଣ: ବାରିପଦା ଜିଲ୍ଲାରୁ ଆସିଲା ୨୯୮ଟି ଆପତ୍ତି ଅଭିଯୋଗ ।
➡️୮-ଦେଶର ଅଗ୍ରଣୀ କୋଇଲା ଉତ୍ପାଦନକାରୀ ମହାନଦୀ କୋଲଫିଲ୍ଡ ଲିମିଟେଡ କଲା ନୂଆ ରେକର୍ଡ । ଗୋଟିଏ ପକ୍ଷ ବା ୧୫ ଦିନ ମଧ୍ୟରେ ଏହା ନିଜସ୍ୱ ରେକର୍ଡ ୫.୪୫ ଲକ୍ଷ ଟନକୁ ଟପି ପାରିଛି ।
➡️୯-୨୨୮୨ ପୋଲିସ କର୍ମଚାରୀ ପାଇବେ ଆନ୍ତରିକ ସୁରକ୍ଷା ସେବା ପଦକ । ମାଓ ପ୍ରବଣ ଅଂଚଳରେ କାର୍ଯ୍ୟରତ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ପଦକ ପ୍ରଦାନ କରାଯିବ ।
➡️୧୦-ଏସବିଆଇ ଉପରେ କୋଟିଏ ଟଙ୍କାର ଜରିମାନା ଲଗାଇଲା ଆରବିଆଇ ।
➡️୧୧-ସଂଯୁକ୍ତ କିଷାନ ମୋର୍ଚ୍ଚାର ଦେଶବ୍ୟାପୀ ୬ ଘଣ୍ଟିଆ ରେଳରୋକ । ଲଖିମପୁର ହିଂସା ମାମଲାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଓ କୃଷି ଆଇନ ପ୍ରତ୍ୟାହାର କଲେ ଦାବି ।
➡️୧୨-କୋଭାକ୍ସିନକୁ ଖୁବ ଶୀଘ୍ର ମିଳିବାକୁ ଯାଉଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନ୍ୟତା । ଏନେଇ ୨୬ ଅକ୍ଟୋବରରେ ବସିବ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବୈଠକ ।
➡️୧୩-୪ ଦିନର ଲଗାଣ ବର୍ଷାରେ କେରଳରେ ବନ୍ୟା ବିତ୍ପାତ । ଆଖିଆଗରେ ଭାସିଗଲା ଘର, ଦ୍ୱାର ସମେତ ଗାଡି, ମଟର ଓ ପୋଲ । ମୃତ୍ୟୁ ସଂଖ୍ୟା ଟପିଲା ୩୦ ।
➡️୧୪-ଭୁବନେଶ୍ୱର ରେ ଅପହରଣ ହୋଇଥିବା ନାବାଳିକାଙ୍କୁ ଉଦ୍ଧାର କରିବା ଦିଗରେ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହେଲା ‘ପ୍ରାରମ୍ଭ ଯୋଜନା’ । ଅଭିଯୋଗ କରିବା ପାଇଁ ଲୋକେ ଟୋଲ୍ ଫ୍ରି ନମ୍ବର ୨୫୪୫୪୪୫ରେ ଯୋଗାଯୋଗ କରିପାରିବେ ।
➡️୧୫-ଜମ୍ମୁ-କଶ୍ମୀରରେ ଭିତ୍ତିଭୂମି ନିର୍ମାଣ ପାଇଁ ନୂଆଦିଲ୍ଲୀ ସହ ଚୁକ୍ତି କଲା ୟୁନାଇଟେଡ୍‌ ଆରବ ଏମିରେଟ୍ସ। ଏହି ଚୁକ୍ତି ଅନୁଯାୟୀ, ଦୁବାଇ ଜମ୍ମୁ-କଶ୍ମୀରରେ ବିଭିନ୍ନ ସ୍ଥାନରେ ଇଣ୍ଡଷ୍ଟ୍ରିଆଲ ପାର୍କ, ଆଇଟି ଟାଓ୍ବାର, ଲଜିଷ୍ଟିକ୍ସ ସେଣ୍ଟର, ଗୋଟିଏ ମେଡିକାଲ ଓ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ ହେବ ।
➡️୧୬-ଜମ୍ମୁ-କାଶ୍ମୀରରେ ସକ୍ରିୟ ଆତଙ୍କୀ । ପ୍ରବାସୀ ଲୋକଙ୍କୁ କରୁଛନ୍ତି ଟାର୍ଗେଟ୍ । ୨ ପ୍ରବାସୀ ଶ୍ରମିକଙ୍କ ହତ୍ୟା ପରେ ଷ୍ଟେସନରେ ଭିଡ ।
➡️୧୭-ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ଅସମ୍ଭାଳ: ଚାରଧାମ ଯାତ୍ରା ବନ୍ଦ, ଫସି ରହିଛନ୍ତି ୫ ହଜାର ଯାତ୍ରୀ, ୬୫ଟି ରାସ୍ତା ବନ୍ଦ।
➡️୧୮-ଟି-୨୦ ବିଶ୍ଵ କପ୍ ଓ୍ଵାର୍ମ ଅପ୍ ମ୍ୟାଚ୍‌ରେ ଚମକିଲେ ଇଶାନ-ରାହୁଲ, ଇଂଲଣ୍ଡକୁ ୭ ଓ୍ଵିକେଟ୍‌ରେ ହରାଇଲା ଭାରତ ।
➡️୧୯-ଆଇପିଏଲ୍ ଉପରେ ଶାସ୍ତ୍ରୀଙ୍କ ନଜର, ମୁଖ୍ୟ ପ୍ରଶିକ୍ଷକ ପାଇଁ ଆବେଦନ କରିପାରନ୍ତି ରାଠୋର।
➡️୨୦-ଶ୍ରୀଲଙ୍କାର ପ୍ରଥମ ଟେଷ୍ଟ୍‌ ଅଧିନାୟକ ୱର୍ଣ୍ଣପୂରାଙ୍କ ୬୮ ବର୍ଷ ବୟସରେ ହେଲା ଦେହାନ୍ତ । ୧୯୮୨ ଇଂଲଣ୍ଡ ବିପକ୍ଷରେ ଶ୍ରୀଲଙ୍କା ଖେଳିଥିବା ପ୍ରଥମ ଟେ‌ଷ୍ଟ୍‌ରେ ୱର୍ଣ୍ଣପୂରା ଅଧିନାୟକ ଥିଲେ।
➡️ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ, ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।ଶୁଭ ସକାଳ,ସୁପ୍ରଭାତ ।ଯଦି ଆପଣ ଖରାପ ସମୟ ଦେଇ ଗତି କରୁଛନ୍ତି । ତେବେ ମନେ ରଖନ୍ତୁ ଦୁଃଖକୁ ସାମ୍ନା କରିବେ , ତେବେ ଯାଇ ଖୁସି ପାଇବେ🙏🏻ଓଁ ନମଃ ଶିବାୟ🙏🏻

Leave A Reply

Your email address will not be published.