ସ୍ତ୍ରୀ ସ୍ୱାମୀ ବିରୁଦ୍ଧରେ କଲେ ହତ୍ୟା ଉଦ୍ୟମ ଅଭିଯୋଗ

0 145

ପିପିଲି, ୩୦/୩(ଏସଏସନିଉଜ) ଗତ ୨୦୧୬ ମସିହାରେ ପଶ୍ଚିମବଙ୍ଗ କୋଲକତା ଟାଲିଗଞ୍ଜ ଅଞ୍ଚଳର ବାସିନ୍ଦା ଶ୍ୱେତା ମହାପାତ୍ର ଓରଫ ଖାତୁନ ଙ୍କ ସହ ପିପିଲିର କସରଦା ଗ୍ରାମର ବିରାଟଙ୍କ ସହ ତାଙ୍କର ବିବାହ ହୋଇଥିଲା।କନ୍ତୁ ୪ମାସର ଗର୍ଭବତୀ ଥିବା ଖାତୁନ କୋଲକତାସ୍ଥିତ ପୈତୃକ ଘରୁ ଗତ ୨୨ ତାରିଖରେ ଫେରି ସ୍ୱାମୀ ରହୁଥିବା ପୁରୀ ଘରେ ସେ ପହଞô୍ଚବା ପରେ ସେଠାରେ ବିରାଟ ତାଙ୍କୁ ଶାରିରିକ ଓମାନସିକ ନିର୍ଯ୍ୟାତନା ଦେବା ସହ ଗର୍ଭପାତ କରିବା ପାଇଁ ବାଧ୍ୟ କରିବାସହ ବେକକୁ ଚିପି ହତ୍ୟା ଉଦ୍ୟମ କରିଥିଲେ ।ଏହାପରେ ସେ ବିରାଟଙ୍କ ପୈତୃକ ଘରକୁ କସରଦା କୁ ଆସିଥିଲେ ମଧ୍ୟ ସେଠାରେ ବିରାଟଙ୍କ ସହଯୋଗୀ ଗୁଣ୍ଡାମାନେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବାର ସେ ପିପିଲି ଥାନାରେ କରିଥିବା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ।ପୋଲିସ ଯାଇଥିବା ସେ ଅଭିଯୋଗ କରିଛନ୍ତି। ୧୩୭/୨୦୨୨କେଶନଂରେ ଏକ ମକଦ୍ଦମା ରୁଜୁକରି ତଦନତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.