ଶୁଭଶ୍ରୀଙ୍କ ନାମରେ ଅଭିଯୋଗ ଆଣିଲେ ରଶ୍ମିତା

0 442

ବାରଙ୍ଗ,୧୯/୧୧(ଏସଏସନିୟୁଜ)ନୁଆକରି ଚାକିରି ଜୀବନ ଆରମ୍ଭ କରିଥିବା ବଟାନିକାର୍ଲଗାର୍ଡେନ ରେଞର ଶୁଭଶ୍ରିଦାସଙ୍କ ବିରୁଦ୍ଧରେ ନନ୍ଦନକାନନ ଥାନାରେ ଶୁକ୍ରବାରରାତିରେ ଅଭିଯୋଗ ହୋଇଛି ।ଅଭିଯୋଗ କରିଛନ୍ତି ବରିଷ୍ଟ ବନପାଳ ରଶ୍ମିତାସେଠୀ ।ଜାତିଆଣ ଆକ୍ଷେପ,ମାନସିକ ଯନ୍ତ୍ରଣା ଓ ଉଦ୍ଦେଶ୍ୟମୁଳକଭାବେ ହଇରାଣ,ଅସମ୍ମାନୀତ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।ଲିଖିତ ଅଭିଯୋଗପାଇବାପରେ ରେଞରଙ୍କ ବିରୁଦ୍ଧରେ ୧୨୮/୨୧କେଶନଂରେ ଏକ ମକଦ୍ଦମା ରୁଜୁ ହୋଇଥିବାର ନନ୍ଦକାନନଥାନା ଅଧିକାରୀ ବିଶ୍ୱରଞନ ସେନାପତି ସୁଚନା ଦେଇଛନ୍ତିି ।
ରଶ୍ମିତା କରିଥିବା ଅଭିଯୋଗ ଅନୁଯାୟୀ କିଛିମାସ ତଳେ ତାଙ୍କୁ ନନ୍ଦନକାନନରୁ ବଟାନିକାର୍ଲଗାର୍ଡେନକୁ ବଦଳି କରାଯାଇଥିଲା ।ବଟାନିକାର୍ଲଗାର୍ଡେନର ଦୁଇଟି ରେଞକୁ ସମ୍ଭାଳୁଥିବା ରେଞର ଶୁଭଶ୍ରୀ ତାଙ୍କୁ ଅଫିସରେ କୈାଣସି କାର୍ଯ୍ୟରେ ନଲଗାଇ ୨ନଂ ଫାଟକପାଖରେ ଟିକେଟ ବିକିବା ସହ ଫିଲ୍ଡରେ ବୁଲିବା କାର୍ଯ୍ୟରେ ଲଗାଇଥିଲେ ।ଏହି କାର୍ଯ୍ୟକୁ ୧ମାସ କରିବାପରେ ରେଞର ମ୍ୟାଡାମଙ୍କୁ ଭେଟି ଜଣେ କଂଟାକ୍ଟଚୁଆଲ ଫରେଷ୍ଟଗାର୍ଡଙ୍କ ଦ୍ୱାରା କରାଯାଉଥିବା ଆକାଉଂଟ ଲେଖିବା, ଭାଉଚର କରିବା, ମଷ୍ଟରରୋଲ ଆଦି କାର୍ଯ୍ୟରେ ମୋତେ ନିୟୋଜିତ ନକରି ଅସ୍ଥାୟୀ ସିକୁରିଟି ଗାର୍ଡଙ୍କ ପାଖରେ ଡ୍ୟୁଟିଦେଇ ମୋତେ ଅପମାନ ନଦେଇ ଅଫିସରେ କୈାଣସି କାର୍ଯ୍ୟକରିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ ।କିନ୍ତୁ ରେଞର କୈଣସି କଥାକୁ ନଶୁଣି ତାଙ୍କୁ ମାନସିକ ନିର୍ଯ୍ୟାତନା ଦେବାଭଳି ମନ୍ତବ୍ୟ ଦେଇଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ।କିଛିଦିନ ପରେ ଜଣଙ୍କ ହାତରେ ଡକାଇ ହୋଇଥିବା ଭୋଜିକୁ କାହିଁକି ଖାଇବାକୁ ଯାଇଥିଲ ବୋଲି ବିଭିର୍ଣ କଥା କହିବା ସହ ଜାତିଆଣି ଆକ୍ଷେପ କରି କଦର୍ଯ୍ୟଭାଷାରେ କଟୁ ମନ୍ତବ୍ୟ ଦେଇଥିଲେ ।ଏହାପରେ ତୁମକୁ କେଊଁଆଡେକାମ ଦିଆଯିବନାହିଁ ବୋଲି ଧମକ ମଧ୍ୟ ଦେଇଥିଲେ ।ଏହାର କିଛିଦିନପରେ ପୁଣି ମୋତେ ନନ୍ଦନକାନନକୁ ବଦଳିକରାଯାଇ ଏକ ସ୍ୱତନ୍ତର ପୋଷ୍ଠ ତିଆରି କରାଯାଇ ସେଠାରେ କାର୍ଯ୍ୟକରିବାକୁ କୁହାଯାଇ ମାନସିକ ଯନ୍ତଣାମାନଦିଆଯାଇଥିଲା ବୋଲି ସେ କରିଥିବା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି।

ଏହି ଘଟଣା ପରେ ଏବେ ନନ୍ଦନକାନନ ପୁଣିଥରେ ଚର୍ଚ୍ଚାକୁ ଆସିଛି । ବଡବଡିଆ ଅଧିକାରୀମାନେ ତଳିଆ କର୍ମଚାରୀମାନଙ୍କୁ କିପରି ହଇରାଣ କରନ୍ତି ଓ ନିଜର ମନମାନି ଦେଖାନ୍ତି ତାହା ନନ୍ଦନକାନନଥନାରେ ହୋଇଥିବା ଅଭିଯୋଗ ଦର୍ଶାଉଛି ।ରଶ୍ମିତା ଏହାପୁର୍ବରୁ ବଡଅଧିକାରୀମାନଙ୍କୁ ମଧ୍ୟ ଗୁହାରୀ କରି ନ୍ୟାୟମାଗିଛି ।କିନ୍ତୁ ଜେହି ତାକୁ ସାହାର୍ଯ୍ୟ କରିନାହାନ୍ତି କି ପକୃତ କଥା ଜାଣିବାପାଇଁ ଅଫିସିଆଲି ଆଲୋଚନା କରିନାହାନ୍ତି ।ରଶ୍ମିତା ଅଧିକାରୀମାନଙ୍କ ପାଖରେ କରିଥିବା ଅଭିଯୋଗରେ ହେଉଥିବା ଉନ୍ନତି ମୁଳକ କାର୍ଯ୍ୟରେ ଦୁର୍ନିତୀର କଥାକୁ ମଧ୍ୟ ଉଠାଇଛନ୍ତି ।ତେବେ ପକୃତ ସତ୍ୟାସତ୍ୟ ପୋଲିସର ତଦନ୍ତ ପରେ ହିଁ ଜଣାପଡିବ ।ସତ କିଏ ଓ ମିଛ ବି କି ଏ ।

Leave A Reply

Your email address will not be published.