ଉଦ୍ଧାର କଲେ ଏନଡିଆରଏଫର ଦୁଇ ଯବାନ

0 251

ବାରଙ୍ଗ,୨୯/୩(ଏସ ଏସ ନିଉଜ)ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ବ୍ୟାରେଜ ମହାନଦୀରେ ଗାଧୋଇବାକୁ ଆସି ବୁଡ଼ିଗଲେ ୨ ଛାତ୍ର।ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କ ମୃତ୍ୟୁ ଘଟିଛି।ସୂଚନା ମୁତାବକ କଟକର ଏକ ଘରୋଇ କଲେଜରେ ପାଠ ପଢୁଥିବା ୪ ଜଣ ଛାତ୍ର ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ନରାଜ ବ୍ୟରେଜ୍ ବୁଲିବାକୁ ଆସି ମହାନଦୀରେ ଗାଧୋଉଥିଲେ।ଏହି ସମୟରେ ପାଣିର ଅଧିକ ସ୍ରୋତ ଯୋଗୁଁ ଦୁଇଜଣ ସାଙ୍ଗ ପାଣିରେ ବୁଡି ଯାଇଥିଲେ।ବୁଡି ଯାଉଥିବା ଛାତ୍ରଙ୍କ ଚିତ୍କାର ଶୁଣି ସେଠାରେ ଉପସ୍ଥିତ ଥିବା ଏନଡିଆରଏଫର ଦୁଇଜଣ ଯବାନ ମହେନ୍ଦ୍ର କୁମାର ଓ ପଙ୍କଜ କୁମାର ସଙ୍ଗେ ସଙ୍ଗେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ।ଉଦ୍ଧାର ଯୁବକଙ୍କ ନାମ ଦେବାର୍ଗୋ ବାନାର୍ଜୀ।ହେଲେ ଅନ୍ୟ ଜଣେ ଛାତ୍ରଙ୍କ ପତ୍ତା ପାଇନଥିଲେ।ନିଖୋଜ ହୋଇଥିବା ଛାତ୍ର ହେଉଛନ୍ତି ଦିପେସ ପଟ୍ଟନାୟକ  (୨୨)।ତାଙ୍କ ଘର ରାଉରକେଲା ଅଞ୍ଚଳରେ ହୋଇଥିବା ବେଳେ ସେ କଟକ ସିଡିଏ ଅଞ୍ଚଳରେ ରହି ଏକ ଘରୋଇ କଲେଜରେ ଅଧ୍ୟୟନ କରୁଥିଲେ।ପରବର୍ତ୍ତୀ ସମୟରେ ଏନଡିଆରଏଫର ସେକେଣ୍ଡ-ଇନ-କମାଣ୍ଡ ବର୍ଦ୍ଧମାନ ମିଶ୍ରାଙ୍କ ତତ୍ତ୍ଵାବଧାନରେ ଏକ ଟିମ୍ ଗଠନ କରାଯାଇ ଉକ୍ତ ସ୍ଥାନରେ ଖୋଜାଖୋଜି କରାଯାଇଥିଲା।ଖବର ପାଇ ଦମକଳ ବାହିନୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଏନଡିଆରଏଫର ମିଳିତ ସହଯୋଗରେ ଖୋଜାଖୋଜି କରିଥିଲେ।ଦୀର୍ଘ ସମୟ ଖୋଜା ଖୋଜି କରିବା ପରେ ଦୁଇଘଣ୍ଟା ପରେ ଅର୍ଥାତ ପ୍ରାୟ ରାତି ପ୍ରାୟ ୮.୪୫ ସମୟରେ ଯୁବକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।ସଙ୍ଗେ ସଙ୍ଗେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ ଡାକ୍ତରଖାନାକୁ ପଠାଯାଇଥିଲା।ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.