ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

0 384

ବାରଙ୍ଗ,୬/୭(ଏସ ଏସ ନିଉଜ) ବାରଙ୍ଗ ରେଳଷ୍ଟେସନ ଦକ୍ଷିଣ କ୍ୟାବିନ ଅଣ୍ଡରପାସ ନିକଟ ରେଳଧାରଣାରେ ବୁଧବାର ପୂର୍ବାହ୍ନରେ ଜଣେ ଯୁବକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।ଯୁବକଙ୍କ ମୁଣ୍ଡ ଶରୀର ଠାରୁ ଅଲଗା ହୋଇଯାଇଛି।ଖବର ପାଇ ବାରଙ୍ଗ ଜିଆରପି ପହଞ୍ଚି ମୃତଦେହ ଜବତ କରି ପରିବାର ଲୋକଙ୍କୁ ଖବର ଦେଇ ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି।ମୃତ ଯୁବକ ହେଉଛନ୍ତି କଟକ ଜିଲ୍ଲା ମାହାଙ୍ଗା ଗୁଣୁପୁର ଅଞ୍ଚଳର ନିର୍ମଳ କରଙ୍କ ପୁଅ ମୋହନ କୁମାର କର(୨୦)।
ସୂଚନା ଅନୁଯାୟୀ ବୁଧବାର ପୂର୍ବାହ୍ନ ୯.୩୦ ସମୟରେ ବାଙ୍ଗିରିପୋଷି ଭୁବନେଶ୍ଵର ସ୍ପେସାଲ ଟ୍ରେନଟି ଭୁବନେଶ୍ୱର ଅଭିମୁଖେ ଆସୁଥିବା ସମୟରେ ଯୁବକ ଜଣକ ଟ୍ରେନ ଲାଇନ ଉପରେ ଶୋଇପଡ଼ିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।ଏନେଇ ଟ୍ରେନ ଚାଳକ ବାରଙ୍ଗ ଷ୍ଟେସନ ମାଷ୍ଟର ଏବଂ ବାରଙ୍ଗ ଜିଆରପିକୁ ଖବର ଦେଇଥିଲେ।ଯୁବକ ଜଣକ ଯୁକ୍ତ ଦୁଇ ପଢ଼ା ସାରି ଘରେ ଥିଲେ।ତେବେ ସେ କାହିଁକି ଏଭଳି ଚରମ ନିଷ୍ପତି ନେଲେ ସେନେଇ ପରିବାର ଲୋକେ ପହଞ୍ଚିଲେ ଜଣାପଡିବ ବୋଲି ପୋଲିସ କହିଛି ଅନ୍ୟପଟେ କେସନମ୍ବର ୪୩/୨୨ରେ ଏକ ଅପମୃତ ମାମଲା ରୁଜୁକରି ପୋଲିସ ତଦନ୍ତ ଆରମ୍ଭ କରିଛି ।
(ଗୌତମ ରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.