କଟକ,୩୧/୭(ଏସଏସନିଉଜ) ତ୍ରିଶୁଳିଆ ସୁବାଷ ସେତୁରେ ନାଲି ସ୍କୁଟିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।ବ୍ରିଜ ଉପରେ ସ୍କୁଟି ସହ ରହିଛି ଚପଲ, ଆରୋହୀଙ୍କ ମିଳୁନି ପତ୍ତା।କେହି ଗାଡ଼ି ରଖିଦେଇ ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି।ପାଣି ଅଧିକ ଥିବାରୁ କିଛି ଜଣାପଡ଼ୁନି, ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଗାଡ଼ିର ନମ୍ୱର ଯାଞ୍ଚ କରି ଗାଡ଼ି ମାଲିକ ର ନାମ ଓ ଠିକଣା ଜାଣିବାକୁ ଉଦ୍ୟମ କରିଛି ପୋଲିସ।ଏହାସହ ସେହି ପରିବାରକୁ ଗାଡ଼ି ଥୁଆ ହୋଇଥିବା ନେଇ ସୂଚନା ଦେଇଥିବା ର ଜଣାପଡିଛି।
