ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ପରଲୋକ

0 502

ଭୁବନେଶ୍ୱର,୨୨/୮(ଏସଏସନିୟୁଜ) ଗତକାଲି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ତଥା ବିଜେପିର ବର୍ଷୀୟାନ ନେତା କଲ୍ୟାଣ ସିଂହଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ଜୁଲାଇ ୪ ତାରିଖରେ ସେ ଗୁରୁତର ହୋଇ ପଡିବାରୁ ଲକ୍ଷ୍ନୌ ସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସରେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ । ତେବେ ମଲ୍ଟି ଅର୍ଗାନ ଫେଲ୍ୟୁଅର ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ହସପିଟାଲ ପକ୍ଷରୁ କୁହାଯାଇଛି ।ସେ ଦୁଇ ଥର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । କଲ୍ୟାଣ ସିଂହଙ୍କ ମୃତ୍ୟୁରେ ବିଜେପି ମହଲରେ ଶୋକର ଛାୟା ଖେଳିଯିବାସହ ଉତ୍ତରପ୍ରଦେଶରେ ତିନିଦିନିଆ ଶୋକ ଘୋଷଣା କରାଯାଇଛି ।

Leave A Reply

Your email address will not be published.