ହଳଦିଆ ପଡୁଛି କି ଦାନ୍ତ !

0 209

ଏହି ଉପାୟ କରନ୍ତୁ ପ୍ରୟୋଗ, ମିଳିବ ଆଶ୍ବସ୍ତି
ନିୟମିତରୂପେ ସମସ୍ତେ ଦାନ୍ତଘଷନ୍ତି । କିନ୍ତୁ ଏହାପରେ ବି ଅନେକଲୋକଙ୍କ ଦାନ୍ତରେ ରହିଯାଏ ହଳଦିଆରଙ୍ଗ । ଏପରି ପରିସ୍ଥିତିରେ, ସେହିବ୍ୟକ୍ତି ସମସ୍ତଙ୍କ ସାମ୍ନାରେ ଖୋଲାଖୋଲିଭାବରେ ହସିବା ଏବଂ କଥାକହିବା କଷ୍ଟକର ହୋଇଯାଇଥାଏ । ଏହି ସମସ୍ୟାରୁ ମୁକୁଳିବାପାଇଁ କଣକରିବେ ତାହା ବୁଝିପାରନ୍ତିନାହିଁ । ଏହିସମସ୍ୟାରୁ ମୁକୁଳିବାପାଇଁ ଆସନ୍ତୁଜାଣିବା ୪ଟିଉପାୟ । ଯାହାକୁ କହିବାଦ୍ବାରା ହଳଦିଆଦାନ୍ତରୁ ମୁକ୍ତି ମିଳିପାରିଥାଏ।
୧. ଲୁଣ ଏବଂ ଷ୍ଟ୍ରବେରୀ-ଯଦି ଆପଣଙ୍କରଦାନ୍ତ ହଳଦିଆ ହୋଇଯାଇଛି, ତେବେ ଏଥିରୁ ମୁକ୍ତି ପାଇବାପାଇଁ ଆପଣ ଲୁଣ ଏବଂ ଷ୍ଟ୍ରବେରିକୁ ମିଶାଇ ବ୍ରଶରେରଖନ୍ତୁ ଏବଂ ଏହାପରେ ଧୀରେଧୀରେ ଦାନ୍ତସଫା କରନ୍ତୁ । ବିଶେଷଜ୍ଞଙ୍କ ଅନୁଯାୟୀ, ଏହା କରିବାଦ୍ୱାରା ଦାନ୍ତ ଧଳାମୋତି ପରି ଝଲସିଉଠିବ ।
୨. ଭିନେଗାର-ହଳଦିଆଦାନ୍ତରୁ ମୁକ୍ତି ପାଇବାପାଇଁ ବେଶ୍ ପ୍ରଭାବଶାଳୀ ହୋଇପାରେ ଭିନେଗାର । ଏଥିପାଇଁ ଏକ ଚାମଚଭିନେଗାରକୁ ଏକଗ୍ଲାସ୍ ପାଣିରେ ମିଶାଇ ସେଥିରେ ଗାର୍ଗେଲିଙ୍ଗ କରିବାକୁ ପଡିବ । କୁହାଯାଏ ଯେ ଏପରି କରିବାଦ୍ବାରା ପାଟିରଗନ୍ଧ ଦୂରହେବା ସହିତ ଦାନ୍ତରେ ମଧ୍ୟ ଚମକ ଫେରିଥାଏ ।
୩. ଅଦା-ହଳଦିଆଦାନ୍ତ ସମସ୍ୟା ଦୂରକରିବାର ଆଉ ଏକଉପାୟ ହେଉଛି ଅଦା । ଅଦାକୁ ଲୁଣ ସହ ମିଶାଇ ଗରମପାଣିରେ ଫୁଟାଇବାକୁ ପଡିବ । ଏହାପରେ ଆପଣ ଗାର୍ଗେଲିଙ୍ଗ କରିବେ । ଏପରି କରିବାଦ୍ବାରା ଦାନ୍ତର ହଳଦିଆ ଏବଂ ପାଟିରଦୁର୍ଗନ୍ଧ ସମସ୍ୟା ଦୂର ହୋଇଯାଏ ।
୪. ବେକିଂସୋଡା-ବେକିଂସୋଡା ବ୍ୟବହାରକରି ହଳଦିଆ ଦାନ୍ତକୁ ମଧ୍ୟ ଚକ୍‌ଚକ୍ କରିପାରିବେ । ଏଥିପାଇଁ ବ୍ରଶରେ ଏକଚାମଚ ଲୁଣ ଏବଂ ବେକିଂସୋଡା ରଖି ଧୀରେଧୀରେ ଦାନ୍ତକୁ ସଫାକରିବାକୁ ପଡିବ । ଏହା କରିବାଦ୍ୱାରା ଦାନ୍ତ ଧଳାହୋଇଯାଏ ।

 

 

Leave A Reply

Your email address will not be published.