ଆଜିରରାଶିଫଳ

0 224

୨୦୨୩ମସିହା ମାର୍ଚ୍ଚମାସ ୧୮ତାରିଖ ଶନିବାର,ଶ୍ରୀମନ୍ଦିରେ ଓ ସର୍ବତ୍ର ସର୍ବସମ୍ମତ ପାପ ମୋଚନୀ ଏକାଦଶୀ ଉପବାସ।ପୁରୀକୁ ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୫୬/୪୦,ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୫୩/୨୨,ଚୈତ୍ରମାସ,କୃଷ୍ଣପକ୍ଷ,ଶୌରି ବାସ,ତିଥି- ଏକା ଦଶୀ ଦିବା ଘ୧୧/୧୩ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ, ଦିବା ଘ୧୧/୧୩ମିପରେ ନୈର୍ଋତ କୋଣରେ।ଶନିବାର, ଅଗନ୍ତବ୍ୟ ତିଥି ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।
ଚନ୍ଦ୍ରଶୁଦ୍ଧି–ମେଷ, କର୍କଟ, ତୁଳା, ବିଛା, ମକର କୁମ୍ଭ ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର–ସିଂହ ରାଶିର ଘାତଚନ୍ଦ୍ର ।ଘାତବାର–ବୃଷ,ସିଂହ ଓ କନ୍ୟା ରାଶିମାନଙ୍କର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଏକାଦଶୀର ଏକୋଦ୍ଦିଷ୍ଟ ଓ ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ– ଶିମ୍ବ ଦିବା ଘ୧୧/୧୩ମି ପରେ ପୋଇଶାଗ ଭକ୍ଷଣ ନିଷେଧ।ଅଶୁଭବେଳା- (କାଳବେଳା) ପ୍ରାତଃ ରୁ ଦିବା ଘ୭/୨୩ମି ମଧ୍ୟେ ଘ୪/୨୩ମି ରୁ ସୂର୍ଯ୍ୟାସ୍ତ ଘ୫/୫୩ମି ମଧ୍ୟେ।କାଳରାତ୍ରି-ସୂର୍ଯ୍ୟାସ୍ତରୁ ରାତ୍ରି ଘ୭/୨୪ମି ମଧ୍ୟେ, ଘ୪/୨୩ମି ରୁ ନିଶାନ୍ତ ଘ୫/୫୬ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତ) ଦିବା ଘ୯/୫୫ମି ରୁ ଘ୧/୭ମି ମଧ୍ୟେ, ରାତ୍ରି ଘ୮/୧୮ମି ରୁ ଘ୧୦/ ୪୨ମି ମଧ୍ୟେ, ଘ୧୨/୧୮ମି ରୁ ଘ୧/୫୪ମି ମଧ୍ୟେ, ଘ୨/୪୨ମି ରୁ ଘ୪/୧୮ମି ପର୍ଯ୍ୟନ୍ତ।ମାହେନ୍ଦ୍ର ବେଳା- ନାହିଁ।
🐏ମେଷ-ବିଭିନ୍ନ ମାମଲାରେ ବ୍ୟସ୍ତ ରହିବେ। ବ୍ୟବସାୟରେ ବିପଦଜନକ ପଦକ୍ଷେପ ନିଅନ୍ତୁ ନାହିଁ। କର୍ମଜୀବୀ ମହିଳାଙ୍କର ପଦୋନ୍ନତି ହେବ। ହଜିଥିବା ବସ୍ତୁ ପାଇବେ।
🐮ବୃଷ-ଉନ୍ନତି ଲାଗି ନୂଆ ସୁଯୋଗ ଆସିବ। ଆର୍ଥିକସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ଜୀବନସାଥୀଙ୍କ ଖୁସିଲାଗି ଧ୍ୟାନ ଦେବାକୁ ହେବ। ଛାତ୍ରଙ୍କ ସମ୍ମୁଖରେ ସଂଶୟର ସ୍ଥିତି ରହିବ।
👩‍❤️‍👨ମିଥୁନ-ବ୍ୟବସାୟରେ ବଡ଼ ସଫଳତା ମିଳିପାରେ। କୌଣସି ସମାରୋହକୁ ଯିବାପାଇଁ ଯୋଜନା କରିପାରନ୍ତି। ଚାକିରି ସଂପର୍କିତ କୌଣସି ଭଲଖବର ପାଇପାରନ୍ତି।
🦀କର୍କଟ-ବ୍ୟବସାୟରେ ଭଲ ଡିଲ୍ ହେବାର ସମ୍ଭାବନା ଅଛି। ବ୍ୟାଙ୍କରେ ଅର୍ଥ କାରବାର ସାବଧାନତାର ସହ କରିବା ଦରକାର। ଛାତ୍ରଙ୍କଲାଗି ଦିନଟି ଭଲ।
🦁ସିଂହ-ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକଦିଗରେ ଲାଗିରହିବ। ବିବାହିତ କୌଣସି ଧାର୍ମିକ ସ୍ଥାନକୁ ଯିବାର ଯୋଜନା କରିପାରନ୍ତି। ବ୍ୟବସାୟରେ ତ୍ବରିତ ନିଷ୍ପତ୍ତି ଲାଭପ୍ରଦ ହେବ।
🙎‍♀️କନ୍ୟା- ଆତ୍ମବିଶ୍ବାସ ସହିତ କାମ କରନ୍ତୁ, ସଫଳତା ନିଶ୍ଚୟ ପାଇବେ। ବ୍ୟାଙ୍କବାଲାନ୍‍ସ ବୃଦ୍ଧି ହେବ। ଛାତ୍ର ନିଜର ମୁରବିଙ୍କ ଠାରୁ ମାର୍ଗଦର୍ଶନ ନିଅନ୍ତୁ।
⚖️ତୁଳା-ପୂର୍ବ କଥା ମନେ ପଡ଼ିବାଯୋଗୁଁ ମନ ପ୍ରଫୁଲ୍ଲିତ ହୋଇଯିବ। ନୂଆବ୍ୟବସାୟ ଆରମ୍ଭ କରିବାପାଇଁ ଚିନ୍ତା କରିପାରନ୍ତି। ଦାମ୍ପତ୍ୟ ଜୀବନରେ ତାଳମେଳ ରହିବ।
🦂ବିଛା- ଆପଣଙ୍କ ମନ ଆଧ୍ୟାତ୍ମିକଦିଗରେ ଲାଗିରହିବ। ଆପଣଙ୍କର ଅଧୁରାକାମରେ କେହି ସାହାଯ୍ୟ କରିବେ। କର୍ତ୍ତୃପକ୍ଷଙ୍କଠାରୁ ଆପଣଙ୍କୁ ଉପହାର ମିଳିପାରେ।
🏹ଧନୁ-କାରବାରରେ ପରିବର୍ତ୍ତନ କରି ସଫଳତା ପାଇବେ। ଘରକୁ କୌଣସିବନ୍ଧୁ ଆସିବାହେତୁ ମନ ପ୍ରସନ୍ନ ରହିବ। ଅଫିସରେ ନୂଆ ପ୍ରକଳ୍ପରେ କାମ କରିପାରନ୍ତି।
🐊ମକର-କୌଣସି କାମ ଆରମ୍ଭ କରିବାଲାଗି ସମୟ ଭଲ। ବନ୍ଧୁଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ବ୍ୟବସାୟ ରେ ଭଲଲାଭ ହେବ। ସନ୍ଧ୍ୟା ସମୟ ଆନନ୍ଦଭରା ରହିବ।
🏺କୁମ୍ଭ-ମସ୍ତିଷ୍କରେ ଘୂରିବୁଲୁ ଥିବା ନକାରାତ୍ମକଚିନ୍ତା ସମାପ୍ତ ହୋଇଯିବ।ବ୍ୟବସାୟରେ ପରିବାରଲୋକଙ୍କ ସାହାଯ୍ୟ ପାଇବେ। ଚାକିରୀଜୀବୀଙ୍କୁ ଭଲ ସୁଯୋଗ ମିଳିପାରେ।
🐟ମୀନ- ବିପରୀତ ପରିସ୍ଥିତି ଆପଣଙ୍କୁ ବିଚଳିତ କରିପାରିବ ନାହିଁ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ପାଇବେ। ବାହନ କିଣିବାଲାଗି ଦିନଟିଶୁଭ।

ନୀତିବାଣୀ-ଅତି ଆପଣାର ଲୋକଙ୍କୁ ପାଖରେ ପାଇଲେ ସ୍ୱର୍ଗଟା ହାତମୁଠାରେ ପରି ଲାଗେ କିନ୍ତୁ ଆପଣାର ଲୋକଟା ହୃଦୟରୁ ଟିକିଏ ଏଡେଇ ଦେଲେ ବଞ୍ଚିଥାଉ ଥାଉ ମଲା ପରି ଲାଗେ।
ବାସ୍ତୁଟିପ୍ପଣୀ-ଭୁଲରେ କେବେ ବି କେଉଁଜିନଷକୁ ମୁଣ୍ଡପାଖରେ ରଖି ଶୋଇବେନାହିଁ, ନହେଲେ ସବୁବେଳେ ଦେଖାଦେବ ଆର୍ଥିକ ସମସ୍ୟା।
ବାସ୍ତୁଶାସ୍ତ୍ରର ଜୀବନରେ ବିଶେଷ ମହତ୍ବ ରହିଛି। ବାସ୍ତୁ ମଣିଷର ଜୀବନକୁ ବିଭିନ୍ନ ପ୍ରକାରରେ ପ୍ରଭାବିତ କରିଥାଏ। ଘରର ଦିଗ ଓ ଘରେ ରଖାଯାଇଥିବା ବସୁ ଜିନିଷର କିଛି ନା କିଛି ଅର୍ଥ ନିଶ୍ଚୟ ରହିଥାଏ। ଶୋଇବା ସମୟରେ ମୁଣ୍ଡ ପାଖରେ ରଖାଯାଇଥିବା କିଛି ଜିନିଷ ବାସ୍ତୁ ଦୋଷର କାରଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଶୋଇବା ସମୟରେ ମୁଣ୍ଡ ଉପରେ କେଉଁ ସବୁ ଜିନିଷ ରଖିବା ଉଚିତ୍ ନୁହେଁ।
ବହି କିମ୍ବା ମାଗାଜିନ୍:-ଶୋଇବା ବେଳେ ମୁଣ୍ଡପାଖରେ କେବେବି ନ୍ୟୁଜପେପର ଓ ମାଗାଜିନ୍ ଆଦି ଜିନିଷ ରଖନ୍ତୁନାହିଁ। ଏଭଳି କରିବାଫଳରେ ଜୀବନରେ ନକାରତ୍ମକଫଳ ମିଳିଥାଏ। ଜୀବନରେ ଅନେକ ସମସ୍ୟା ଦେଖାଦିଏ।
ପାଣିବୋତଲ:-ମୁଣ୍ଡପାଖରେ ପାଣିଭର୍ତ୍ତି ପାତ୍ର କିମ୍ବା ବୋତଲ ରଖନ୍ତୁନାହିଁ। କାରଣ ଏହାଦ୍ବାରା ଚନ୍ଦ୍ରଗ୍ରହ ପ୍ରଭାବିତ ହୋଇଥାଏ, ଯାହାକି ମାନସିକରୋଗର ବିପଦ ସୃଷ୍ଟିକରେ।
ପର୍ସ:-ମୁଣ୍ଡପାଖରେ କିମ୍ବା ତକିଆ ତଳେ ପର୍ସରଖି ଶୋଇବା ଉଚିତ୍ ନୁହେଁ।ଏଭଳିକଲେ ଜୀବନରେ ଆର୍ଥିକସମସ୍ୟା ସାମନା କରିବାକୁ ପଡିପାରେ।
ଯୋତା,ଚପଲ:- ଅଧିକାଂଶ ଲୋକ ଶୋଇବାବେଳେ ବେଡ୍‌ର ଆଖପାଖରେ ଜୋତା-ଚପଲ ବାହାରକରି ରଖିଦିଅନ୍ତି। ବାସ୍ତୁ ଅନୁସାରେ ଏହା ଠିକ୍ ନୁହେଁ। ଜୀବନରେ ନକାରତ୍ମକ ପ୍ରଭାବ ପକାଇଥାଏ।
ତେଲ:-ବାସ୍ତୁଅନୁସାରେ, ମୁଣ୍ଡ ପାଖରେ ତେଲବୋତଲ ରଖିବା ଉଚିତ ନୁହେଁ।ଏହାଦ୍ବାରା ଜୀବନ ରେ ଅନେକପ୍ରକାର ସମସ୍ୟାର ସାମନା କରିବାକୁ ପଡିଥାଏ।
ଆଜିର ଦିନଟି ମଙ୍ଗଳମୟ ହେଉ।!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!

Leave A Reply

Your email address will not be published.