ଟିକାପାଇଁ ଭାଙ୍ଗିଲେ କବାଟ,ରେଲିଂ

0 184

ଗଞ୍ଜାମ ,୩୧/୮(ଏସଏସନିୟୁଜ)କୋଭିଡ ଟିକାକୁ ନେଇ ପାଲଟିଲା ରଣକ୍ଷେତ୍ର ।ଭଲରକମର ଢେଲାପେଲା ହେଲା ।ଏଥିରେ ୩ ଜଣ ମହିଳା ଆହତ ହୋଇଥିବା ବେଳେ ଆଉ ଜଣେ ମହିଳା ଗୁରୁତର ହୋଇଛନ୍ତି।ପରିସ୍ଥିତି ଏପରି ହେଲାଯେ,ବାଧ୍ୟହୋଇ ଟିକାକରଣକୁ ବନ୍ଦ କରାଯାଇଥିଲା।ଏମିତି ଏକ ଘଟଣା ସୋମବାର ଦିନ କବିସୂର‌୍ୟ୍ୟନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି ।ସୋମବାର ସକାଳ ୯ଟାରେ ଟିକା ଦେବା ଆରମ୍ଭ ହେବା ପରେ ଲୋକଙ୍କ ଅସମ୍ଭାଳ ଭିଡ଼ ଭଡିବାକୁ ଲାଗିଥିଲା । ଏହି ଭିଡ ମଧ୍ୟରେ ବହୁସଂଖ୍ୟାରେ ମହିଳାମାନେ ରହିଥିଲେ ।ଏତେସଂଖ୍ୟକ ଲୋକଙ୍କୁ ଦେଖି ଆବଶ୍ୟକ ସିରିଞ୍ଜ୍ ନଥିବା ଦର୍ଶାଇ ମେଡିକାଲ କର୍ତ୍ତୃପକ୍ଷ ଘୋଷଣା କରିଥିଲେ ବି ଲୋକେ ନଫେରିବାସହ ଟିକାପାଇଁ ପ୍ରତିଯୋଗୀତା ଆରମ୍ଭ କରିଦେଇଥିଲେ ।ଉପସ୍ଥିତଥିବା ସିକୁରିଟିଗାର୍ଡ ଓ ପୋଲିସକର୍ମଚାରୀଙ୍କ କଥାନମାନି ସେମାନଙ୍କୁ ପେଲି ବାହରକୁ ବାହରକରିଦେଇ ଟିକାପାଇଁ ମେଡିକାଲ ପକ୍ଷରୁ କରା୍‌ାଇଥିାବ ଗୋଟିଏ କାଉଂଟର ଆଗରେ ଏକ ପ୍ରକାର ରଣକ୍ଷେତ୍ର ସୃଷ୍ଟି କରିଦେଇଥିଲେ ।ଉତ୍ୟକ୍ତମହିଳାମାନେ ଏପରିକି କବାଟ,ରେଲିଂ ମଧ୍ୟ ଭାଙ୍ଗିଦେଇଥିଲେ ।

Leave A Reply

Your email address will not be published.