ଆଜିର ଅନୁଚିନ୍ତା

ତାରିଖ - ୦୧:୧୦:୨୦୨୧(ଶୁକ୍ରବାର)

0 250

🦋ଉତ୍ତମ କାର୍ଯ୍ୟ,ଉତ୍ତମ ଚିନ୍ତା, ଉତ୍ତମ ଲୋକଙ୍କ ସଂସ୍ପର୍ଶରେ ଆସ । ବିଚାରଧାରାରେ ସଂଯମ ରକ୍ଷା କର. ପରମ ଶାନ୍ତି ମିଳିବ । ଏହା ହିଁ ଚିତ୍ତ ସନ୍ତୋଷର ମାଧ୍ଯମ ।
🦋ପିତା ମାତା ଠାରୁ ବଡ ଦେବତା କେଁ ସରଗ ରାଇଜେ ନାହିଁ, ତାଙ୍କରି ଆଶିଷ ସାହା ଏକା ସିନା ବିପଦୁଁ ତରିବା ପାଇଁ ।
🦋କୋଇଲାକୁ ଯେତେ କ୍ଷୀରରେ ଧୋଇଲେ ବି ତା’ର ରଙ୍ଗରେ କେବେ ବି ପରିବର୍ତ୍ତନ ଆସି ନଥାଏ ସେମିତି ଦୁନିଆରେ ଏମିତି କିଛି ଲୋକ ଥାଆନ୍ତି , ସେମାନଙ୍କୁ ଯେତେ ଭଲ ପାଇବା , ସ୍ନେହ ଦେଲେ ମଧ୍ୟ ସେମାନେ ନିଜର ହୋଇ ପାରନ୍ତି ନାହିଁ ।
🦋ରାଗରେ ଅନ୍ଧ ହୋଇ କିଛି ବି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ , କାହିଁକିନା ରାଗ ସିନା ପରେ ଶାନ୍ତି ହୋଇଯାଏ କିନ୍ତୁ ରାଗରେ ନେଇଥିବା ନିଷ୍ପତ୍ତି ପାଇଁ ସାରା ଜୀବନ ପଶ୍ଚାତାପ କରିବାକୁ ପଡିଥାଏ ।
🦋ପର Income ରେ ସୁସ୍ବାଦୁ ଭୋଜନ ଖାଇବାଠୁ ନିଜ Income ରେ ଶାଗ – ପଖାଳ ଖାଇ ରହିବା ଶ୍ରେୟସ୍କର ।
ଆଜିର ନୀତିବାଣୀ
➡️”ଯେପର୍ଯ୍ୟନ୍ତ ଆମ ଭିତରେ କୌଣସି ଶତ୍ରୁ ନାହାଁନ୍ତି, ବାହ୍ୟ ଶତ୍ରୁ ଆମକୁ ଭୟଭୀତ କରିପାରିବେ ନାହିଁ !!
➡️”ଶରୀର ପାଇଁ ମୃତ୍ୟୁ କେବଳ ଥରେ .. କିନ୍ତୁ ପ୍ରତ୍ୟେକ ଥର ମନ ଭୁଲ୍ କଲାବେଳେ ମୃତ୍ୟୁ ହୁଏ !!
➡️”ଆଶା ଦୁଖଃର କାରଣ ହୋଇଥାଏ | ଯଦି ଆମେ ସେହି ଆଶାଠାରୁ ମୁକ୍ତି ପାଇପାରିବା ତେବେ ଦୁଖଃରୁ ଦୂର ହୋଈପାରିବା !!
➡️”ତୁମର ଯନ୍ତ୍ରଣାର କାରଣ କିଛି ବି ହୋଉ | କିନ୍ତୁ ସେହି କାରଣରୁ ଅନ୍ୟର କ୍ଷତି କରନ୍ତୁ ନହିଁ !!
➡️”ଯେଉଁମାନେ ଅନ୍ୟମାନଙ୍କୁ ଆଘାତ କରନ୍ତି ସେମାନେ ନିଶ୍ଚିତ ଭାବରେ କଷ୍ଟ ପାଇବେ | କୌଣସି ପରିସ୍ଥିତିରେ ଏଥିରୁ ରକ୍ଷା ପାଇପାରିବେ ନାହିଁ !!
ଆଜିର ଅନୁଚିନ୍ତା
➡️”ଆସନ୍ତା କାଲିକୁ କିଏ ଦେଖିଛ , ତେବେ ଆସନ୍ତା କାଲିର ଅପେକ୍ଷା କଣ ପାଇଁ କରିଛନ୍ତି । ଯାହା କରିବାର ଅଛି ଏବେଠାରୁ ଆରମ୍ଭ କରନ୍ତୁ !!
➡️”କେହି ରହି ନାହିଁ ରହିବେ ନାହିଁ ଟି ଭବରଙ୍ଗ ଭୂମି ତଳେ , ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳବଳେ !!
➡️”ବେଳେ ବେଳେ ଲାଗେ ଯାହା ବିତିଯାଇଛି ତାକୁ ଭାବିବା ବୃଥା , କିନ୍ତୁ ସତ ଏହା ଯେ ବିତିଯାଇଥୁବା କଥା ହିଁ ମଣିଷକୁ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ !
➡️”ନିଜର ଶକ୍ତି ସହିତ ଲଢ଼ନ୍ତୁ , ଅନ୍ୟ କାହାର ଦୁର୍ବଳତା ସହିତ ନୁହେଁ କାରଣ ପ୍ରକୃତ ସଫଳତା ନିଜ ପ୍ରୟାସରେ ମିଳିଥାଏ , ଅନ୍ୟର ପରାଜୟରେ ନୁହେଁ !!
➡️”ଏହା ଅପ୍ରିୟ ହେଲେ ବି ସତ ଯେ ଆପଣ ଜୀବନରେ ଯଦି ଖୁସିରେ ରହିବାକୁ ଇଛା କରୁଛନ୍ତି , ତେବେ ଅନ୍ୟ ଉପରେ ଆଶା ରଖିବା ଠିକ୍ ନୁହେଁ !!
ଆଜିର ସୁବିଚାର
➡️”ଜଣକୁ ହୃଦୟରେ ବସେଇବା ପାଇଁ ୫ ମିନିଟ ବି ଲାଗି ନ ଥାଏ କିନ୍ତୁ ତାକୁ ହୃଦୟରୁ ବାହାର କରିବା ପାଇଁ ସାରା ଜୀବନ ବି କମ୍ ପଡି ଯାଏ !!
➡️”ଭାଗ୍ୟ ଏବଂ ହଦୟ ମଧ୍ୟରେ କେବେବି ସମ୍ପର୍କ ଭଲ ନ ଥାଏ , ଯାହା ହୃଦୟରେ ଥାଏ ତାହା ଭାଗ୍ୟରେ ନ ଥାଏ !!
➡️”ଗୋଟିଏ ଗଛ ଆଉ ଗୋଟିଏ ସମ୍ପର୍କ ଭିତରେ କୌଣସି ଫରକ ନଥାଏ .. କାହିଁକିନା ଏହି ଦୁଇଟିଯାକ ପୋତି ଏହି ଦୁଇଟି ଯାକର ଯତ୍ନ ନନେଲେ ଦୁଇଟିଯାକ ମରିଯାଏ !!
➡️”କିଛି ଦୁଃଖ ଏମିତି ବି ଥାଏ ଯାହା ଶବ୍ଦରେ କହି ହୁଏ ନାହିଁ , ନା ମନ ଖୋଲି କାନ୍ଦି ହୁଏ କେବଳ ସେଇ ଦୁଃଖକୁ ହୃଦୟରେ ଚାପି ରଖି ସହିବାକୁ ପଡେ !!”
➡️”ଯେଉଁମାନେ ଟିକେ ଟିକେ କଥାରେ କାନ୍ଦିପକାନ୍ତି ସେମାନେ ଦୁର୍ବଳ ନୁହନ୍ତି , ସେମାନେ ହୃଦୟରୁ ବହୁତ କୋମଳ ଆଉ ନିରୀହ ହୋଇଥାନ୍ତି !!🙏ଜୟ ମା ସନ୍ତୋଷୀ🙏ଶୁଭ ସକାଳ, ଆଜି ଶୁକ୍ରବାର ମା ସନ୍ତୋଷୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏. ମା ସନ୍ତୋଷୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ 🙏🏻 ଜୟ ଜଗନ୍ନାଥ, ଜୟ ସୋମନାଥ🙏🏻

Leave A Reply

Your email address will not be published.