ଉଦଯାପିତ ହେଲା ଜନ୍ତୁରକ୍ଷକ ପ୍ରଶିକ୍ଷଣ ଶିବିର

0 249

ବାରଙ୍ଗ,୨୬/୧୧(ଏସଏସନିୟୁଜ)ପ୍ରାଣିଉଦ୍ୟାନ ନନ୍ଦନକାନନରେ ଶୁକ୍ରବାରଦିନ ଜନ୍ତୁରକ୍ଷକ ପ୍ରଶିକ୍ଷଣ ଶିବିର ଉଦ୍‌ଯପିତ ହୋଇଯାଇଛି ।କେନ୍ଦ୍ରିୟ ଚିଡିଆଖାନା କର୍ତୁପକ୍ଷଙ୍କ ନିର୍ଦ୍ଦେଶ ମୁତାବକ ୩ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରରେ ଦେଶର ୫ଟି ରାଜ୍ୟ ରୁ ୨୪ଟି ଚିଡ଼ିଆଖାନାର ଜନ୍ତୁ ରକ୍ଷକ ମାନଙ୍କୁ ଏଥିରେ ସାମିଲ କରାଯାଇଥିଲା । ଚିଡ଼ିଆଖାନାମାନଙ୍କରେ ରହୁଥିବା ବନ୍ୟପ୍ରାଣୀ ଓ ସରିସୃପମାନଙ୍କର ସଠିକ ରକ୍ଷଣାବେକ୍ଷଣ, ହିଂସ୍ର ଜନ୍ତୁ ମାନଙ୍କୁ ସୁରକ୍ଷିତ ସହ ଲାଳନ ପାଳନ କରିବା.ପରିଚାଳନା,ସରିସୃପମାନଙ୍କର ଏନକ୍ଲୋଜରରୁ ଅଣ୍ଡାସଂଗ୍ରହ କରି ପ୍ରାଥମିକତା ଭାବେ ଜତ୍ନନେବା ଆଦି ବିଷୟ ଉପରେ ତିନିଦିନକାଳ ପ୍ରଶିକ୍ଷଣ ଦିଆଯାଇଥିôଲା ।ଉଦଯାପନି ଉସ୍‌ବରେ ପିସିସିଏଫ ଶଶିପଲ, କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ନୂଆଦିଲ୍ଲୀ ର ଡିଆଇଜି ଡ. ସୋନାଲିଘୋଷ,ପିସିସଏଫ ଶିଶିରକୁମାରରଥ,ମନୋଜମହାପାତ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇ ପ୍ରଶିକ୍ଷାର୍ଥିମାନଙ୍କୁ ସାଟିଫେକେଟ ପ୍ରଦାନ କରିଥିଲେ ।ଏହିଅବସରରେ ଭାରତୀୟ ବନ୍ଦୀ ବନ୍ୟଜନ୍ତୁ ପରିଚାଳନା ଉପରେ ପ୍ରମାଣ ଭିତ୍ତିକ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।ଶେଷରେ ଉପନିର୍ଦ୍ଦେଶକ ସଞିତକୁମାର ଧନ୍ୟବାଦ ଅର୍ପଣ କରିଥିଲେ ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.