ଓଲ୍ଲିଉଡ୍ ନାଇଟ୍ ୱେଲକମ୍ ୨୦୨ ୨ଉର୍ତ୍କସ ଆୱାର୍ଡ

0 342

ଭୁବନେଶ୍ୱର,୨୩/୧୨(ଏସଏସନିୟୁଜ) ରାଜ୍ୟରେ ସିନେମା ଜଗତରେ କାର‌୍ୟ୍ୟ କରୁଥିବା ସମସ୍ତ କଳାକାରଙ୍କ ଉତ୍ସାହ ବୃଦ୍ଧ୍ କରିବା ପାଇଁ ଏସ୍ ଏମ୍ ଏଟଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ଆଜି ସଂଧ୍ୟାରେ ଉତ୍କଳମଣ୍ଡପରେ ଏକ ଭବ୍ୟ ଉତ୍ସବରେ ଓଲ୍ଲିଉଡର ଓଡିଆ ସିନେମାର ବର୍ଷିଆନ କଳାକାର ପ୍ରଦ୍ୱ୍ୟମ୍ନ ଲେଙ୍କାଙ୍କୁ ତାଙ୍କର କଳା କ୍ଷେତ୍ରରେ ଉତ୍ସର୍ଗୀକୃତ ଅବଦାନ ପାଇଁ ଜୀବନବ୍ୟାପୀ ସାଧନା ସମ୍ମାନ (ଲାଇଫ୍ ଟାଇମ୍ ଆଚିଭ୍‌ମେଣ୍ଟ୍ ଆୱାର୍ଡ)ରେ ସମ୍ମାନିତ କରାଯାଇଛି ।ଉତ୍ସବରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ ଅରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥିଭାବେ ଓଡିଶା ହାଉସିଙ୍ଗ୍ କର୍ପୋରେସନର ଚେୟାରମ୍ୟାନ ପ୍ରିୟଦର୍ଶି ମିଶ୍ର, ଆକାଶ ଇନଷ୍ଟିତ୍ୟୁଟ୍ ରିଜିଓନାଲ୍ ଡାଇରେକ୍ଟର ଅଜୟ ବାହାଦୁର ସିଂହ ଓ ଗୁପ୍ତା ପାଓ୍ବାରର ମହେନ୍ଦ୍ର ଗୁପ୍ତା, ବରିଷ୍ଟ ସିନେ କଳାକାର ଶ୍ରୀତମ ଦାଶ ଯୋଗ ଦେଇଥିଲେ ।

ଏହି ଅବସରରେ ଶ୍ରୀ ଲେଙ୍କାଙ୍କୁ ସମ୍ମାନସୂଚକ ଉପଢୌକନ ଓ ମାନପତ୍ର ପ୍ରଦାନ କରି ତାଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ବର୍ନ୍ଧିତ କରିଥିଲେ । ପ୍ରଯୋଜକ ଶୁଭମ୍ ମହାନ୍ତିଙ୍କ ପୌରହିତ୍ୟରେ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଚଳଚ୍ଚିତ୍ର କ୍ୟାଟୋଗୋରିରେ ‘ମିଷ୍ଟର ମଜନୁ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଅଶୋକ ପତି, ‘ ତୁ ମୋ ଲଭ୍‌ଷ୍ଟାରି’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ସ୍ୱରାଜ ବାରିକ, ସିନେମା ‘ ମାଲ୍ ମହୁ ଜୀବନ ମାଟି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଏଲିନା ସାମନ୍ତରାୟ, ବେଷ୍ଟ ଆକ୍ଟ୍ରେସ୍ ଫିମେଲ (କ୍ରିଟିକସ୍‌) କ୍ୟାଟୋଗୋରିରେ ଭୂମିକା ଦାଶ, ବେଷ୍ଟ ମ୍ୟୁଜିକ୍ ଡାଇରେକ୍‌ଟର ପ୍ରେମ୍ ଆନନ୍ଦ, ବେଷ୍ଟ ସିଙ୍ଗର ମେଲ୍ ସ୍ୱୟମ ପାଢୀ, ଫିମେଲ ସିଙ୍ଗର ଦିପ୍ତୀରେଖା ପାଢୀ,ବେଷ୍ଟ ଲିରିସିଷ୍ଟ ବସନ୍ତ ରାଜସାମଲ୍‌, ବେଷ୍ଟ ସିନେମାଟୋଗ୍ରାଫି, ରବୀନ୍ଦ୍ର ବେହେରା, ବେଷ୍ଟ ରାଇଟର୍ ଦେବିଦ ମହାନ୍ତି, ବେଷ୍ଟ ଏଡିଟର ରାଜେଶ ଦାସ୍‌, ବେଷ୍ଟ ଆ ।ଗୋନିଷ୍ଟ ମେଲ୍ ସମରେଶ ରାଉତରାୟ, ବେଷ୍ଟ ଆଣ୍ଟିଗୋନିଷ୍ଟ ଫିମେଲ ଇଶାନୀ ସେନଗୁପ୍ତା, ବେଷ୍ଟ କୋରିଓଗ୍ରାଫର ଗିରିଶ ମହାନ୍ତି, ବେଷ୍ଟ କଷ୍ଟ୍ୟୁମ୍ ଡିଜାଇନର ମହେନ୍ଦ୍ର ବରାଳ ଲିଟୁ) ଏବଂ ବେଷ୍ଟ ସିନେମାଭାବେ ଚକ୍ରବ୍ୟୁହ୍‌କୁ ସମ୍ମାନିତ କରାଯାଇଥିଲା । ସେହପରି ପ୍ରଥମ କରି ମ୍ୟୁଜିକ୍ ଭିଡିଓ ଆଲବମକୁ ଏଥିରେ ସାମିଲ କରାଯାଇ ଆଲବମ୍ କ୍ଷେତ୍ରରେ ଅଭିଶେକ୍ ପଣ୍ଡାଙ୍କୁ ବେଷ୍ଟ ଫିମେଲ ଆକ୍ଟର ପାଇଥିବା ବେଳେ ହିମାଗିନୀ ଦତ୍ତ ବେଷ୍ଟ ଫିମେଲ ଆକ୍ଟ୍ରେସ୍‌, ଟେଣ୍ଡିଙ୍ଗ୍ ଷ୍ଟାର୍ ଅଫ୍ ଦ ୟ୍ୟର ସିଳେନ୍ଦ୍ର ସାମନ୍ତ ରାୟ, ବେଷ୍ଟ ସଙ୍ଗଲ୍ ମେଲ୍ ବିଶ୍ୱଜିତ ମହାପାତ୍ର,ବେଷ୍ଟ ସିଙ୍ଗଲ୍ ଫିମେଲ୍ ପ୍ରଞା ହୋତା, ବେଷ୍ଟ ମ୍ୟୁଜିକ୍ ଡାଇରେକ୍ଟର ବିମୁଗ୍ଧ ଦାଶ, ବେଷ୍ଟ ଭିଡିଓ ଡାଇରେକ୍ଟର ରାଜେନ୍ଦ୍ର ମହନ୍ତ, ବେଷ୍ଟ ମ୍ୟୁଜିକ୍ ଭିଡିଓ ଅଫ୍ ଦ ୟ୍ୟର୍ ରେ ସମୟ, ଏମରର୍ଜିଙ୍ଗ୍ କପଲ୍ ଅଫ୍ ଦ ୟ୍ୟର ଆର‌୍ୟାକନ ମାଲହୋତ୍ରା ଓ ଜ୍ୟିାସା ପଣ୍ଡା ଯୁଗ୍ମ ଭାବେ ମନୋନୀତ ହୋଇଥିବା ବେଳେ ବେଷ୍ଟ ସିନେମାଟୋଗ୍ରାଫୀ ବିଶ୍ୱଭୂଷଣ ମହାପାତ୍ର, ବେଷ୍ଟ ଏଡିଟର ରାଜେଶ ଦାଶ ଏବଂ ବେଷ୍ଟ ଆଡ୍ ଫିଲ୍ମ ଡାଇରେକ୍ଟର ଭାବେ କେଶରୀୂ ନାୟକଙ୍କୁ ସମ୍ମାନିତ କରାଯାଛି । ଗ୍ଲାମର୍ ୭୭ (ଗ୍ଲାମର୍ ସେଭେଣ୍ଟି ସେଭେନ୍‌)ର ନିର୍ଦ୍ଦେଶକ ସଂଜୟ କୁମାର ମହାକୁଡ୍ କାର‌୍ୟ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ହିତେସ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply

Your email address will not be published.