ଡ୍ରାଗନର ନୂତନ ଚାଲ

ଆଜିର ଖବର,ତାରିଖ–25-12-2021 (ଶନିବାର)

0 545

୧. ବେଳାଭୂମିରେ ବାଲୁକା କୃତି, ବଡ଼ଦିନ ସହ ସଚେତନତା ବାର୍ତ୍ତା ।
୨. ସୀମା ବିବାଦ ବେଳେ ଡ୍ରାଗନର ନୂତନ ଚାଲ, ତିବ୍ବତ ପିଲାଙ୍କୁ ଦେବ ମିଲିଟାରୀ ଟ୍ରେନିଂ।
୩. ରାଜନୀତି ପଶାପାଲିରେ ପଛୁଆବର୍ଗ, ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାରୁ ବାଦ୍ ! ତେଜୁଛି ରାଜନୀତି ।
୪. ବଡ଼ଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ । କୋଭିଡ କଟକଣାରେ ଚର୍ଚ୍ଚାରେ ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ଦିନ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ।
୫. ଆସନ୍ତା ବକ୍ସିଂ ଡେରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେଞ୍ଚୁରିଆନରେ ପ୍ରଥମ ଟେଷ୍ଟ ଖେଳାଯିବ । ଏହା ପୂର୍ବରୁ ଶୁକ୍ରବାର ଭାରତୀୟ ଦଳର ନବ ନିଯୁକ୍ତ ଉପ ଅଧିନାୟକ କେଏଲ ରାହୁଲ ଶୁକ୍ରବାର ସଙ୍କେତ ଦେଇଛନ୍ତି ଯେ, ପ୍ରଥମ ଟେଷ୍ଟରେ ଦଳ ପାଞ୍ଚ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲାଇବ ।
୬. ସିଡିଏସ ଜେନେରାଲ ବିପିନ ରାୱତଙ୍କ ପୈତୃକ ଗ୍ରାମକୁ ପୋଷ୍ୟ ଭାବରେ ଗ୍ରହଣ କରିବ ଏନଜିଓ: କରିବ ବିକାଶମୂଳକ କାର୍ଯ୍ୟ ।
୭. ଭାରତୀୟ ବାୟୁ ସେନା (ଆଇଏଏଫ୍‌)ର ଏକ ମିଗ୍‌-୨୧ ଫାଇଟର ଜେଟ୍‌ ଶୁକ୍ରବାର ସନ୍ଧ୍ୟାରେ ରାଜସ୍ଥାନର ଜେସଲମେରରେ ଖସି ପଡ଼ିଛି ।
୮. ଗୁଜରାଟ:ଭଦୋଦରା ରସାୟନିକ କାରଖାନାରେ ଭୟଙ୍କର ବସ୍ଫୋରଣ; ୪ ମୃତ ୧୧ ଆହତ ।
୯. ରେଗୁଲାର ହେବେ ଶିକ୍ଷା ସହାୟକ, ରାଜ୍ୟ କ୍ୟାବିନେଟର ୧୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଚାକିରିର ୬ ବର୍ଷ ପରେ ସେମାନଙ୍କୁ ସହକାରୀ ଶିକ୍ଷକ ମାନ୍ୟତା ମିଳିବ ବୋଲି କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି ।

୧୦. ୧୦ଟି ପ୍ରଶ୍ନର ଉତର ରଖିଲେ ଓମିକ୍ରନକୁ ପ୍ରଥମେ ଚିହ୍ନଟ କରିଥିବା ଡାକ୍ତର: କହିଲେ, ମାଂସପେଶୀ ଓ ପିଠି ଯନ୍ତ୍ରଣା ହେବା ପ୍ରାଥମିକ ଲକ୍ଷଣ ।
୧୧. ନୂଆବର୍ଷରେ ମୁମ୍ବାଇକୁ ମିଳିବ ପରିବହନର ନୂଆ ବ୍ୟବସ୍ଥା, ନବୀ ମୁମ୍ବାଇକୁ ଦକ୍ଷିଣ ସହର ସହ ସଂଯୁକ୍ତ କରିବ ୱାଟର ଟ୍ୟାକ୍ସି ।
୧୨. ଟେଲିକମ୍‌ କମ୍ପାନି ସର୍ବନିମ୍ନ ୨ ବର୍ଷ ପାଇଁ କଲ୍‌, ଇଣ୍ଟରନେଟ୍‌ ବ୍ୟବହାର ଡାଟା ଷ୍ଟୋର୍‌ କରିବା ଜରୁରୀ: କେନ୍ଦ୍ର ସରକାର ।
୧୩. ଫିକା ପଡିବ ବଡଦିନ ଏବଂ ନୂଆ ବର୍ଷ : ଏହିସବୁ ରାଜ୍ୟରେ ଲାଗୁହେଲା ନାଇଟ୍‌ କର୍ଫ୍ୟୁ, ନିୟମ ନମାନିଲେ ଗଣିବାକୁ ହେବ ମୋଟାଅଙ୍କର ଫାଇନ୍‌ ।
୧୪. ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି: କଳାହାଣ୍ଡି ଜିଲ୍ଲା ସାନ୍ଦୁଲ ନଦୀରେ ହେବ ବ୍ୟାରେଜ । ଏଥିପାଇଁ ୧୨୬ କୋଟି ୪୬ ଲକ୍ଷ ୮୨ ହଜାର ୪୯୮ ଟଙ୍କା ବ୍ୟୟ କରାଯିବ ।
୧୫. ମୁମ୍ବାଇ:ଓମିକ୍ରନ ପାଇଁ ରାତି ୯ରୁ ସକାଳ ୬ ଯାଏ କର୍ଫ୍ୟୁ, ବାହାଘର ଉପରେ ବି କଟକଣା ।
୧୬. ଆସନ୍ତା ଫେବ୍ରୁଆରି ୩ ତାରିଖରେ ସଂକ୍ରମଣ ଶୀର୍ଷରେ ପହଞ୍ଚିପାରେ ।
୧୯. ବଡ଼ଦିନ ପାଇଁ ବିଏମ୍‌ସିର କଟକଣା ଜାରି: ଚର୍ଚ୍ଚରେ ୫୦ ଜଣଙ୍କୁ ପ୍ରବେଶ ଅନୁମତି ।ସର୍ବାଧିକ ୫୦ ଜଣଙ୍କୁ ନେଇ କେବଳ ଚର୍ଚ୍ଚରେ ପାଳନ ହେବ ଖ୍ରୀଷ୍ଟମାସ୍ ।ଜିରୋ ନାଇଟ୍ ଓ ନ୍ୟୁ ଇୟର ସେଲିବ୍ରେସନ୍ ଉପରେ ସଂପୂର୍ଣ୍ଣ କଟକଣା ।ହୋଟେଲ, କ୍ଲବ ଓ ରେଷ୍ଟୁରାଣ୍ଟରେ ନୂଆବର୍ଷ ପାଳନ ମନା ।ପାର୍କ, କନଭେନସନ୍ ହଲ, କଲ୍ୟାଣ ମଣ୍ଡପରେ ପାଳନ ହେବନି ଉତ୍ସବ ନୂଆବର୍ଷରେ ହୋଇପାରିବନି ପିକନିକ୍ କିମ୍ବା ବଣଭୋଜି ।ଅକ୍ରେଷ୍ଟ୍ରା ଓ ନାଚ, ଗୀତ ଉପରେ ବି ରୋକ୍ ଲଗାଇଲେ ସରକାର ।ରାଲି, ସାଂସ୍ମୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଉପରେ ଲାଗିଲା କଟକଣା ।କଟକଣା ଭିତରେ ବିବାହ ଓ ଦଶାହ କାମକୁ ମିଳିବ ଅନୁମତି ।କିନ୍ତୁ ରିସେପସନ୍ ଭୋଜି କିମ୍ବା ଅନ୍ୟାନ୍ୟ ଉତ୍ସବ ହୋଇପାରିବନି।
୨୦. ଆଜି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ଗୋଟିଏ ଲେୟାର ମାସ୍କ ନପିନ୍ଧି ତିନି ଲେୟାର ମାସ୍କ କିମ୍ବା ଏନ-୯୫ ମାସ୍କ ପିନ୍ଧିବା ଜରୁରୀ ।
୨୧. ୧୩ ପ୍ରସ୍ତାବକୁ କ୍ୟାବିନେଟ ମୋହର, ଗ୍ରାମାଞ୍ଚଳରେ ରହିବନି ଲୋ-ଭୋଲଟେଜ୍ ସମସ୍ୟା ଦୂର ପାଇଁ ୨୬୦କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ହୋଇଛି ।
୨୨. ସମସ୍ତ ସ୍ପା ଏବଂ ମାଲିସ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଲେ ମାଡ୍ରାସ ହାଇକୋର୍ଟ ।

୨୩. ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୦ ଲକ୍ଷ ୪୩ ହଜାର ୬୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ।
୨୪. କଳାହାଣ୍ଡିର ମା’ ମାଣିକେଶ୍ୱରୀ ପୀଠ ବିକାଶ କାମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ୨ କୋଟି ।
୨୫. ନୂଆ ବର୍ଷ ପାଳନ କଟକଣା: ଝାରସୁଗୁଡାରେ ଜାନୁଆରୀ ୨ ଯାଏଁ ସମସ୍ତ ପର୍ଯ୍ୟଟନ ସ୍ଥଳ ବନ୍ଦ ।
୨୬. ଓମିକ୍ରନ୍: ଦେଶରେ ଆକ୍ରାନ୍ତ ସଂଖ୍ୟା ଟପିଲା ୩୫୮, ସୁସ୍ଥ ହୋଇଛନ୍ତି ୧୧୭ ।
୨୭. ସୋଆର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଡାକଟିକଟ “ମାଇ ଷ୍ଟାମ୍ପ” ଉନ୍ମୋଚିତ।
୨୮. ପୁରୀରେ ଉଦଘାଟିତ ହେଲା ଓଟିଡିସିର ନିମନ୍ତ୍ରଣ ରେଷ୍ଟୁରାଣ୍ଟ, ମିଳିବ ଖାଣ୍ଟି ଓଡିଆ ଖାଦ୍ୟ ।
୨୯. ଯୁକ୍ତ ୨ ବାର୍ଷିକ ପରୀକ୍ଷା ପାଇଁ ଫର୍ମପୂରଣ ତାରିଖ ଘୋଷଣା କଲା ସିଏଚ୍‌ଏସ୍‌ଇ । ଡିସେମ୍ବର ୨୭ ତାରିଖରୁ ଯୁକ୍ତ ୨ ବାର୍ଷିକ ପରୀକ୍ଷା ପାଇଁ ଫର୍ମପୂରଣ ଆରମ୍ଭ ହେବ । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଲାଗି ଫର୍ମ ପୂରଣ ହେବ । ତେବେ ଉକ୍ତ ଫର୍ମ ପୂରଣ ପ୍ରକ୍ରିୟା ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।
୩୦. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୧୪ଟି ସହରାଞ୍ଚଳର ୧ ଲକ୍ଷ ୧ ହଜାର ପଥପାର୍ଶ୍ବ ବିକ୍ରେତାଙ୍କୁ ତୃତୀୟ ପର୍ଯ୍ୟାୟରେ ୩୦୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି ।
ଆଜି ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ(ବଡଦିନ)ଶୁଭସକାଳ,GOOD MORNING
➡️କରୋନା ଯୁଦ୍ଧରେ ଗୋଟିଏ ନୀତି, ନିୟମ ଭାଙ୍ଗିଲେ ଆସେ ବିପତ୍ତି, ନୀୟମକୁ ମାନି ଚଳିବା, କରୋନା ଯୁଦ୍ଧରେ ଜିଣିବା- ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାର ।

Leave A Reply

Your email address will not be published.