କଟକ, ୧୧।୩(ଏସଏସନିଉଜ) ବାରଙ୍ଗ ଅଂଚଳରେ ଦିନରାତି ବାଲି ମାଫିଆ ମାନେ ସକ୍ରିୟ ଥିବା ବେଳେ ଲଘୁ ଖଣିଜ ବିଭାଗ ସହ ସ୍ଥାନୀୟ ପ୍ରଶାସନ ନିରବତା ଅବଲମ୍ବନକୁ ନେଇ ବାରଙ୍ଗ ଅଂଚଳରେ ଚର୍ଚ୍ଚା ଜୋର ଧରିଛି। ଏହି ସୁଯୋଗରେ ମାଫିଆମାନେ ବେଧଡକ ଭାବେ ବେଆଇନ ଚୋରା ବାଲି, ମୋରମ ଓ ମାଟି ଚାଲାଣ କରିବାକୁ ପଛାଉ ନାହାନ୍ତି । ବାରଙ୍ଗ ତହସିଲ ଅଂଚଳରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି।
କାଠଯୋଡ଼ି ନଦୀବନ୍ଧ ସରକାରି ଜମିକୁ ଜବରଦଖଲ କରି ସେଠାରେ ଗଛିତ କରାଯାଇଛି ବେଆଇନ ବାଲି। ଏହାପରେ ନିର୍ଦ୍ବନ୍ଦ୍ବରେ ଦିନରାତି ଏକ କାର କରି ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି। ଏହିସବୁ ସ୍ଥାନମାନଙ୍କରେ ଦୀର୍ଘବର୍ଷ ଧରି ଗଛିତ ରଖିଥିବା ବେଆଇନ ବାଲିକୁ କିଛି ବାଲି ମାଫିଆ ଦିନରାତି ବେଆଇନ ଭାବେ ଚୋରାରେ ଚାଲାଣ କରି ଲୁଟି ଚାଲିଛନ୍ତି। ଯାହାକି ସରକାରଙ୍କର ରାଜସ୍ବ ହାନି ହେଉଛି । ଏଭଳି ଦିନ ରାତି ମାଫିଆ ମାନେ ବେଧଡକ ଭାବେ ବେଆଇନ ଚୋରା ବାଲି ଚାଲାଣ ହେଉବାରୁ କିଭଳି ସ୍ଥାନୀୟ ତହସିଲ କିମ୍ବା ଲଘୁଖଣିଜ ବିଭାଗର ଅଧିକାରୀମାନେ ଜାଣିପାରୁ ନାହାଁନ୍ତି ତାହା ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Prev Post
Next Post
