ଜନ୍ମାଷ୍ଟମୀରେ ମା’ ଯୋଗମାୟା ଟ୍ରଷ୍ଟର ମାଗଣା ପ୍ରସାଦ ବଣ୍ଟନ

ବାରଙ୍ଗ,୪।୯(ଏସ ଏସ ନିଉ ଜ) ପବିତ୍ର ଜନ୍ମାଷ୍ଟମୀ ଓ ମା’ ଯୋଗମାୟାଙ୍କ ଜନ୍ମ ଜୟନ୍ତୀ ଅବସରରେ ମାଯୋଗମାୟା ଟ୍ରଷ୍ଟ ରଘୁନାଥପୁର ତରଫରୁ ମାଗଣା ପ୍ରସାଦ ବଣ୍ଟନ କରାଯାଇଛି।ଏହି ପବିତ୍ର ଅବସରକୁ ପାଳନ କରିବା ପାଇଁ ମା’ ଯୋଗମାୟା ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଏକ ନିଆରା ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ନନ୍ଦନକାନନ ବସଷ୍ଟାଣ୍ଡ, ଯେଉଁଠି ପ୍ରତିଦିନ ହଜାର ହଜାର ଯାତ୍ରୀ ଯାତାୟାତ କରନ୍ତି, ସେଠାରେ ଆଜି ସକାଳୁ ମା’ ଯୋଗମାୟା ଟ୍ରଷ୍ଟ ତରଫରୁ ମାଗଣା ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଅନ୍ନ, ଡାଲମା,ଖେଚୁଡି ପ୍ରସାଦ,ମିଠା ପ୍ରସ୍ତୁତ କରି ସମସ୍ତଙ୍କୁ ବଣ୍ଟନ କରାଯାଇଛି। ଏହି ପ୍ରସାଦ ବଣ୍ଟନରେ ଛୋଟ ବଡ ସମସ୍ତେ ସାମିଲ ହୋଇ ଆନନ୍ଦର ସହ ପ୍ରସାଦ ଗ୍ରହଣ କରିଥିଲେ।
ଟ୍ରଷ୍ଟର ଏହି ମହତ କାର୍ଯ୍ୟକୁ ସ୍ଥାନୀୟ ଲୋକେ ଓ ଯାତ୍ରୀମାନେ ବେଶ ପ୍ରଶଂସା କରିଛନ୍ତି।ଟ୍ରଷ୍ଟର ଅଧକ୍ଷା ତ୍ରିଲୋଚନ ରାଉତ ଏହାକୁ ପରିଚାଳନା କରିଥିବା ବେଳେ ମାଙ୍କ ଭକ୍ତମାନେ ଯୋଗଦେଇ ପରିଚାଳନା କରିଥିଲେ।

- Advertisement -

Leave A Reply

Your email address will not be published.